Posted inଜାତୀୟ

କୋଚିଂ ସେଣ୍ଟର ଦେଇପାରିବେନି ଶତ ପ୍ରତିଶତ ସଫଳତାର ଗ୍ୟାରେଣ୍ଟି, କେନ୍ଦ୍ର ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୦।୧: ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଲକ୍ଷ ଲକ୍ଷ ପିଲା ଦେଶର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ଦେଶରେ ଏହି ବ୍ୟବସାୟରେ ସଂସ୍ଥାଗୁଡିକ କୋଟି କୋଟି ଟଙ୍କା ଆୟ କେରିଥାନ୍ତି। କିନ୍ତୁ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଆଳରେ ମିଛ ପ୍ରତିଶ୍ରୁତି ଦେଇ ନିଜ ପକେଟ ଗରମ କରିଥାନ୍ତି ଏହି କୋଚିଂ ସେଣ୍ଟର। ତେବେ ଏହାକୁ ରୋକିବା ପାଇଁ ସରକାର କଠୋର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (CCPA) ଆଇଏଏସ କୋଚିଂ ସଂସ୍ଥାଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ସମ୍ବନ୍ଧରେ ଡ୍ରାଫ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି। ନିକଟରେ ଦେଶର ୩୧ଟି କୋଚିଂ ସଂସ୍ଥାକୁ ନୋଟିସ ପଠାଇବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାର ଯେଉଁ ନୋଟିସ ପଠାଇଥିଲେ ସେହି କୋଚିଂ ସଂସ୍ଥାଗୁଡ଼ିକରେ ‘ଅନଏକାଡେମି’,‘ବାଇଜୁ ଆଇଏଏସ’, ‘ବାଜିରାଓ ଆଣ୍ଡ ରେଡ୍ଡୀ’ ତଥା ଡକ୍ଟର ବିକାଶ କୁମାର ଦିବ୍ୟକିର୍ତ୍ତୀଙ୍କ ‘ଦୃଷ୍ଟି ଆଇଏଏସ’ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

CCPA ଗାଇଡଲାଇନ ଅନୁଯାୟୀ, IAS କୋଚିଂ ସେଣ୍ଟରଗୁଡିକ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଦେବା ନେଇ ମିଛ ପ୍ରତିଶ୍ରୁତି କି ଭୁଲ ବିଜ୍ଞାପନ ଦେଇ ପାରିବେ ନାହିଁ। କେବଳ ଏତିକି ନୁହେଁ, କୋଚିଂ ସେଣ୍ଟରଗୁଡିକ ସେମାନଙ୍କ ସଂସ୍ଥାର ମନୋନୀତ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସମ୍ବନ୍ଧରେ ମିଥ୍ୟା ତଥ୍ୟ ଦେବାରୁ ଦୂରେଇ ରହିବେ।

CCPA ଗାଇଡଲାଇନରେ, ଆଇସିଏସ କୋଚିଂ ପାଇଁ ବିଜ୍ଞାପନ ଦେବା ପୂର୍ବରୁ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ଏକ ତାଲିକା ମଧ୍ୟ ଜାରି କରିଛି। ବର୍ତ୍ତମାନଠାରୁ, ଯଦି କୋଚିଂ ସେଣ୍ଟରଗୁଡ଼ିକ ସେମାନଙ୍କ ଭଲ ର଼୍ୟାଙ୍କ ରଖିଥିବା ଛାତ୍ରୀଛାତ୍ରଙ୍କ ବିଜ୍ଞାପନ ଦିଅନ୍ତି ତେବେ ସେମାନଙ୍କ ନାମ, ଫଟୋ, ତାଙ୍କ ର଼୍ୟାଙ୍କ ଓ ତାଙ୍କ ଦ୍ୱାରା ମନୋନୀତ ପାଠ୍ୟକ୍ରମ ବିଷୟରେ ସୂଚନା, ପାଠ୍ୟକ୍ରମର ଅବଧି ଦେବାକୁ ପଡିବ। ଏହା ମଧ୍ୟ ଉଲ୍ଲେଖ କରିବାକୁ ପଡିବ କି, କୋଚିଂ ପାଠ୍ୟକ୍ରମ ପାଇଁ ସେ ଟଙ୍କା ଦେଇଛନ୍ତି ନା ଏହା ଏକ ମାଗଣା ପାଠ୍ୟକ୍ରମ।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ୨ ପ୍ରଧାନମନ୍ତ୍ରୀ କରୁ କି ୪ ଆମର ଇଚ୍ଛା, ହେଲେ ତାନାଶାହାଙ୍କୁ ଆସିବାକୁ ଦେବୁ ନାହିଁ: ସଞ୍ଜୟ ରାଉତ

ପୁଣେ,୨୮।୪: ଦେଶରେ ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନର ୨ ପର୍ଯ୍ୟାୟ ଶେଷ...

ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବିଙ୍କ ସହ ଚକି ପେଷୁଛନ୍ତି ରାଜଶ୍ରୀ

ପାଟନା,୨୮।୪: ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ...

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri