ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର: କାରଣ ଜାଣନ୍ତୁ…

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେ ହେଉଛନ୍ତି କୋରାପୁଟର ତତ୍‌କାଳୀନ ଜିଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତି।
ଜୁଲାଇ ୨ତାରିଖରେ ପ୍ରଦୀପଙ୍କ ଗାଡିରୁ ଭିଜିଲାନ୍ସ ଅଧିକାରୀମାନେ ୧୧ ଲକ୍ଷ ଟଙ୍କା ଜବତ କରିଥିଲେ। ସେହିଦିନ ତାଙ୍କୁ ଗିରଫକରି ଜେଲ ପଠାଯାଇଥିଲା। ଏଥିସହ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ତାଙ୍କ ଘରେ ଚଢ଼ାଉ କରାଯାଇ ୩.୫ କୋଟିର ସମ୍ପତ୍ତି ଠାବ କରାଯାଇଥିଲା। ଏହା ପରେ ରାଜ୍ୟ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।