ସ୍ତ୍ରୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ଗୋବିନ୍ଦା, ପ୍ରଭୁ ଆସିଥିଲେ ସ୍ବପ୍ନରେ

ପୁରୀ ଅଫିସ,୨୧।୩: ବଲିଉଡ ଅଭିନେତା ଗୋବିନ୍ଦା ଓ ତାଙ୍କ ସ୍ତ୍ରୀ ସୁନିତା ଆହୁଜାଙ୍କ ସହ ରବିବାର ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ସେ ଅତି ନିକଟକୁ ଦର୍ଶନ କରି ବିଭୋର ହୋଇଯାଇଛନ୍ତି। ସେ କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ରକ୍ଷା କରିଛନ୍ତି। ଜଗନ୍ନାଥ ମୋ ସ୍ବପ୍ନରେ ଆସିଥିଲେ। କିଛି ଦିନ ଧରି ମୁଁ ବନ୍ଧନଯୁକ୍ତ ହୋଇ ଯାଇଥିଲି । ହେଲେ ଏବେ ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ବନ୍ଧନରୁ ମୁକ୍ତ ହୋଇଯାଇଛି ।
ପରେ ରାଜନୀତିରୁ ସବୁଦିନ ଲାଗି ଓହରି ଯାଇଥିବା ଗୋବିନ୍ଦା କହିଛନ୍ତି । ତେବେ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଐତିହ୍ୟ କରିଡର ଭିତରେ ଫୋଟୋ ଉଠାଇ ଥିଲେ । ଦର୍ଶନର ଏଭଳି ସାନିଧ୍ୟ ବାରମ୍ବାର ଆସୁ ବୋଲି ମଧ୍ୟ ସେ କହିଛନ୍ତି । ସେବାୟତ ଗୋବିନ୍ଦାଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରିଥିଲେ ।