ସମୁଦ୍ର ଗର୍ଭରେ ମାଦଳି ଦ୍ୱୀପ ଅବକ୍ଷୟ

ମହାକାଳପଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ମାଦଳି ଦ୍ୱୀପ ଅବକ୍ଷୟ ହେବାରେ ଲାଗିଛି। ଉକ୍ତ ଦ୍ୱୀପର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅପରପକ୍ଷରେ ଦିନ ଥିଲା ଏହି ବାଲୁକା ଶଯ୍ୟା ପରିବେଶ ଅନୁକୂଳ ଥିବାରୁ ଲକ୍ଷ ଲକ୍ଷ ମାଇଲ ସମୁଦ୍ର ପଥ ଦେଇ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିବାକୁ ଧାଇଁ ଆସୁଥିଲେ। ସମୁଦ୍ରରେ ମିଳନ ପ୍ରକ୍ରିୟା ଓ ବାଲୁକା ଶଯ୍ୟାରେ ସାମୂହିକ ଅଣ୍ଡାଦାନ କରୁଥିଲେ। ମାଦଳି ଦ୍ୱୀପ ଅବକ୍ଷୟ ଯୋଗୁ କଇଁଛଙ୍କ ସଂଖ୍ୟା ଆସିବା କମିବା ସହ ଅଣ୍ଡାଦାନ ପ୍ରକ୍ରିୟା କମୁଛି। ମାତ୍ର ଏହାର ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ଏକ ବେଶ୍‌ କ୍ୟାମ୍ପ ସ୍ଥାପନ କରାଯାଇଛି। ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ହେଲେ ଦିନ ଦ୍ୱିପ୍ରହରରେ କେତେଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ମାଛ ମାରି ଫେରିବା ବାଟରେ ଏହି ଦ୍ୱୀପରେ ବିଶ୍ରାମ ନେଉଛନ୍ତି। ବନ ବିଭାଗର ପଇଁତରା ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ମତ୍ସ୍ୟଜୀବୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଦିନ ଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଅଲିଭ୍‌ ରିଡେ୍‌ଲ କଇଁଛ ଅଣ୍ଡାଦାନ କରି ଶାବକମାନଙ୍କୁ ଧରି ଫେରୁଥିଲେ। ଏହି ବିଶାଳ ବାଲିସ୍ତୂପକୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଝାଉଁବଣ ସୃଷ୍ଟି କରାଯାଇଥିଲା। ତେବେ ୧୯୭୧, ୧୯୮୨, ୧୯୯୯, ୨୦୧୩ ଫାଇଲିନ୍‌, ୨୦୧୪ ହୁଡ୍‌ ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ଝଡ଼ ଓ ପ୍ରବଳ ଢେଉ ମାଡ଼ରେ ସମୁଦ୍ର ଗର୍ଭ ଭିତରେ ଅଗରନାସୀ ଲୀନ ହୋଇଗଲାଣି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କଲେଣି। ଏଠାରେ ମତ୍ସ୍ୟଜୀବୀମାନେ ବୋଟ୍‌ ଓ ଟ୍ରଲରଗୁଡ଼ିକ ଲଙ୍ଗର ପକାଉଥିବାରୁ ତାହା ଧୀରେ ଧୀରେ ବାଲୁକା ଶଯ୍ୟାକୁ କ୍ଷୟ କରୁଛି। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ନାହିଁ। ତେବେ ବେଳ ଥାଉଁ ଥାଉଁ ଯଦି ମାଦଳି ଦ୍ୱୀପକୁ ସୁରକ୍ଷା ଦିଆ ନ ଯାଏ ତେବେ ଗହୀରମଥା ଇତିହାସରେ ସମୁଦ୍ର ଗର୍ଭକୁ ଚାଲିଯିବ। ଅଗରନସୀ ବାଲୁକା ଦ୍ୱୀପ ଭଳି ମାଦଳି ଦ୍ୱୀପ ମଧ୍ୟ ଖୁବ୍‌ଶୀଘ୍ର ସମୁଦ୍ର ଗର୍ଭରେ ଲୀନହୋଇଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମାଦଳି ଦ୍ୱୀପରୁ ମୂଲ୍ୟବାନ୍‌ ସାମୁଦ୍ରିକ ମାଛ, କଙ୍କଡ଼ା ଆଦି ଜଳପଥ ଦେଇ ରାଜ୍ୟ ବାହରକୁ ଚାଲାଣ ହେଉଛି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ମାଦଳି ଦ୍ୱୀପରେ ପାଟ୍ରୋଲିଂ ପାଇଁ ୨ଟି କ୍ୟାମ୍ପ ସ୍ଥାପନ କରାଯାଇଛି। ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri