୩୫ ଓଏଏସ୍‌ ଅଫିସରଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର,୧୫ା୧୦(ବ୍ୟୁରୋ): ୧୩୯ଜଣ ଓଏଏସ୍‌ ଅଫିସରଙ୍କୁ ଗୁରୁବାର ବଦଳି କରିବା ପରେ ଶୁକ୍ରବାର ପୁଣି ୩୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ତାଲିକା ପ୍ରକାଶ ପାଇଛି। ତହସିଲଦାର ଓ ବିଡିଓ ସ୍ତରର ଅଫିସରଙ୍କୁ ବଦଳି କରାଯାଇ ଶନିବାର ସୁଦ୍ଧା ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ୨୦ଜଣ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ନିର୍ଦ୍ଦେଶ ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ଓଏଏସ୍‌ ଅଫିସର ସୌଭାଗ୍ୟ ରଞ୍ଜନ ଦାସଙ୍କୁ ଜଗତ୍‌ସିଂହପୁର ଡେପୁଟି କଲେକ୍ଟର, ପଦ୍ମନାଭ ପୁରୋହିତଙ୍କୁ ଭଟଲି ତହସିଲଦାର, ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ଟାଙ୍ଗୀ-ଚୌଦ୍ୱାର ତହସିଲଦାର, ଅଚ୍ୟୁତାନନ୍ଦ ନାଜିଙ୍କୁ ଭଞ୍ଜନଗର ତହସିଲଦାର, ମୁରଲୀଧର ଉର୍ମଲଙ୍କୁ ଲଇକେରା ତହସିଲଦାର, ଶକ୍ତି ମହାପାତ୍ରଙ୍କୁ କୋଟପାଡ଼ ତହସିଲଦାର, ବସନ୍ତ କୁମାର ସାହାଣୀଙ୍କୁ ସୋର ତହସିଲଦାର ଓ ମଧୁସୂଦନ ନାୟକଙ୍କୁ କିଶନନଗର ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କରୁଣାକର ଧିଣ୍ଡାଙ୍କୁ ସୋର ବିଡିଓ, ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ବାଲିଆପାଳ ବିଡିଓ, ଦୀନମଣି ନାଏକଙ୍କୁ ବସ୍ତା ବିଡିଓ, ଜ୍ଞାନରଞ୍ଜନ ସାହୁଙ୍କୁ ନୀଳଗିରି ବିଡିଓ, ଅଭିଷେକ ଦାଶଙ୍କୁ ଔପଦା ବିଡିଓ, ସୁରେନ୍ଦ୍ର ମେହେରଙ୍କୁ ଦେଓଗାଁ ବିଡିଓ, ସୁଚିତ୍ରା ମୁର୍ଗିଙ୍କୁ କର୍ଲାମୁଣ୍ଡା ବିଡିଓ, ଶିବପ୍ରସାଦ ପଟ୍ଟନାୟକଙ୍କୁ ନବରଙ୍ଗପୁର ବିଡିଓ, ଲୋଚନ ଦାସଙ୍କୁ ସତ୍ୟବାଦୀ ବିଡିଓ, ପବିତ୍ର କୁମାର ବେହେରାଙ୍କୁ କଣାସ ବିଡିଓ, ପ୍ରଭାତୀ ଝୋଡ଼ିଆଙ୍କୁ ରାମନାଗୁଡ଼ା ବିଡିଓ, ଦୁର୍ଗାଚରଣ ମୁର୍ମୁଙ୍କୁ କଙ୍କଡ଼ାହାଡ଼ ବିଡିଓ, ସୁଧୀର ସିଂଙ୍କୁ କେ.ନୂଆଗାଁ ବିଡିଓ, ତପନ କୁମାର ସେନାପତିଙ୍କୁ ମୟୂରଭଞ୍ଜ ଜିଲାର ଜିବିନଗର ବିଡିଓ ଓ ପ୍ରେମାନନ୍ଦ ବେହେରାଙ୍କୁ ରରୁଆଁ ବିଡିଓ ଭାବେ ବଦଳି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri