Posted inଖେଳ

ଭାରତୀୟ ଟପ୍‌ ଅର୍ଡର ଉପରେ ନଜର

ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏ ମ୍ୟାଚ ଜିତିଥିବାରୁ ସିରିଜ ଏବେ ୧-୧ ସ୍ଥିତିରେ ଅଛି। ତେଣୁ ତୃତୀୟ ମ୍ୟାଚର ଗୁରୁତ୍ୱ ବଢ଼ି ଯାଇଛି। ପୂର୍ବ ୨ଟି ଯାକ ମ୍ୟାଚରେ ଭାରତୀୟ ଯୁବ ଟପ୍‌ ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି। ତେଣୁ ସିରିଜ ନିର୍ଣ୍ଣାୟକ ମ୍ୟାଚରେ ସେମାନଙ୍କ ଉପରେ ନଜର ରହିବ। ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଶୁବମନ ଗିଲ, ଇଶାନ କିଶନ ଓ ରାହୁଲ ତ୍ରିପାଠୀ ସୁଯୋଗର ସଦ୍‌ବ୍ୟବହାର କରିପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ସେମାନଙ୍କ ଉପରେ ଚାପ ରହିବ। ବୁଧବାର ମ୍ୟାଚ ପରେ ଭାରତୀୟ ଦଳ ଦୀର୍ଘଦିନ ଧରି ଆଉ ଟି୨୦ ଖେଳିବାର ନାହିଁ। ତେଣୁ ଦକ୍ଷତା ପ୍ରଦର୍ଶନ ପାଇଁ ଯୁବ ଖେଳାଳିମାନେ ଏଠାରେ ଶେଷ ସୁଯୋଗ ପାଇବେ।
ବାଂଲାଦେଶରେ ଦ୍ୱିଶତକ ହାସଲ କରିବା ପରେ ଇଶାନ ଆଶ୍ଚର୍ଯ୍ୟଜନକଭାବେ ରିଦିମ ଫେରିପାଇବା ପାଇଁ ସଂଘର୍ଷ କରୁଛନ୍ତି। ଟର୍ନିଂ ବଲ୍‌ ଗିଲ୍‌ଙ୍କୁ ଅସୁବିଧାରେ ପକାଉଛି। ସେ ନିଜ ଦିନିକିଆ ଫର୍ମ ଟି୨୦ରେ ବଜାୟ ରଖିପାରି ନାହାନ୍ତି। ସେହିପରି କୋହଲିଙ୍କ ସ୍ଥାନରେ ୩ ନମ୍ବରରେ ଖେଳୁଥିବା ତ୍ରିପାଠୀ ମଧ୍ୟ ସୁଯୋଗ ହାତଛଡ଼ା କରିବାରେ ଲାଗିଛନ୍ତି। ଗତ ମ୍ୟାଚରେ ଯଦି ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ତିଷ୍ଠି ନ ଥାନ୍ତେ ତେବେ ଭାରତ ୧୦୦ ରନ ଚେଜ୍‌ କରିବାକୁ ମଧ୍ୟ ସଂଘର୍ଷ କରିଥାନ୍ତା। ସିରିଜର ତୃତୀୟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସେଠାରେ ମଧ୍ୟ ଟର୍ନିଂ ଟ୍ରାକ୍‌ ଥିବାରୁ ଭାରତୀୟ ଦଳ କଡ଼ା ପରୀକ୍ଷାର ସମ୍ମୁଖୀନ ହେବ।
ବୋଲିଂ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ପ୍ରଭାବୀ ପ୍ରଦର୍ଶନ ସହାୟତାରେ ଭାରତ ପ୍ରତିପକ୍ଷ ଦଳ ଉପରେ ଚାପ ପକାଇବାରେ ସକ୍ଷମ ହୋଇଛି। ଗତ ମ୍ୟାଚରେ ବଲ ଅତିରିକ୍ତ ଟର୍ନ ନେଉଥିବାବେଳେ ଚହଲଙ୍କୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨ ଓଭର ବୋଲିଂ ସୁଯୋଗ ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨ ଓଭରରେ ଚହଲ ଗୋଟିଏ ମେଡେନ ନେଇଥିବାବେଳେ ମାତ୍ର ୪ ରନ ଦେଇ ଫିନ୍‌ ଆଲେନଙ୍କ ଉଇକେଟ ନେଇଥିଲେ। ପୃଥ୍ବୀ ଶ’ଙ୍କୁ ଦଳରେ ସାମିଲ ପାଇଁ ଚାପ ଥିଲେ ହେଁ ହାର୍ଦ୍ଦିକ ଆଗାମୀ ମ୍ୟାଚ ପାଇଁ ଦଳରେ ପରିବର୍ତ୍ତନ କରିବା ସମ୍ଭାବନା କମ୍‌।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଏହାର ମିଡିଲ ଅର୍ଡର ନିକଟରୁ ଅଧିକ କିଛି ଆଶା ରଖିବ। ଭାରତରେ ବିରଳ ସିରିଜ ଜିତିବାର ସୁଯୋଗ ଏହି ବିଦେଶୀ ଦଳ ନିକଟରେ ରହିଛି। ତେଣୁ ଆଗାମୀ ଚ୍ୟାଲେଞ୍ଜ ପାଇଁ ବ୍ଲାକ୍‌ କ୍ୟାପ ଦଳ ପ୍ରସ୍ତୁତ। ଗ୍ଲେନ୍‌ ଫିଲିପ ଏପର୍ଯ୍ୟନ୍ତ ନିଜ ବିସ୍ଫୋରକ ରୂପ ଦେଖାଇ ପାରିନାହାନ୍ତି। ତେଣୁ ଆଗାମୀ ମ୍ୟାଚରେ ତାଙ୍କ ଉପରେ ନଜର ରହିବ। ଦିନିକିଆ ସିରିଜ ସେନ୍‌ସେଶନ ମାଇକେଲ ବ୍ରାସଓ୍ବେଲ ଏବଂ ୩ ନମ୍ବର ଖେଳାଳି ମାର୍କ ଚାମ୍ପମାନ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆଶାୟୀ। ପୂର୍ବ ଗେମ୍‌ରେ ନ୍ୟୁଜିଲାଣ୍ଡ ୮ ବୋଲରଙ୍କୁ ବ୍ୟବହାର କରିଥିଲା। ତେବେ ୪ ସ୍ପିନରଙ୍କୁ କୋଟା ପୂରାଇବାକୁ ଦେଇଥିଲା।
ଦୁଇବର୍ଷ ପୂର୍ବରୁ ଏଠାରେ ଖେଳାଯାଇଥିବା ଟି୨୦ରେ ୨୦୦ରୁ ଊର୍ଦ୍ଧ୍ୱ ରନ ସ୍କୋର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri