ଜିପିସିଙ୍କୁ ପାଉଣା ମିଳୁନି

ଯାଜପୁର ଅଫିସ,୧।୨: ଜଳ ଜୀବନ ମିଶନ (ଗ୍ରାମ୍ୟ) ଯୋଜନାରେ ନିୟୋଜିତ ବେସରକାରୀ ସଂସ୍ଥା ସିଇଡି (ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ) ପକ୍ଷରୁ ପାଉଣା ଦିଆଯାଉ ନ ଥିବା ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲାର ବଡ଼ଚଣା, ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକ ପାଇଁ ସିଇଡି ପକ୍ଷରୁ ନିୟୋଜିତ ଗ୍ରାମ ପଞ୍ଚାୟତ କୋଅର୍ଡିନେଟର (ଜିପିସି)ଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଇନାହିଁି। ଜିପିସିମାନେ ଏନେଇ ସିଇଡି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗ ପକ୍ଷରୁ ଟଙ୍କା ଆସିଲେ ପାଉଣା ଦିଆଯିବ ବୋଲି କୁହାଯାଉଛି। ଏହି ମର୍ମରେ ଜିପିସିମାନେ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରସ୍ଥ ହେବାରୁ ସିଇଡିଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି। ଏଭଳି ଭାବେ ଜିପିସିମାନେ ତାଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ପରିଚାଳନା କରିବାକୁ ରାଜ୍ୟ ସରକାର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ଭିଲେଜ ୱାଟର ଆଣ୍ଡ୍‌ ସାନିଟେଶନ କମିଟି (ଭିଡବ୍ଲ୍ୟୁଏସ୍‌ସି) ଗଠନ ହୋଇଛି। ଏହାବାଦ୍‌ ଭିଲେଜ ଆକ୍ସନ ପ୍ଲାନ(ଭିଏପି) କରାଯାଇ ଗ୍ରାମାଞ୍ଚଳକୁ ଶୁଦ୍ଧ ଜଳଯୋଗାଣ କରାଯିବାର ଲକ୍ଷ୍ୟ ରହିଛି। ଏଥିପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଏକ ବେସରକାରୀ ସଂସ୍ଥା ସିଇଡିକୁ ନିୟୋଜିତ କରାଯାଇଛି। ଏହିକ୍ରମରେ ସିଇଡି ପକ୍ଷରୁ ଜିପିସିମାନଙ୍କୁ ନିୟୋଜିତ କରି ଭିଡବ୍ଲ୍ୟୁଏସ୍‌ସି ଏବଂ ଭିଏପି କାର୍ଯ୍ୟକାରୀ କରାଯାଉଛି। ଜିପିସି ସୁଚିତ୍ରା ଗନ୍ତାୟତଙ୍କ ଅଭିଯୋଗ ଅନୁସାରେ ସିଇଡି ପକ୍ଷରୁ ସେ ବଡ଼ଚଣା ଏବଂ ସୁକିନ୍ଦା ବ୍ଲକର ୧୭୧ ଗ୍ରାମରେ ଉପରୋକ୍ତ କାର୍ଯ୍ୟକ୍ରମ ଉପରେ ତଦାରଖ ଦାୟିତ୍ୱରେ ରହିଥିଲେ। ପ୍ରତି ଗ୍ରାମକୁ ୩୨୦୦ ଟଙ୍କା ହିସାବରେ ପାଉଣା ମିଳିବ ବୋଲି ସିଇଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେ ୧୬୫ ଗ୍ରାମର ଭିଡବ୍ଲ୍ୟୁଏସ୍‌ସି ଏବଂ ଭିଏପି କାର୍ଯ୍ୟର ସବିଶେଷ କାଗଜପତ୍ର ଦାଖଲ କରିଛନ୍ତି। ତଦନୁସାରେ ସେ ସିଇଡିଠାରୁ ୪ ଲକ୍ଷ ୫୬ ହଜାର ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୧ ଲକ୍ଷ ୩୦ ହଜାର ଟଙ୍କା ପାଇଛନ୍ତି। ଅବଶିଷ୍ଟ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବା ପାଇଁ ସିଇଡି ଭୁବନେଶ୍ୱର ଅଫିସକୁ ଯାଇ ଯାଇ ନୟାନ୍ତ ହୋଇ ସାରିଛନ୍ତି। ସିଇଡି କର୍ତ୍ତୃପକ୍ଷ ଡିଭିଜନ କାର୍ଯ୍ୟାଳୟରୁ ଆବଶ୍ୟକ ଅର୍ଥ ପାଇନାହୁଁ, ତାହା ମିଳିବା ପରେ ଦିଆଯିବ ବୋଲି କହୁଛନ୍ତି। ତେବେ ତାଙ୍କ ଅଧୀନରେ ଭିଲେଜ ମୋଟିଭେଟର୍‌ ଭାବେ କାମ କରିଥିବା ୪୦ ଜଣଙ୍କ ପ୍ରାପ୍ୟ ଦେଇ ପାରିନାହାନ୍ତି ବୋଲି ଗନ୍ତାୟତ ଅଭିଯୋଗ ଆଣିଛନ୍ତି। ଅନୁରୂପ ଭାବେ ଦାନଗଦି ଏବଂ କୋରେଇ ବ୍ଲକ ଦାୟିତ୍ୱରେ ଥିବା ଜଗବନ୍ଧୁ ସାମଲ ୭ ଲକ୍ଷ ୫୭ ହଜାର ଟଙ୍କା ପାଇବାକୁ ଥିବାବେଳେ ସେ ମାତ୍ର ୨ ଲକ୍ଷ ୧୨ ହଜାର ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ତାଙ୍କ ପତ୍ର ସଂଖ୍ୟା ୮୧/୧୨ା୧ା୨୦୨୩ରେ ସିଇଡିର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି ଦର୍ଶାଇଛନ୍ତି। ସେ ତାଙ୍କ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୧୦ା୨ା୨୦୨୨ରେ ୫,୧୫,୯୫୫ ଟଙ୍କା, ୨ା୩ା୨୦୨୨ରେ ୨୦,୮୦,୦୪୫ ଟଙ୍କା, ୧୮ା୭ା୨୦୨୨ରେ ୨୮,୩୪,୮୩୨ ଟଙ୍କା ଏବଂ ୮ା୧୨ା୨୦୨୨ରେ ୨୫,୦୯,୩୮୦ ଟଙ୍କା ସିଇଡିକୁ ଦିଆଯାଇଛି। ତେଣୁ ଜିପିସିମାନଙ୍କୁ ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡେଣ୍ଟ ସିଇଡି ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।
ଅପରପକ୍ଷେ ସିଇଡି ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଦେଇଥିବା ଉତ୍ତରରେ ଜିପିସିମାନେ ଉପଯୁକ୍ତ ହାର୍ଡକପି ଦେଇ ପାରି ନ ଥିବାରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ଦର୍ଶାଇଛନ୍ତି।
ତେବେ ଜଳଜୀବନ ମିଶନ କାର୍ଯ୍ୟକ୍ରମ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିବାରୁ ଏବେବି ଅନେକ ଗ୍ରାମରେ ଜଳ ସମସ୍ୟା ଉତ୍କଟ ହୋଇଥିବା ଦେଖିବାକୁ ମିଳିଛି। ସରକାରୀ ଅର୍ଥର ଠିକ ବିନିଯୋଗ ହୋଇ ନ ପାରିବାରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ଅଧୁରା ରହିଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri