ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ,ଏବେ କିନ୍ତୁ ସବୁ ଠିକ୍‌… ଗୋବିନ୍ଦାଙ୍କ ଓକିଲ ଖବରକୁ କହିଲେ ମିଥ୍ୟା

ମୁମ୍ବାଇ: ଆଜିକାଲି ଚର୍ଚ୍ଚାରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ। ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ ଦୀର୍ଘ ୩୭ ବର୍ଷର ବୈବାହିକ ଜୀବନରେ ତାଙ୍କର ଝଡ଼ ସୃଷ୍ଟି ହୋଇଛି। ପତ୍ନୀ ସୁନୀତାଙ୍କ ସହ ତାଙ୍କର ଛାଡ଼ପତ୍ର ହେବ ବୋଲି କୁହାଯାଉଛି। ହେଲେ ଏବେ ଗୋବିନ୍ଦାଙ୍କ ଓକିଲ ବଡ଼ ବୟାନ ଦେଇଛନ୍ତି। ସୁନୀତା ଛାଡ଼ପତ୍ର ଲାଗି ଆବେଦନ କରିଥିଲେ। ହେଲେ ତାହା ଛଅ ମାସ ପୁରୁଣା କଥା। ଏବେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ଏବଂ ସେମାନେ ଏକାଠି ରହୁଥିବା ଓକିଲ କହି ଚମକାଇଛନ୍ତି।

ଗୋବିନ୍ଦାଙ୍କ ଓକିଲ ତଥା ନିକଟତର ଲଳିତ ବିନ୍ଦଲ ଏଥିନେଇ କହିଛନ୍ତି, ସୁନୀତା ଛାଡ଼ପତ୍ର ଲାଗି ଆବେଦନ କରିଥିଲେ ସତ, ହେଲେ ଏବେ ସବୁକିଛି ଠିକ୍‌ ହୋଇ ଯାଇଛି। ନୂଆ ବର୍ଷରେ ଆମେ ଏକାଠି ନେପାଳ ବୁଲିବାକୁ ଯାଇଥିଲୁ। ଆମେ ପଶୁପତିନାଥ ମନ୍ଦିରରେ ଏକାଠି ପୂଜା ମଧ୍ୟ କରିଥିଲୁ।

ପୂର୍ବରୁ ଗୋବିନ୍ଦା ଏବଂ ସୁନୀତା ଅଲଗା ଘରେ ରହୁଥିବା ଖବର ପ୍ରକାଶ ପାଇ ଆସୁଥିବା ବେଲେ ଓକିଲ ତାହାକୁ ଏଡ଼ାଇ ଯାଇଛନ୍ତି। ଦୁହେଁ ଏବେ ଏକାଠି ରହୁଛନ୍ତି। ଗୋବିନ୍ଦା ଯେବେ ଏମ୍‌ପି ହୋଇଥିଲେ ସେ ଅଫିସ କାମ କରିବାକୁ ଏକ ବଙ୍ଗଳା କିଣିଥିଲେ। ଏହି ଫ୍ଲାଟ୍‌ ତାଙ୍କ ଘରର ବିପରିତ ପାର୍ଶ୍ୱରେ ରହିଛି। ସେଠାରେ ସେ ଅଫିସ କାମ କରନ୍ତି। କେବେ କେବେ ରାତିରେ ରହି ଯାଆନ୍ତି। ହେଲେ ବିବାହପରଠାରୁ ଦୁହେଁ ଏକାଠି ଥିବା ସେ କହିଛନ୍ତି।

ତେବେ ଛାଡ଼ପତ୍ର ନେଇ ଖବର କାହିଁକି ପ୍ରକାଶ ପାଉଛି ପ୍ରଶ୍ନରେ ସେ କହିଛନ୍ତି ଯେ , ସୋସିଆଲ ମିଡିଆରେ ପଡକାଷ୍ଟରେ ତାଙ୍କ ବୟାନକୁ ଅଧା ଅଧୁରା ଦେଖାଯାଉଛି। ଏହାଦ୍ୱାରା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି। ଗୋବିନ୍ଦାଙ୍କ ଭଳି ସ୍ବାମୀ ନୁହେଁ ତାଙ୍କ ଭଳି ପୁଅ ଚାହୁଁଥିବା ସୁନୀତା କହିଥିବା ଓକିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri