ରିମାଣ୍ଡରେ ଯିବେ ଗୋବିନ୍ଦ: ଡିଆଇଜି

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି। ଯୋଜନାବଦ୍ଧ ଭାବେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ଡିଆଇଜି ଡା. ଦୀପକ କୁମାର ବୁଧବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗୋବିନ୍ଦ ସାହୁଙ୍କ ଅନୈତିକ ସମ୍ପର୍କ ଓ ପରକୀୟା ପ୍ରୀତି ବିଷୟରେ ମମିତା ଜାଣିଯାଇଥିଲେ। ଏଣୁ ଗୋବିନ୍ଦ ମମିତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ଆଗକୁ ଗୋବିନ୍ଦ ସାହୁଙ୍କୁ ପୋଲିସ ରିମାଣ୍ଡରେ ଅଣାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ନେଇ ସେ ସୂଚନା ଦେଇଛନ୍ତି। ରିମାଣ୍ଡରେ ଆଣିବା ପରେ ହତ୍ୟାକାଣ୍ଡ ସିନ୍‌ ରିକ୍ରେଟ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି। କାର୍‌ ଭିତରେ ମମିତାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ପୋଡ଼ିଦେଇ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ବୋଲି ଗୋବିନ୍ଦ ସ୍ବୀକାର କରିଥିବା ଜଣାପଡ଼ିଛି। ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଉପସ୍ଥିତ ଥିଲେ।