ସମୁଦ୍ର ଗର୍ଭରେ ମାଦଳି ଦ୍ୱୀପ ଅବକ୍ଷୟ

ମହାକାଳପଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ଅଞ୍ଚଳ ମାଦଳି ଦ୍ୱୀପ ଅବକ୍ଷୟ ହେବାରେ ଲାଗିଛି। ଉକ୍ତ ଦ୍ୱୀପର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଧୀରେ ଧୀରେ ସମୁଦ୍ର ଗର୍ଭକୁ ଚାଲିଯାଉଛି। ଅପରପକ୍ଷରେ ଦିନ ଥିଲା ଏହି ବାଲୁକା ଶଯ୍ୟା ପରିବେଶ ଅନୁକୂଳ ଥିବାରୁ ଲକ୍ଷ ଲକ୍ଷ ମାଇଲ ସମୁଦ୍ର ପଥ ଦେଇ ଅଲିଭ୍‌ ରିଡ୍‌ଲେ କଇଁଛ ଅଣ୍ଡାଦାନ କରିବାକୁ ଧାଇଁ ଆସୁଥିଲେ। ସମୁଦ୍ରରେ ମିଳନ ପ୍ରକ୍ରିୟା ଓ ବାଲୁକା ଶଯ୍ୟାରେ ସାମୂହିକ ଅଣ୍ଡାଦାନ କରୁଥିଲେ। ମାଦଳି ଦ୍ୱୀପ ଅବକ୍ଷୟ ଯୋଗୁ କଇଁଛଙ୍କ ସଂଖ୍ୟା ଆସିବା କମିବା ସହ ଅଣ୍ଡାଦାନ ପ୍ରକ୍ରିୟା କମୁଛି। ମାତ୍ର ଏହାର ସୁରକ୍ଷା ଦୃଷ୍ଟିକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ଏକ ବେଶ୍‌ କ୍ୟାମ୍ପ ସ୍ଥାପନ କରାଯାଇଛି। ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ହେଲେ ଦିନ ଦ୍ୱିପ୍ରହରରେ କେତେଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ମାଛ ମାରି ଫେରିବା ବାଟରେ ଏହି ଦ୍ୱୀପରେ ବିଶ୍ରାମ ନେଉଛନ୍ତି। ବନ ବିଭାଗର ପଇଁତରା ସତ୍ତ୍ୱେ କିଭଳି ଓ କେଉଁ ପରିସ୍ଥିତିରେ ମତ୍ସ୍ୟଜୀବୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷରେ ଦିନ ଥିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନାସୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଅଲିଭ୍‌ ରିଡେ୍‌ଲ କଇଁଛ ଅଣ୍ଡାଦାନ କରି ଶାବକମାନଙ୍କୁ ଧରି ଫେରୁଥିଲେ। ଏହି ବିଶାଳ ବାଲିସ୍ତୂପକୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଝାଉଁବଣ ସୃଷ୍ଟି କରାଯାଇଥିଲା। ତେବେ ୧୯୭୧, ୧୯୮୨, ୧୯୯୯, ୨୦୧୩ ଫାଇଲିନ୍‌, ୨୦୧୪ ହୁଡ୍‌ ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ଝଡ଼ ଓ ପ୍ରବଳ ଢେଉ ମାଡ଼ରେ ସମୁଦ୍ର ଗର୍ଭ ଭିତରେ ଅଗରନାସୀ ଲୀନ ହୋଇଗଲାଣି। ଯାହାକୁ ନେଇ ପରିବେଶବିତମାନେ ଚିନ୍ତା ପ୍ରକଟ କଲେଣି। ଏଠାରେ ମତ୍ସ୍ୟଜୀବୀମାନେ ବୋଟ୍‌ ଓ ଟ୍ରଲରଗୁଡ଼ିକ ଲଙ୍ଗର ପକାଉଥିବାରୁ ତାହା ଧୀରେ ଧୀରେ ବାଲୁକା ଶଯ୍ୟାକୁ କ୍ଷୟ କରୁଛି। ଏ ସମ୍ପର୍କରେ ବନ ବିଭାଗ ପାଖରେ ଖବର ନାହିଁ। ତେବେ ବେଳ ଥାଉଁ ଥାଉଁ ଯଦି ମାଦଳି ଦ୍ୱୀପକୁ ସୁରକ୍ଷା ଦିଆ ନ ଯାଏ ତେବେ ଗହୀରମଥା ଇତିହାସରେ ସମୁଦ୍ର ଗର୍ଭକୁ ଚାଲିଯିବ। ଅଗରନସୀ ବାଲୁକା ଦ୍ୱୀପ ଭଳି ମାଦଳି ଦ୍ୱୀପ ମଧ୍ୟ ଖୁବ୍‌ଶୀଘ୍ର ସମୁଦ୍ର ଗର୍ଭରେ ଲୀନହୋଇଯିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମାଦଳି ଦ୍ୱୀପରୁ ମୂଲ୍ୟବାନ୍‌ ସାମୁଦ୍ରିକ ମାଛ, କଙ୍କଡ଼ା ଆଦି ଜଳପଥ ଦେଇ ରାଜ୍ୟ ବାହରକୁ ଚାଲାଣ ହେଉଛି ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ମାଦଳି ଦ୍ୱୀପରେ ପାଟ୍ରୋଲିଂ ପାଇଁ ୨ଟି କ୍ୟାମ୍ପ ସ୍ଥାପନ କରାଯାଇଛି। ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୪ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri