ଭିଆଇଏଲ୍‌ର ଅଂଶଧନ ହାସଲ କରିବେ ସରକାର

ନୂଆଦିଲ୍ଲୀ,୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭୋଡାଫୋନ-ଆଇଡିଆ ଗତ କିଛି ବର୍ଷ ହେବ ବ୍ୟବସାୟିକ ହ୍ରାସ ଯୋଗୁ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏପରିକି ଋଣଗ୍ରସ୍ତ ଭୋଡାଫୋନ-ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ଅଂଶଧନ ସରକାର ହାସଲ କରିବେ ବୋଲି ସୂଚନା ମିଳିଛି। ବିଶେଷକରି କମ୍ପାନୀର ଷ୍ଟକ୍‌ ମୂଲ୍ୟ ୧୦ଟଙ୍କା କିମ୍ବା ତା’ଠାରୁ ଅଧିକରେ ସ୍ଥିର ହେବା ପରେ ଏହି କାରବାର (ଅଧିଗ୍ରହଣ) ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ଭିଆଇଏଲ୍‌ ବୋର୍ଡ ପକ୍ଷରୁ ମଧ୍ୟ ଶେୟାର ପିଛା ୧୦ଟଙ୍କା ମୂଲ୍ୟରେ ସରକାରଙ୍କୁ ଏକ ଅଂଶ ପ୍ରଦାନ କରିଛି। ସେହିଭଳି ବଜାର ନିୟାମକ ସେବିର ନିୟମାବଳୀ ଅନୁସାରେ ଅଂଶ ବା ଶେୟାର ଅଧିଗ୍ରହଣ ସମାନ ମୂଲ୍ୟରେ ହିଁ ହେବା ଜରୁରୀ। ଭିଆଇଏଲ୍‌ର ଶେୟାର ମୂଲ୍ୟ ୧୦ ଟଙ୍କା ପାଖାପାଖିରେ ସ୍ଥିର ହେବା ପରେ ଡିଓଟି ବା ଦୂରସଞ୍ଚାର ବିଭାଗ ଏହାର ଅଂଶଧନକୁ ଅଧିଗ୍ରହଣ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିବ। ସେହିପରି ଭିଆଇଏଲ୍‌ର ଶେୟାର ୧୯ ଅଗଷ୍ଟରୁ ହିଁ ୧୦ ଟଙ୍କା ତଳେ କାରବାର ହେଉଛି। ଅପରପକ୍ଷରେ ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ରେ ଏହାର ଶେୟାର ୧.୦୨% ହ୍ରାସ ସହ ୯.୬୮ ଟଙ୍କାରେ ବନ୍ଦ ହୋଇଥିଲା। ବର୍ତ୍ତମାନ ସମୟରେ ଉକ୍ତ କମ୍ପାନୀର ୧୬ ହଜାର କୋଟି ଟଙ୍କା ସରକାରଙ୍କୁ ଦେୟ ରହିଛି। ଏହି ଦେୟ ବଦଳରେ ଏହାର ନିର୍ଦ୍ଦେଶକ ବୋର୍ଡ ସରକାରଙ୍କୁ ପ୍ରତି ଶେୟାର ୧୦ ଟଙ୍କାରେ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜୁଲାଇରେ ଅର୍ଥ ମନ୍ତ୍ରଣାଳୟ କମ୍ପାନୀର ଅଂଶଧନ ହାସଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲା। ଋଣଗ୍ରସ୍ତ ଭିଆଇଏଲ୍‌ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପ୍ରାୟ ୧୬,୦୦୦ କୋଟି ଟଙ୍କା ସୁଧ ଦାୟିତ୍ୱକୁ ଇକ୍ୱିଟିରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛି, ଯାହା କମ୍ପାନୀର ପ୍ରାୟ ୩୩% ଅଂଶଧନ ହେବ ଏବଂ ପ୍ରମୋଟରଙ୍କ ହୋଲ୍ଡିଂ ୭୪.୯୯% ରୁ ହ୍ରାସ ପାଇ ୫୦% ପର୍ଯ୍ୟନ୍ତ ରହିବ। କମ୍ପାନୀର ମୋଟ ଋଣ, ଲିଜ୍‌ ଦାୟିତ୍ୱକୁ ବାଦ୍‌ ଦେଇ ସୁଧକୁ ଅନ୍ତର୍ଭୁକ୍ତ କରି କିନ୍ତୁ ଧାର୍ଯ୍ୟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri