Posted inଜାତୀୟ

କରସେବକଙ୍କ ଉପରେ ଗୁଳି ଚଳାଇବା ସରକାରଙ୍କ ନିଷ୍ପତ୍ତି ଠିକ ଥିଲା: ଏସପି ନେତାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ…

ଲକ୍ଷ୍ନୌ,୧୦।୧ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ବମୀ ପ୍ରସାଦ ମୌର୍ଯ୍ୟ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କାସଗଞ୍ଜରେ କହିଛନ୍ତି ଉତ୍ତରପ୍ରଦେଶର ତତ୍କାଳୀନ ସରକାର ସମ୍ବିଧାନ ତଥା ଆଇନର ସୁରକ୍ଷା ପାଇଁ ଅରାଜକତା ସୃଷ୍ଟି କରୁଥିବା କର ସେବକମାନଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ତତ୍କାଳୀନ ସରକାର ନିଜର କର୍ତ୍ତବ୍ୟ ଠିକ ଭାବେ ପାଳନ କରିଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଯେତେବେଳେ ଅଯୋଧ୍ୟା ରାମ ମନ୍ଦିରରେ ଏହି ଘଟଣା ଘଟିଥିଲା, ସେତେବେଳେ ନ୍ୟାୟପାଳିକା କିମ୍ବା ପ୍ରଶାସନର କୌଣସି ଆଦେଶ ବିନା ଅରାଜକତାବାଦୀ ଉପାଦାନଗୁଡ଼ିକଙ୍କ ଦ୍ୱାରା ବଡ଼ ଧରଣର ଭଙ୍ଗାରୁଜା ହୋଇଥିଲା। ଏହା ଉପରେ ତତ୍କାଳୀନ ସରକାର ସମ୍ବିଧାନ ଏବଂ ଆଇନର ସୁରକ୍ଷା ତଥା ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଗୁଳି ଚଳାଇଥିଲେ।

୩୩ ବର୍ଷ ପୂର୍ବେ ୧୯୯୦ରେ, ଅଯୋଧ୍ୟାରେ ହନୁମାନ ଗଢ଼ି ଯାଉଥିବା କର ସେବକଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ସେତେବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସରକାର ଥିଲେ, ମୁଲାୟମ ସିଂ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଥିଲେ। ସେହି ଦିନ, ଅଯୋଧ୍ୟାରେ ପ୍ରଶାସନ କର୍ଫ୍ୟୁ ଲାଗୁ କରିଥିଲା, ଯେଉଁଥିପାଇଁ ଭକ୍ତମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନ ଥିଲା, ତଥାପି ସାଧୁମାନେ ଅଯୋଧ୍ୟା ଆଡକୁ ଯାଉଥିଲେ। ବାବ୍ରି ମସଜିଦର ୧.୫ କିଲୋମିଟର ଦୂରତା ମଧ୍ୟରେ ପୋଲିସ ବ୍ୟାରିକେଡ କରିଥିଲା। ଏହି ସମୟରେ କର ସେବକମାନଙ୍କର ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

୩୦ ଅକ୍ଟୋବର ୧୯୯୦ରେ ପ୍ରଥମ ଥର ପାଇଁ କରସେବକଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ଗୁଳି ଚାଳନାରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଅଯୋଧ୍ୟା ଯୋଗୁଁ ସାରା ଦେଶରେ ପରିବେଶ ଉତ୍ତପ୍ତ ହୋଇଯାଇଥିଲା। ଗୁଳିକାଣ୍ଡର ଦୁଇ ଦିନ ପରେ, ନଭେମ୍ବର ୨ ରେ, ହଜାର ହଜାର କରସେବକ ହନୁମାନ ଗଢ଼ିରେ ପହଞ୍ଚିଥିଲେ। ଏହି ଘଟଣାର ଦୁଇ ବର୍ଷ ପରେ, ବିବାଦୀୟ ଢାଞ୍ଚା ୬ ଡିସେମ୍ବର ୧୯୯୨ରେ ଭାଙ୍ଗି ଦିଆଯାଇଥିଲା । ୧୯୯୦ ରେ ଗୁଳିକାଣ୍ଡର ୨୩ ବର୍ଷ ପରେ ଜୁଲାଇ ୨୦୧୩ରେ ମୁଲାୟମ ସିଂ ଏକ ବିବୃତ୍ତି ପ୍ରଦାନ କରିଥିଲେ ଯେଉଁଥିରେ ସେ କହିଥିଲେ ଗୁଳିକାଣ୍ଡ ନେଇ ସେ ଦୂଃଖିତ, କିନ୍ତୁ ତାଙ୍କ ପାଖରେ ଏହାଛଡା ଅନ୍ୟ ବିକଳ୍ପ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri