ନୂଆଦିଲ୍ଲୀ,୧।୧୦: କେନ୍ଦ୍ର ସରକାର ଦେଶର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କରିଛନ୍ତି। ଏହି ବୃଦ୍ଧି ୧ ଜୁଲାଇ ୨୦୨୫ଠାରୁ ପିଛିଲା ଭାବେ ଲାଗୁ ହେବ।
ଏହି ନିଷ୍ପତ୍ତି ଫଳରେ ପ୍ରାୟ ୪୯ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍ସନଧାରୀ ଉପକୃତ ହେବେ। ଏହା ଦ୍ୱାରା ସରକାରଙ୍କୁ ଅତିରିକ୍ତ ୧୦,୦୮୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏହି ବୃଦ୍ଧି ମୂଲ୍ୟବୃଦ୍ଧିର ପ୍ରଭାବକୁ ମୁକାବିଲା କରିବା ଏବଂ କର୍ମଚାରୀ ଓ ପେନ୍ସନଧାରୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କରାଯାଇଛି।


