ଜିପିସିଙ୍କୁ ପାଉଣା ମିଳୁନି

ଯାଜପୁର ଅଫିସ,୧।୨: ଜଳ ଜୀବନ ମିଶନ (ଗ୍ରାମ୍ୟ) ଯୋଜନାରେ ନିୟୋଜିତ ବେସରକାରୀ ସଂସ୍ଥା ସିଇଡି (ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ) ପକ୍ଷରୁ ପାଉଣା ଦିଆଯାଉ ନ ଥିବା ନେଇ ଅଭିଯୋଗ ହୋଇଛି। ଯାଜପୁର ଜିଲାର ବଡ଼ଚଣା, ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକ ପାଇଁ ସିଇଡି ପକ୍ଷରୁ ନିୟୋଜିତ ଗ୍ରାମ ପଞ୍ଚାୟତ କୋଅର୍ଡିନେଟର (ଜିପିସି)ଙ୍କୁ ଲକ୍ଷାଧିକ ଟଙ୍କା ଦିଆଯାଇନାହିଁି। ଜିପିସିମାନେ ଏନେଇ ସିଇଡି କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଉଥିଲେ ହେଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ) ବିଭାଗ ପକ୍ଷରୁ ଟଙ୍କା ଆସିଲେ ପାଉଣା ଦିଆଯିବ ବୋଲି କୁହାଯାଉଛି। ଏହି ମର୍ମରେ ଜିପିସିମାନେ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରସ୍ଥ ହେବାରୁ ସିଇଡିଙ୍କୁ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି। ଏଭଳି ଭାବେ ଜିପିସିମାନେ ତାଙ୍କ ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି।
ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥାକୁ ପରିଚାଳନା କରିବାକୁ ରାଜ୍ୟ ସରକାର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌କୁ ଦାୟିତ୍ୱ ଦେଇଛନ୍ତି। ଏଥିପାଇଁ ଭିଲେଜ ୱାଟର ଆଣ୍ଡ୍‌ ସାନିଟେଶନ କମିଟି (ଭିଡବ୍ଲ୍ୟୁଏସ୍‌ସି) ଗଠନ ହୋଇଛି। ଏହାବାଦ୍‌ ଭିଲେଜ ଆକ୍ସନ ପ୍ଲାନ(ଭିଏପି) କରାଯାଇ ଗ୍ରାମାଞ୍ଚଳକୁ ଶୁଦ୍ଧ ଜଳଯୋଗାଣ କରାଯିବାର ଲକ୍ଷ୍ୟ ରହିଛି। ଏଥିପାଇଁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଏକ ବେସରକାରୀ ସଂସ୍ଥା ସିଇଡିକୁ ନିୟୋଜିତ କରାଯାଇଛି। ଏହିକ୍ରମରେ ସିଇଡି ପକ୍ଷରୁ ଜିପିସିମାନଙ୍କୁ ନିୟୋଜିତ କରି ଭିଡବ୍ଲ୍ୟୁଏସ୍‌ସି ଏବଂ ଭିଏପି କାର୍ଯ୍ୟକାରୀ କରାଯାଉଛି। ଜିପିସି ସୁଚିତ୍ରା ଗନ୍ତାୟତଙ୍କ ଅଭିଯୋଗ ଅନୁସାରେ ସିଇଡି ପକ୍ଷରୁ ସେ ବଡ଼ଚଣା ଏବଂ ସୁକିନ୍ଦା ବ୍ଲକର ୧୭୧ ଗ୍ରାମରେ ଉପରୋକ୍ତ କାର୍ଯ୍ୟକ୍ରମ ଉପରେ ତଦାରଖ ଦାୟିତ୍ୱରେ ରହିଥିଲେ। ପ୍ରତି ଗ୍ରାମକୁ ୩୨୦୦ ଟଙ୍କା ହିସାବରେ ପାଉଣା ମିଳିବ ବୋଲି ସିଇଡି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେ ୧୬୫ ଗ୍ରାମର ଭିଡବ୍ଲ୍ୟୁଏସ୍‌ସି ଏବଂ ଭିଏପି କାର୍ଯ୍ୟର ସବିଶେଷ କାଗଜପତ୍ର ଦାଖଲ କରିଛନ୍ତି। ତଦନୁସାରେ ସେ ସିଇଡିଠାରୁ ୪ ଲକ୍ଷ ୫୬ ହଜାର ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୧ ଲକ୍ଷ ୩୦ ହଜାର ଟଙ୍କା ପାଇଛନ୍ତି। ଅବଶିଷ୍ଟ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବା ପାଇଁ ସିଇଡି ଭୁବନେଶ୍ୱର ଅଫିସକୁ ଯାଇ ଯାଇ ନୟାନ୍ତ ହୋଇ ସାରିଛନ୍ତି। ସିଇଡି କର୍ତ୍ତୃପକ୍ଷ ଡିଭିଜନ କାର୍ଯ୍ୟାଳୟରୁ ଆବଶ୍ୟକ ଅର୍ଥ ପାଇନାହୁଁ, ତାହା ମିଳିବା ପରେ ଦିଆଯିବ ବୋଲି କହୁଛନ୍ତି। ତେବେ ତାଙ୍କ ଅଧୀନରେ ଭିଲେଜ ମୋଟିଭେଟର୍‌ ଭାବେ କାମ କରିଥିବା ୪୦ ଜଣଙ୍କ ପ୍ରାପ୍ୟ ଦେଇ ପାରିନାହାନ୍ତି ବୋଲି ଗନ୍ତାୟତ ଅଭିଯୋଗ ଆଣିଛନ୍ତି। ଅନୁରୂପ ଭାବେ ଦାନଗଦି ଏବଂ କୋରେଇ ବ୍ଲକ ଦାୟିତ୍ୱରେ ଥିବା ଜଗବନ୍ଧୁ ସାମଲ ୭ ଲକ୍ଷ ୫୭ ହଜାର ଟଙ୍କା ପାଇବାକୁ ଥିବାବେଳେ ସେ ମାତ୍ର ୨ ଲକ୍ଷ ୧୨ ହଜାର ଟଙ୍କା ପାଇଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ତାଙ୍କ ପତ୍ର ସଂଖ୍ୟା ୮୧/୧୨ା୧ା୨୦୨୩ରେ ସିଇଡିର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି ଦର୍ଶାଇଛନ୍ତି। ସେ ତାଙ୍କ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ୧୦ା୨ା୨୦୨୨ରେ ୫,୧୫,୯୫୫ ଟଙ୍କା, ୨ା୩ା୨୦୨୨ରେ ୨୦,୮୦,୦୪୫ ଟଙ୍କା, ୧୮ା୭ା୨୦୨୨ରେ ୨୮,୩୪,୮୩୨ ଟଙ୍କା ଏବଂ ୮ା୧୨ା୨୦୨୨ରେ ୨୫,୦୯,୩୮୦ ଟଙ୍କା ସିଇଡିକୁ ଦିଆଯାଇଛି। ତେଣୁ ଜିପିସିମାନଙ୍କୁ ବକେୟା ଟଙ୍କା ପ୍ରଦାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ସୁପରିଣ୍ଟେଣ୍ଡେଣ୍ଟ ସିଇଡି ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି।
ଅପରପକ୍ଷେ ସିଇଡି ପକ୍ଷରୁ ପ୍ରକଳ୍ପ ନିର୍ଦ୍ଦେଶକ ଚଣ୍ଡିଖୋଲ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଦେଇଥିବା ଉତ୍ତରରେ ଜିପିସିମାନେ ଉପଯୁକ୍ତ ହାର୍ଡକପି ଦେଇ ପାରି ନ ଥିବାରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ନାହିଁ ବୋଲି ଦର୍ଶାଇଛନ୍ତି।
ତେବେ ଜଳଜୀବନ ମିଶନ କାର୍ଯ୍ୟକ୍ରମ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇ ପାରି ନ ଥିବାରୁ ଏବେବି ଅନେକ ଗ୍ରାମରେ ଜଳ ସମସ୍ୟା ଉତ୍କଟ ହୋଇଥିବା ଦେଖିବାକୁ ମିଳିଛି। ସରକାରୀ ଅର୍ଥର ଠିକ ବିନିଯୋଗ ହୋଇ ନ ପାରିବାରୁ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନ ଅଧୁରା ରହିଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri