ମାଥିଲିରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌

ମାଥିଲି,୧୫ା୧୨(ଡି.ଏନ.ଏ.): ମାଥିଲିରେ ସରକାରଙ୍କ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ଶୁଦ୍ଧ ପାନୀୟଜଳ ଘରେ ଘରେ ପହଞ୍ଚାଇବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ବାସ୍ତବରେ ଏଥିରୁ ଲୋକେ ସୁଫଳ ପାଉନଥିବା ଅଭିଯୋଗ ହେଉଛି। ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ କର୍ତ୍ତନପାଲି ପଞ୍ଚାୟତର ରାଜସ୍ବ ଗ୍ରାମ ସାନଗୁମ୍ମା, ପଡାସାହି ଫୁଲପିନ୍ଧାନିଗୁଡା, ସିଲିଗୁଡା, ନୂଆଗୁଡା, କଣ୍ଟାବାଉଁଶଗୁଡା, ବନ୍ଧଗୁଡା, ଗୋଟାନଗୁଡା ଓ ହରିଜନ ସାହିରେ। ଉପରୋକ୍ତ ଗ୍ରାମଗୁଡିକରେ ୮୦ରୁ ଉଦ୍ଧର୍‌ବ ପରିବାରର ୪ଶହ ଲୋକ ବସବାସ କରୁଛନ୍ତି। ଗ୍ରାମରେ ଥିବା ୩ଟି ନଳକୂପରୁ ଗୋଟିଏ ନଳକୂପ ଅଚଳ ହୋଇ ପଡିରହିଛି। ୨ଟିରୁ ପାଣି ଠିକ୍‌ ରୂପେ ବାହାରୁନାହିଁ। ବର୍ଷ ତମାମ ଲୋକେ ସାବେରୀ ନଦୀ ପାଣି ଉପରେ ନିର୍ଭର କରୁଛନ୍ତି। ବର୍ଷା ଦିନେ ନଦୀର ଗୋଳିଆ ପାଣି ସେମାନଙ୍କ ଭରସା। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସେହି ପାଣିକୁ ପାନୀୟଜଳ ଭାବେ ପିଇବା ପାଇଁ ବାଧ୍ୟ ହେଉଛନ୍ତି। ସେହି ନଦୀ ପାଣିରେ ଗାଧୋଇବା, ଲୁଗାପଟା ସଫା କରିବାଠାରୁ ଆରମ୍ଭ କରି ଗୃହପାଳିତ ପ୍ରାଣୀ ମଧ୍ୟ ଉକ୍ତ ପାଣିରେ ଶୋଷ ମେଣ୍ଟାଉଛନ୍ତି। ପାହାଡ଼ ଜଙ୍ଗଲ ପାର ହୋଇ ଘାଟି ଓହ୍ଲାଇ ପାଣି ହାଣ୍ଡି ଧରି ଚଢିବା ବେଳେ ଅନେକ ସମୟରେ ମହିଳାମାନେ ପଡିଯାନ୍ତି ବୋଲି କୁହନ୍ତି ଗାଁର ମହିଳାମାନେ। ମୁନ୍ଦିଏ ପାଣି ପାଇଁ ଗର୍ଭବତୀ ମହିଳାମାନେ ମଧ୍ୟ ମୁଣ୍ଡରେ ପାଣିହାଣ୍ଡି ଧରି ଘାଟି ଚଢି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳେ। ଦେଶରେ ଡିଜିଟାଲ ସେବା ଲୋକଙ୍କ ପାଖରେ ପହଞ୍ଚତ୍ପାରୁଛି ଅଥଚ ପାନୀୟ ଜଳ ମୁନ୍ଦେ ଆମ ପାଖରେ ପହଞ୍ଚତ୍ପାରୁନି ବୋଲି କେତେକ ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ବର୍ଷ ହେଲା ସୀମାନ୍ତ କୋରାପୁଟ ଜିଲାର ତେନ୍ତୁଳିଗୁମ୍ମା ଓ ଉଦୟଗିରି ଗ୍ରାମରେ ଘରୋଇ କମ୍ପାନୀ ମିନାକ୍ଷୀ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯାଇଛି ସତ ମାତ୍ର ଶୁଦ୍ଧ ପାନୀୟଜଳ ପାଇବାରୁ ସାନଗୁମ୍ମା ସମେତ ୮ଟି ଗ୍ରାମର ଲୋକେ ବଞ୍ଚତ୍ତ ହୋଇଛନ୍ତି। ଏନେଇ ଜିଲା ଓ ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ସମ୍ପୃକ୍ତ ଗ୍ରାମ ଦୁଇଟିର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଗ୍ରାମ ଦୁଇଟିକୁ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri