ମହଣ୍ଡ ମଣ୍ଡିରେ ପଡ଼ିଛି ୧୮୭୦ ବସ୍ତା ଧାନ, ଚାଷୀଙ୍କ ଅସନ୍ତୋଷ

ରାଇଘର, ୧୫।୧୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ୧୦ ତାରିଖରେ ମଣ୍ଡି ଉଦ୍‌ଘାଟନ ହୋଇଥିବା ବେଳେ ବ୍ଲକର ମୋଟ ୫ଟି ସ୍ଥାନରେ ଧାନ କିଣା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଉଦ୍‌ଘାଟନ ଦିନ ଅଖା ବସ୍ତା ବଦଳରେ ଟଙ୍କା ଫେରସ୍ତ କିମ୍ବା ବସ୍ତା ହିଁ ଫେରାଇବା ଦାବି ସହ କଟ୍‌ନି ଛଟ୍‌ନି ଉପରେ ମିଲର୍ସ ମନଇଚ୍ଛା ଚାଷୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ଲ୍ୟାମ୍ପ୍‌ସ କର୍ତ୍ତୃପକ୍ଷ ଧାନ କିଣିବା ବଦଳରେ ମିଲର୍ସ ନିଜ ଇଚ୍ଛାରେ ଧାନ କିଣାକୁ ନେଇ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର କୌଣସି ସମାଧାନ ନ ହେବା ପୂର୍ବରୁ ସୋମବାର ରାଇଘର ବ୍ଲକର ମହଣ୍ଡ ମଣ୍ଡି ଉଦ୍‌ଘାଟନ ନିମନ୍ତେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। କିନ୍ତୁ ସେଠାରେ କଟ୍‌ନି ଛଟ୍‌ନି ବିବାଦ ଯୋଗୁ ଧାନ ଉଠି ପାରିଲା ନାହିଁ l ମହଣ୍ଡ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ଖୋଲା ପଡ଼ିଆରେ ୧୮୭୦ ବସ୍ତା ଧାନ ପଡ଼ି ରହିଛି। ମଙ୍ଗଳବାର ଯୋଡ଼ିଙ୍ଗା ମଣ୍ଡି ଉଦ୍‌ଘାଟନ ଅବସରରେ ସେଠାରେ କଟ୍‌ନି ଛଟ୍‌ନି ବାବଦରେ ୪କିଲୋ ଲେଖାଏ ଧାନ କାଟି ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଧାନକିଣା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ମିଲରଙ୍କ ଭରସାରେ ଚାଲିଛି। ସେମାନଙ୍କ ଇଚ୍ଛା ହେଲା ଧାନ କିଣା ହେବ ନ ହେଲେ ବନ୍ଦ l ମିଲରଙ୍କ ମନମାନି ଯୋଗୁ ଚାଷୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ହତାଶ ଚାଷୀ କେଉଁଠି ଅଭିଯୋଗ କରିବେ କିଛି ବୁଝି ପାରୁ ନାହାନ୍ତି। ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ବିବାଦ ଯୋଗୁ ମହଣ୍ଡ ମଣ୍ଡିରେ ଧାନ ଉଠିପାରିନାହିଁ । ଅନ୍ୟପଟେ ଆର୍‌ଏମ୍‌ସି ପକ୍ଷରୁ ଜଗୁଆଳି ରଖି ସମସ୍ତ ଧାନ ରକ୍ଷଣା ବେକ୍ଷଣ କରିଥିବା ଜଣାପଡ଼ିଛି। କଟ୍‌ନି ଛଟ୍‌ନିକୁ ନେଇ ଅନେକ ବିବାଦ ଦେଖା ଦେଉଥିବା ବେଳେ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ଦାବି ହୋଇଛି । ବୁଧବାର ଅନେକ ଚାଷୀ ରାଇଘର ମଣ୍ଡିରେ ପହଞ୍ଚତ୍ଥିବା ବେଳେ ସେଠାରେ ମଧ୍ୟ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ସ୍ବତନ୍ତ୍ର ଭାବେ ସବୁ କିଛି ଚାଷୀଙ୍କ ସୁବିଧା ସୁଯୋଗ ରହିବା ଆବଶ୍ୟକତା ରହିଛି l ଏଠାରେ ମଧ୍ୟ ଚାଷୀ ଲ୍ୟାମ୍ପ, ମିଲର୍ସ, ଆର୍‌ଏମ୍‌ସି ଓ ଯୋଗାଣ ବିଭାଗ ମଧ୍ୟରେ ବସି ଧାନ କିଭଳି ଉଠିବ ଆଲୋଚନା ହୋଇଥିଲା। ପରିଶେଷରେ ବ୍ଲକ ହେର୍ଡକ୍ୱାର୍ଟର୍ସରେ ସୁରୁଖୁରୁରେ ଯେଉଁଭଳି ଧାନ ଉଠିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏହା ପରେ ମଧ୍ୟ କଟ୍‌ନି ଛଟ୍‌ନିକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିଲା l ଚଳିତ ବର୍ଷ ମଣ୍ଡି ଟୋକେନ କମ୍‌ ପରିମାଣର ଆସିଥିବାରୁ ଚାଷୀଙ୍କ ଚିନ୍ତା ବଢିଛି। ଚଳିତ ବର୍ଷ ଧାନ ଚାଷ ଭଲ ହୋଇ ନ ଥିବାରୁ ସେହି ମାତ୍ରାରେ ଟୋକେନ ଆସି ନ ଥିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ମା’ ଠାକୁରାଣୀଙ୍କ ଯାତ୍ରାରେ ନବମ ଦିନରେ ପ୍ରକମ୍ପିତ ଗୌଡ଼ ସାହି

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ମା’ ଠାକୁରାଣୀଙ୍କ ଯାତ୍ରା ୯ମ ଦିନରେ ପହଞ୍ଚିଛି। ଏହି ୯ଦିନ ଧରି ଦାରିଙ୍ଗବାଡ଼ିି ଉତ୍ସବମୁଖର ହୋଇପଡ଼ିଥିବା ବେଳେ ପ୍ରତିଦିନ...

ନିର୍ବାଚନ ପାଇଁ କଡ଼ା ନଜର ରଖିଛି ପୋଲିସ

ଫୁଲନଖରା,୧ା୫(ସତ୍ୟ ରଞ୍ଜନ ଦାସମହାପାତ୍ର): ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଜନସାଧାରଣଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ କଟକ ସଦର ଥାନା ପୋଲିସ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଜନାର୍ଦ୍ଦନ ଦେହୁରୀଙ୍କ ନାମାଙ୍କନପତ୍ର ଦାଖଲ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ଆସନ୍ତା ୨୦ ତାରିଖରେ ସୁନ୍ଦରଗଡ଼ ଜିଲାରେ ହେବ ଭୋଟ୍‌ ଗ୍ରହଣ। ଏଥି ନିମନ୍ତେ ବୁଧବାର ଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri