Posted inଖେଳ

ଜାତୀୟ ସିନିୟର ଭଲିବଲ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଆସାମର ଗୁଆହାଟୀଠାରେ ୭୧ତମ ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ (ମହିଳା/ପୁରୁଷ) ଫେବୃୟାରୀ ୨ରୁ ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ମହିଳା ଓ ପୁରୁଷ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଉଭୟ ଦଳର ୧୨ ଜଣ ଲେଖାଏ ଖେଳାଳିଙ୍କ ସମେତ ୫ ଅଫିସିଆଲଙ୍କ ନାମ ମଧ୍ୟ ପ୍ରକାଶ କରାଯାଇଛି। ରାଜ୍ୟ ଦଳ ମନୋନୟନ ପାଇଁ ଚୟନ ଟ୍ରାଏଲ ଗତ ୧୫ ତାରିଖରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ଜିଲା ଓ ୟୁନିଟଗୁଡ଼ିକରୁ ୧୪୦ ଖେଳାଳି ଏଥିରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୬ (୧୬ ମହିଳା ଓ ୨୦ ପୁରୁଷ) ଖେଳାଳିଙ୍କୁ ମନୋନୟନ କରାଯାଇ କୋଚିଂ କ୍ୟାମ୍ପ ଚାଲିଥିଲା। କୋଚିଂ କ୍ୟାମ୍ପ ଶେଷ ହେବା ପରେ ମନୋନୀତ ଖେଳାଳି ଓ ଅଫିସିଆଲ ଗୁଆହାଟୀ ଅଭିମୁଖେ ଯାତ୍ରା କରିଛନ୍ତି। ଖେଳାଳିମାନେ ଯାତ୍ରା କରିବା ପୂର୍ବରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ସେମାନଙ୍କ ସହ ଆଲୋଚନା କରିବା ସହ ଆଗାମୀ ଟୁର୍ନାମେଣ୍ଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। କିଟ୍‌ ପରିସରରେ କ୍ୟାମ୍ପ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାସହ ଆବଶ୍ୟକ ସହଯୋଗ କରିଥିବାରୁ ଅଚ୍ୟୁତଙ୍କୁ ଓଡ଼ିଶା ଭଲିବଲ ଆସୋସିଏଶନ ସମ୍ପାଦକ ଗଗନେନ୍ଦୁ ଦାଶ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶା ଦଳ (ମହିଳା): ଚେତନା ଭାଲା (ଅଧିନାୟିକା), କେ. ଦେବୀକା ଦେବରଞ୍ଜନ, ଏନ୍‌. ଅଶ୍ୱନୀ, ଉତ୍କର୍ଷ ସୋନାଓ୍ବାଲେ, କମଲେଶ କୁମାରୀ, ପି.ଆର. ଅଶ୍ୱଥୀ, ଶିବାନୀ ପ୍ରିୟଦର୍ଶିନୀ, ଜେ. ମାରୀ ଅନିନା, ସି. ସୃଷ୍ଟି, ଗଡବା ପାର୍ବତୀ, ବି. ଅନିଶା, ଅନନ୍ୟା ଦାସ (ଏଲ୍‌)। କୋଚ୍‌: କେ. ନିଲ ରାଜୁ ଓ ସଙ୍ଗୀତା ଟପ୍ପୋ, ଟ୍ରେନର: ଅନିତା ଜେମ୍ସ। ପୁରୁଷ: ପି.ପି. ଅଫଜଲ (ଅଧିନାୟକ), ମାନସ ରଞ୍ଜନ ପାଣି, ଅନୁଲ କୁମାର ସେନାପତି, ରାହୁଲ ବାରିକ, ରାଜେଶ କୁମାର ସାହୁ, ଆଶୁତୋଷ ତ୍ରିପାଠୀ, ଅଜୟ କୁମାର ତରାଇ, ଦୀପ୍ତିରାଜ ମିଶ୍ର, ପ୍ରତାପ କୁମାର ସ୍ବାଇଁ, ଶୁଭ୍ରାଂଶୁ ଶେଖର ଓଝା, ସେକ୍‌ ସିରାଜ ଅଲୀ, ପ୍ରଜ୍ଞା ସାରଥୀ ଜେନା (ଏଲ୍‌)। କୋଚ୍‌: ରମେଶ ଚନ୍ଦ୍ର ଓଝା ଓ ବିଶ୍ୱଜିତ ଦାସ।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?