୧୧ ମାସରେ ଗଲାଣି ୭୯ ଜୀବନ

ସୋନପୁର,୧୫।୧୨(ନି.ପ୍ର.): ସଚେତନତା କାର୍ଯ୍ୟକ୍ରମ ଓ ପୋଲିସ-ପରିବହନ ବିଭାଗର ମିଳିତ ତନଖି ସତ୍ତ୍ୱେ ସୁବର୍ଣ୍ଣପୁର ଜିଲାରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା ଓ ହେଲମେଟ୍‌ ନ ପିନ୍ଧି ବାଇକ୍‌ ଚଳାଇବା କାରଣରୁ ଦୁର୍ଘଟଣା ଏବଂ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହା ଚିନ୍ତାର କାରଣ ପାଲଟିଛି। ୨୦୨୨ ମସିହା ଜାନୁୟାରୀରୁ ନଭେମ୍ବର ମାସ ମଧ୍ୟରେ ଜିଲାରେ ୧୫୫ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୭୯ଜଣଙ୍କ ଜୀବନହାନୀ ଘଟିଛି।

ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ୨୦୨୧ରେ ସୁବର୍ଣ୍ଣପୁର ଜିଲା ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲା। ତେବେ ୨୦୨୨ରେ ସ୍ଥିତି ବଦଳିଛି। ପରିବହନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଜାନୁୟାରୀ ମାସରେ ୧୪ଟି ଦୁର୍ଘଟଣା ଘଟିଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ପେବୃୟାରୀରେ ୧୪ ଦୁର୍ଘଟଣାରେ ୩ ଜୀବନ ଯାଇଛି। ମାର୍ଚ୍ଚରେ ୯ଟି ଦୁର୍ଘଟଣାରେ ୮ଜଣ, ଏପ୍ରିଲରେ ୧୪ ଦୁର୍ଘଟଣାରେ ୮ଜଣ, ମେ ରେ ୧୦ ଦୁର୍ଘଟଣାରେ ୬ଜଣ, ଜୁନ୍‌ରେ ୧୪ ଦୁର୍ଘଟଣାରେ ୮ଜଣ, ଜୁଲାଇରେ ୧୩ ଦୁର୍ଘଟଣାରେ ୯ଜଣ, ଅଗଷ୍ଟରେ ୧୨ ଦୁର୍ଘଟଣାରେ ୫ଜଣ, ସେପ୍ଟେମ୍ବରରେ ୮ ଦୁର୍ଘଟଣାରେ ୩ଜଣ, ଅକ୍ଟୋବରରେ ୧୯ ଦୁର୍ଘଟଣାରେ ୧୦ଜଣ ଓ ନଭେମ୍ବରରେ ୨୮ଟି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ତୁଳନାରେ ୨୦୨୨ ନଭେମ୍ବର ମାସ ସୁଦ୍ଧା ଦୁର୍ଘଟଣାରେ ମୃତ୍ୟୁହାର ୪୧.୦୭% ବୃଦ୍ଧି ପାଇଛି। ସେହିପରି ୨୦୨୦ ମସିହା ତୁଳନାରେ ୨୦୨୨ ନଭେମ୍ବର ମାସ ସୁଦ୍ଧା ଜିଲାରେ ଦୁର୍ଘଟଣାରେ ମୃତ୍ୟୁହାର ୨୭.୪୨% ବୃଦ୍ଧି ପାଇଥିବା ତଥ୍ୟରୁ ଜଣାପଡିଛି। ୨୦୨୧ ମସିହାରେ ଜିଲାରେ ମୋଟ ୧୩୬ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୫୬ ଜଣଙ୍କ ଜୀବନ ଯାଇଥିଲା। ୨୦୨୦ ତୁଳନାରେ ୨୦୨୧ରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା। ୨୦୨୦ ମସିହାରେ ଜିଲାରେ ମୋଟ ୮୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୬୨ ଜଣଙ୍କ ଜୀବନ ଯାଇଥିଲା।
ସଡକ ଦୁର୍ଘଟଣା ରୋକିବାକୁ ଜିଲାରେ ନିୟମିତ ଜିଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ, ଜିଲାସ୍ତରୀୟ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ ହେଉଛି । ଦୁର୍ଘଟଣା ହ୍ରାସ ପାଇଁ ଜିଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଥିବା ବୁଲାଣି ଏବଂ ଦୁର୍ଘଟଣାପ୍ରବଣ ସ୍ଥାନରେ ସୂଚନା ଫଳକ ଲଗାଯାଇଛି। ସ୍କୁଲ ଓ କଲେଜର ଛାତ୍ରୀଛାତ୍ରଙ୍କୁ ମୋଟର ଯାନ ଆଇନ ଓ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରାଯାଉଛି। ଶତପ୍ରତିଶତ ହେଲମେଟ ବ୍ୟବହାର ପାଇଁ ବାଇକ୍‌ ଆରୋହୀଙ୍କୁ ପରାମର୍ଶ ଦିଆଯାଉଛି। ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯାନବାହାନ ଯାଞ୍ଚ, ହେଲମେଟ ଚେକିଂ, ଦ୍ରୁତ ଗତିରେ ଗାଡିଚାଳନା, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କଡାକଡି, ତିନି ଜଣ ବସିଥିବା ବାଇକ୍‌ ଚାଳକ ଓ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ନିଶାସକ୍ତ ଡ୍ରାଇଭରଙ୍କୁ ଗିରଫ କରାଯିବା ସହ ହେଲମେଟ୍‌ ପିନ୍ଧି ନଥିବା ବାଇକ୍‌ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ କରାଯାଉଛି। ମାତ୍ର ଆଶାଜନକ ସୁଫଳ ମିଳୁନି। ଏବେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା ହେବା ଓ ହେଲମେଟ୍‌ ନ ପିନ୍ଧିବା କାରଣରୁ ମୃତ୍ୟୁ ସଂଖ୍ୟା ବଢିବା ଲକ୍ଷ୍ୟ କରାଯାଉଛି। ଅନ୍ୟପକ୍ଷେ ନୋ ହେଲମେଟ ନୋ ପେଟ୍ରୋଲ ଅଭିଯାନ ମାଧ୍ୟମରେ ଜିଲାରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଛି। ଲୋକେ ପୂର୍ବ ଅପେକ୍ଷା ଅଧିକ ହେଲମେଟ୍‌ ବ୍ୟବହାର କରୁଛନ୍ତି। କିନ୍ତୁ ଆଉ କେତେଜଣ ଫାଇନ୍‌ରୁ ବର୍ତ୍ତିବା ପାଇଁ ଚେକିଂ ସମୟରେ ହିଁ ହେଲମେଟ ପିନ୍ଧୁଛନ୍ତି। ବାକି ସମୟରେ ବିନା ହେଲମେଟ୍‌ରେ ଯାତାୟାତ କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ ତଥା ଜିଲାସ୍ତରୀୟ ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଅବୋଲି ସୁନିଲ ନରଓ୍ବଣେ କୁହନ୍ତି ଆମେ ଲୋକଙ୍କୁ ସଚେତନ କରୁଛୁ। କିଛି ସଫଳତା ମିଳିଛି। ଆଗାମୀ ଦିନରେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଛାତ୍ରୀଛାତ୍ର ଓ ମହିଳାଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?