ବୈଦ୍ୟୁତିକ ଯାନର ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬।୧: ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ( ଇଲେକଟ୍ରିକ ଭେହିକିଲ ବା ଇଭି) ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଏପରିକି ଇଭି ଯାନ କ୍ରୟ କରୁଥିବା କ୍ରେତାଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଇଭି ଶିଳ୍ପର ବିକାଶ ଓ ଚାହିଦା ବୃଦ୍ଧି ପାଇଁ କେନ୍ଦ୍ର ସରକାର ଇଭି ଚାର୍ଜିଂ ଷ୍ଟେଶନ ଭିତ୍ତିଭୂମିର ବିକାଶ ଓ ସର୍ବସାଧାରଣ ବ୍ୟବହାର କେନ୍ଦ୍ର ସ୍ଥାପନ ପାଇଁ ପ୍ରାୟ ୮୦%ର ସହାୟତା ରାଶି ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରି ଡ୍ରାଇଭ ରିଭ୍ୟୁଲେଶନ ଇନ୍‌ ଇନୋଭେଟିଭ ଭେହିକିଲ ଏନହାନ୍‌ସମେଣ୍ଟ (ପିଏମଇ ଡ୍ରାଇଭ) ସ୍କିମ୍‌ ଅଧୀନରେ ହିତାଧିକାରୀଙ୍କୁ ଯୋଗାଇ ଦେଉଛନ୍ତି। ସେହିଭଳି ସାରା ଦେଶରେ ଇଭି ଚାର୍ଜିଂ ଷ୍ଟେଶନ ଭିତ୍ତିଭୂମିର ବିକାଶ ଓ ସର୍ବସାଧାରଣ ବ୍ୟବହାର କେନ୍ଦ୍ର ସ୍ଥାପନ ପାଇଁ ସରକାର ୨୦୦୦ କୋଟି ଟଙ୍କା ପିଏମ ଇଡ୍ରାଇଭ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଯୋଗାଇ ଦେଉଥିଲାବେଳେ ଇଭି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ସବୁ ସ୍ତର ଓ ବର୍ଗର ଲୋକଙ୍କୁ ଶିଳ୍ପ ପରିସର ମଧ୍ୟକୁ ଆଣିବା ପାଇଁ ଉଭୟ ଶିଳ୍ପସଂସ୍ଥା ଓ ସରକାର ପ୍ରୟାସ କରୁଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ସରକାର ୪୮,୪୦୦ ଇଭି ଫାଷ୍ଟ ଚାର୍ଜିଂ ଷ୍ଟେଶନ ସ୍ଥାପନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏପରିକି ଦୁଇ ଚକିଆ ଇଭି ଯାନ ପାଇଁ ୫୮୧ କୋଟି ଟଙ୍କାର ସହାୟତା ଦିଆଯାଇଥିଲାବେଳେ ଚାରି ଚକିଆ ଇଭି ଯାନ ପାଇଁ ମୋଟ ୨୨,୧୦୦ ଷ୍ଟେଶନ ସ୍ଥାପନ ପାଇଁ ୧୦୬୧କୋଟି ଆର୍ଥିକ ସହାୟତା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮୦,୦୦୦ ଉପରେ ସୁନା ଦର

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି।...

ଉତ୍କଳ କର୍କଟ କନ୍‌କ୍ଲେଭ୍‌ ୨.୦ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍‌ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ...

ସଞ୍ଜୟ ହଂସଙ୍କୁ ରତ୍ନଶ୍ରୀ ପୁରସ୍କାର

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ...

୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍‌

ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍‌ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ...

ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍‌ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ...

ଗେମ୍‌ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା

ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍‌ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଡା. ଅର୍ଥୋ ଏବଂ ବଲିଉଡ୍‌ ଫିଲ୍ମ ‘ଗେମ୍‌ ଚେଞ୍ଜର’...

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri