Categories: ରାଜ୍ୟ

ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ୧୩ ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟର ପ୍ରମୁଖ କ୍ୟାନ୍‌ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ (ଏଏଚ୍‌ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀକୁ ରାଜ୍ୟ ସରକାର ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନ୍‌ସର ଇନଷ୍ଟିଚ୍ୟୁଟରେ ୪ଟି ନୂଆ ବିଭାଗରେ ପାଠପଢ଼ା ହେବ। ଏହି ସମସ୍ତ ୪ଟି ବିଭାଗରେ ଜଣେ ଲେଖାଏଁ ପ୍ରଫେସର ଓ ୨ଜଣ ଲେଖାଏଁ ଆସୋସିଏଟ ପ୍ରଫେସର ପଦବୀ ସମେତ ନ୍ୟୁକ୍ଲିୟର ମେଡିସିନରେ ଗୋଟିଏ ଆସିଷ୍ଟାଣ୍ଟ ପ୍ରଫେସର ପଦବୀକୁ ମଞ୍ଜୁରୀ ମିଳିଛି । ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟରେ ଏହି ୪ଟି ନୂଆ ବିଭାଗରେ ଗୋଟିଏ ଲେଖାଏଁ ୟୁନିଟ ଖୋଲିବ । ଏଥିପାଇଁ ଅର୍ଥ ବିଭାଗର ଅନୁମୋଦନ ମିଳିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।