Posted inଜାତୀୟ

‘ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ ପକାଇ ରଖିପାରିବେନି ରାଜ୍ୟପାଳ’

ନୂଆଦିଲ୍ଲୀ,୨୫ା୧୧: ରାଜ୍ୟପାଳମାନେ ବିଲ୍‌ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ରାଜ୍ୟର ପ୍ରତୀକାମତ୍କ ମୁଖ୍ୟ ହିସାବରେ ରାଜ୍ୟପାଳଙ୍କ ହାତରେ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ସେ ବିଧାନସଭାର ଆଇନ ପ୍ରଣୟନରେ ବାଧା ସୃଷ୍ଟି ଉଦ୍ଦେଶ୍ୟରେ ତାକୁ ବ୍ୟବହାର କରିପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଚେତାଇ ଦେଇଛନ୍ତି।
ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜ୍ୟପାଳ ହେଉଛନ୍ତି ରାଜ୍ୟର ଅନିର୍ବାଚିତ ମୁଖ୍ୟ, ଯାହାଙ୍କ ପାଖରେ କେତେକ ସାମ୍ବିଧାନିକ କ୍ଷମତା ରହିଥାଏ। ତେବେ ସେହି କ୍ଷମତାଗୁଡ଼ିକ ବିଧାନସଭାର ଆଇନ ପ୍ରଣୟନରେ ବାଧା ସୃଷ୍ଟି କରିପାରିବ ନାହିଁ।
ଅନୁଚ୍ଛେଦ ୨୦୦ ରାଜ୍ୟପାଳଙ୍କୁ ବିଧାନସଭାରେ ଗୃହୀତ ବିଲ୍‌କୁ ଅନୁମୋଦନ କିମ୍ବା ନାମଞ୍ଜୁର କରିବା ଅଥବା ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ନିମନ୍ତେ ପଠାଇବା କ୍ଷମତା ଦେଇଛି। ଅନୁଚ୍ଛେଦ ୨୦୦ର ମୂଳଭାଗରେ ପ୍ରଦତ୍ତ କ୍ଷମତା ଅନୁସାରେ ରାଜ୍ୟପାଳ ବିଲ୍‌କୁ ପକାଇରଖିଲେ ସେ ଯଥାଶୀଘ୍ର ସମ୍ଭବ ଏନେଇ ବିଧାନସଭାକୁ ଜଣାଇବେ। ରାଜ୍ୟପାଳଙ୍କୁ ଅପ୍ରତିହତ କ୍ଷମତା ପ୍ରଦାନ ଏକ ସୁନିର୍ବାଚିତ ବ୍ୟବସ୍ଥାପିକାର ଆଇନପ୍ରଣୟନ ସମ୍ପର୍କିତ କାର୍ଯ୍ୟକାରିତାରେ ବସ୍ତୁତଃ ଭେଟୋ ଲଗାଇଦେବ। ଏଭଳି କାର୍ଯ୍ୟ ସଂସଦୀୟ ସରକାର ବ୍ୟବସ୍ଥାଭିତ୍ତିକ ସାମ୍ବିଧାନିକ ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତଗୁଡ଼ିକର ବିରୁଦ୍ଧାଚରଣ କରିବା ସଦୃଶ। ତେଣୁ ରାଜ୍ୟପାଳମାନେ କେଉଁ ବିକଳ୍ପକୁ ଆପଣାଇବାକୁ ଯାଉଛନ୍ତି ତାହା ମଧ୍ୟ ଘୋଷଣା କରିବା ଜରୁରୀ। ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତଙ୍କ ବିରୋଧରେ ରାଜ୍ୟର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସରକାର ଦାଖଲ କରିଥିବା ପିଟିଶନର ଏହି ରାୟ ନଭେମ୍ବର ୧୦ରେ ଆସିଥିଲା। ଗୁରୁବାର ଉକ୍ତ ରାୟର ବିସ୍ତୃତ ବିବରଣୀକୁ ୩ ଜଣିଆ ଖଣ୍ଡପୀଠ ସାର୍ବଜନୀନ କରିଛନ୍ତି। କେରଳ ଓ ତାମିଲନାଡୁ ସରକାର ମଧ୍ୟ ନିଜ ନିଜ ରାଜ୍ୟପାଳଙ୍କ ବିରୋଧରେ ଅନୁରୂପ ପିଟିଶନ ଦାଖଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri