ଭିଆଇଏଲ୍‌ର ଅଂଶଧନ ହାସଲ କରିବେ ସରକାର

ନୂଆଦିଲ୍ଲୀ,୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭୋଡାଫୋନ-ଆଇଡିଆ ଗତ କିଛି ବର୍ଷ ହେବ ବ୍ୟବସାୟିକ ହ୍ରାସ ଯୋଗୁ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏପରିକି ଋଣଗ୍ରସ୍ତ ଭୋଡାଫୋନ-ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ଅଂଶଧନ ସରକାର ହାସଲ କରିବେ ବୋଲି ସୂଚନା ମିଳିଛି। ବିଶେଷକରି କମ୍ପାନୀର ଷ୍ଟକ୍‌ ମୂଲ୍ୟ ୧୦ଟଙ୍କା କିମ୍ବା ତା’ଠାରୁ ଅଧିକରେ ସ୍ଥିର ହେବା ପରେ ଏହି କାରବାର (ଅଧିଗ୍ରହଣ) ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେହିଭଳି ଭିଆଇଏଲ୍‌ ବୋର୍ଡ ପକ୍ଷରୁ ମଧ୍ୟ ଶେୟାର ପିଛା ୧୦ଟଙ୍କା ମୂଲ୍ୟରେ ସରକାରଙ୍କୁ ଏକ ଅଂଶ ପ୍ରଦାନ କରିଛି। ସେହିଭଳି ବଜାର ନିୟାମକ ସେବିର ନିୟମାବଳୀ ଅନୁସାରେ ଅଂଶ ବା ଶେୟାର ଅଧିଗ୍ରହଣ ସମାନ ମୂଲ୍ୟରେ ହିଁ ହେବା ଜରୁରୀ। ଭିଆଇଏଲ୍‌ର ଶେୟାର ମୂଲ୍ୟ ୧୦ ଟଙ୍କା ପାଖାପାଖିରେ ସ୍ଥିର ହେବା ପରେ ଡିଓଟି ବା ଦୂରସଞ୍ଚାର ବିଭାଗ ଏହାର ଅଂଶଧନକୁ ଅଧିଗ୍ରହଣ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିବ। ସେହିପରି ଭିଆଇଏଲ୍‌ର ଶେୟାର ୧୯ ଅଗଷ୍ଟରୁ ହିଁ ୧୦ ଟଙ୍କା ତଳେ କାରବାର ହେଉଛି। ଅପରପକ୍ଷରେ ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ରେ ଏହାର ଶେୟାର ୧.୦୨% ହ୍ରାସ ସହ ୯.୬୮ ଟଙ୍କାରେ ବନ୍ଦ ହୋଇଥିଲା। ବର୍ତ୍ତମାନ ସମୟରେ ଉକ୍ତ କମ୍ପାନୀର ୧୬ ହଜାର କୋଟି ଟଙ୍କା ସରକାରଙ୍କୁ ଦେୟ ରହିଛି। ଏହି ଦେୟ ବଦଳରେ ଏହାର ନିର୍ଦ୍ଦେଶକ ବୋର୍ଡ ସରକାରଙ୍କୁ ପ୍ରତି ଶେୟାର ୧୦ ଟଙ୍କାରେ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜୁଲାଇରେ ଅର୍ଥ ମନ୍ତ୍ରଣାଳୟ କମ୍ପାନୀର ଅଂଶଧନ ହାସଲ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲା। ଋଣଗ୍ରସ୍ତ ଭିଆଇଏଲ୍‌ ସରକାରଙ୍କୁ ପ୍ରଦାନ କରାଯିବାକୁ ଥିବା ପ୍ରାୟ ୧୬,୦୦୦ କୋଟି ଟଙ୍କା ସୁଧ ଦାୟିତ୍ୱକୁ ଇକ୍ୱିଟିରେ ରୂପାନ୍ତର କରିବାକୁ ନିଷ୍ପତ୍ତି ନେଇଛି, ଯାହା କମ୍ପାନୀର ପ୍ରାୟ ୩୩% ଅଂଶଧନ ହେବ ଏବଂ ପ୍ରମୋଟରଙ୍କ ହୋଲ୍ଡିଂ ୭୪.୯୯% ରୁ ହ୍ରାସ ପାଇ ୫୦% ପର୍ଯ୍ୟନ୍ତ ରହିବ। କମ୍ପାନୀର ମୋଟ ଋଣ, ଲିଜ୍‌ ଦାୟିତ୍ୱକୁ ବାଦ୍‌ ଦେଇ ସୁଧକୁ ଅନ୍ତର୍ଭୁକ୍ତ କରି କିନ୍ତୁ ଧାର୍ଯ୍ୟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍‌

ଭୁବନେଶ୍ୱର,୨୦।୪: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌ର ନୂତନ ମଡେଲ ‘ବୋଲେରୋ ନିଓ ପ୍ଲସ୍‌’ର ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ହୋଇଯାଇଛି। ଏପରିକି ୯ସିଟର ବିଶିଷ୍ଠ...

ଅଶୋଧିତ ତୈଳ ଦର ୯୦ ଡଲାର ପାର

ଭୁବନେଶ୍ୱର,୨୦।୪: କ୍ରମାଗତ ଭାବେ ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଏପରିକି ଶୁକ୍ରବାର ଅଶୋଧିତ ତୈଳ ଦର ପ୍ରାୟ ୪% ବଢ଼ି...

କାନାରା ବ୍ୟାଙ୍କର ନୂତନ ଉତ୍ପାଦ

ଭୁବନେଶ୍ୱର,୨୦।୪ (ଅଭୟ ଦାଶ): କାନାରା ବ୍ୟାଙ୍କର ନୂତନ ଉତ୍ପାଦ ‘କାନାରା-ଆଞ୍ଜେଲ, ହିଲ୍‌, ମାଇଁ ମନୀ, ରେଡି କ୍ୟାଶ୍‌ ଏବଂ ୟୁପିଆଇ୧୨୩ ପେ ଏଏସ୍‌ଆଇ’ର ଆନୁଷ୍ଠାନିକ ଉନ୍ମୋଚନ...

ଖାଦ୍ୟ ମୁଦ୍ରାସ୍ଫୀତି ବଡ଼ ବିପଦ

ଭୁବନେଶ୍ୱର,୨୦।୪(ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି(ଏମ୍‌ପିସି)ର ସଦସ୍ୟମାନେ ଖାଦ୍ୟ ମୁଦ୍ରାସ୍ଫୀତିକୁ ଏକ ବଡ଼ ବିପଦ ବୋଲି କହିଛନ୍ତି। ୨୦୨୪ ଏପ୍ରିଲର...

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri