୧୧ ମାସରେ ଗଲାଣି ୭୯ ଜୀବନ

ସୋନପୁର,୧୫।୧୨(ନି.ପ୍ର.): ସଚେତନତା କାର୍ଯ୍ୟକ୍ରମ ଓ ପୋଲିସ-ପରିବହନ ବିଭାଗର ମିଳିତ ତନଖି ସତ୍ତ୍ୱେ ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଓ ହେଲମେଟ୍‌ ନ ପିନ୍ଧି ବାଇକ୍‌ ଚଳାଇବା କାରଣରୁ ଦୁର୍ଘଟଣା ଏବଂ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହା ଚିନ୍ତାର କାରଣ ପାଲଟିଛି। ୨୦୨୨ ମସିହା ଜାନୁୟାରୀରୁ ନଭେମ୍ବର ମାସ ମଧ୍ୟରେ ଜିଲାରେ ୧୫୫ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୭୯ଜଣଙ୍କ ଜୀବନହାନୀ ଘଟିଛି।

ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ୨୦୨୧ରେ ସୁବର୍ଣ୍ଣପୁର ଜିଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲା। ତେବେ ୨୦୨୨ରେ ସ୍ଥିତି ବଦଳିଛି। ପରିବହନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାନୁୟାରୀ ମାସରେ ୧୪ଟି ଦୁର୍ଘଟଣା ଘଟିଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ପେବୃୟାରୀରେ ୧୪ ଦୁର୍ଘଟଣାରେ ୩ ଜୀବନ ଯାଇଛି। ମାର୍ଚ୍ଚରେ ୯ଟି ଦୁର୍ଘଟଣାରେ ୮ଜଣ, ଏପ୍ରିଲରେ ୧୪ ଦୁର୍ଘଟଣାରେ ୮ଜଣ, ମେ ରେ ୧୦ ଦୁର୍ଘଟଣାରେ ୬ଜଣ, ଜୁନ୍‌ରେ ୧୪ ଦୁର୍ଘଟଣାରେ ୮ଜଣ, ଜୁଲାଇରେ ୧୩ ଦୁର୍ଘଟଣାରେ ୯ଜଣ, ଅଗଷ୍ଟରେ ୧୨ ଦୁର୍ଘଟଣାରେ ୫ଜଣ, ସେପ୍ଟେମ୍ବରରେ ୮ ଦୁର୍ଘଟଣାରେ ୩ଜଣ, ଅକ୍ଟୋବରରେ ୧୯ ଦୁର୍ଘଟଣାରେ ୧୦ଜଣ ଓ ନଭେମ୍ବରରେ ୨୮ଟି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ତୁଳନାରେ ୨୦୨୨ ନଭେମ୍ବର ମାସ ସୁଦ୍ଧା ଦୁର୍ଘଟଣାରେ ମୃତ୍ୟୁହାର ୪୧.୦୭% ବୃଦ୍ଧି ପାଇଛି। ସେହିପରି ୨୦୨୦ ମସିହା ତୁଳନାରେ ୨୦୨୨ ନଭେମ୍ବର ମାସ ସୁଦ୍ଧା ଜିଲାରେ ଦୁର୍ଘଟଣାରେ ମୃତ୍ୟୁହାର ୨୭.୪୨% ବୃଦ୍ଧି ପାଇଥିବା ତଥ୍ୟରୁ ଜଣାପଡିଛି। ୨୦୨୧ ମସିହାରେ ଜିଲାରେ ମୋଟ ୧୩୬ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୫୬ ଜଣଙ୍କ ଜୀବନ ଯାଇଥିଲା। ୨୦୨୦ ତୁଳନାରେ ୨୦୨୧ରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା। ୨୦୨୦ ମସିହାରେ ଜିଲାରେ ମୋଟ ୮୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୬୨ ଜଣଙ୍କ ଜୀବନ ଯାଇଥିଲା।
ସଡକ ଦୁର୍ଘଟଣା ରୋକିବାକୁ ଜିଲାରେ ନିୟମିତ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ, ଜିଲାସ୍ତରୀୟ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ ହେଉଛି । ଦୁର୍ଘଟଣା ହ୍ରାସ ପାଇଁ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଥିବା ବୁଲାଣି ଏବଂ ଦୁର୍ଘଟଣାପ୍ରବଣ ସ୍ଥାନରେ ସୂଚନା ଫଳକ ଲଗାଯାଇଛି। ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କୁ ମୋଟର ଯାନ ଆଇନ ଓ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରାଯାଉଛି। ଶତପ୍ରତିଶତ ହେଲମେଟ ବ୍ୟବହାର ପାଇଁ ବାଇକ୍‌ ଆରୋହୀଙ୍କୁ ପରାମର୍ଶ ଦିଆଯାଉଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ, ହେଲମେଟ ଚେକିଂ, ଦ୍ରୁତ ଗତିରେ ଗାଡିଚାଳନା, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କଡାକଡି, ତିନି ଜଣ ବସିଥିବା ବାଇକ୍‌ ଚାଳକ ଓ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିଶାସକ୍ତ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ହେଲମେଟ୍‌ ପିନ୍ଧି ନଥିବା ବାଇକ୍‌ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଉଛି। ମାତ୍ର ଆଶାଜନକ ସୁଫଳ ମିଳୁନି। ଏବେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା ହେବା ଓ ହେଲମେଟ୍‌ ନ ପିନ୍ଧିବା କାରଣରୁ ମୃତ୍ୟୁ ସଂଖ୍ୟା ବଢିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷେ ନୋ ହେଲମେଟ ନୋ ପେଟ୍ରୋଲ ଅଭିଯାନ ମାଧ୍ୟମରେ ଜିଲାରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ଲୋକେ ପୂର୍ବ ଅପେକ୍ଷା ଅଧିକ ହେଲମେଟ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଆଉ କେତେଜଣ ଫାଇନ୍‌ରୁ ବର୍ତ୍ତିବା ପାଇଁ ଚେକିଂ ସମୟରେ ହିଁ ହେଲମେଟ ପିନ୍ଧୁଛନ୍ତି। ବାକି ସମୟରେ ବିନା ହେଲମେଟ୍‌ରେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ତଥା ଜିଲାସ୍ତରୀୟ ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଅବୋଲି ସୁନିଲ ନରଓ୍ବଣେ କୁହନ୍ତି ଆମେ ଲୋକଙ୍କୁ ସଚେତନ କରୁଛୁ। କିଛି ସଫଳତା ମିଳିଛି। ଆଗାମୀ ଦିନରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଛାତ୍ରୀଛାତ୍ର ଓ ମହିଳାଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri