ବଣାଇଁ,୯।୯(ପ୍ରଦୀପ ତ୍ରିପାଠୀ): ଓଡ଼ଶାରେ ସରକାର ପରିବର୍ତ୍ତନ ଓ ନୂତନ ସରକାରଙ୍କ ନିତି ପ୍ରଣୟନକୁ ନେଇ ସବୁକ୍ଷେତ୍ରରେ ଏବେ ଜଳୁଚି ଅସନ୍ତୋଷର ବହ୍ନି। ଆଜି ଲହୁଣୀପଡା ବ୍ଲକର ଶତାଧିକ ସିଆରପି ମହିଳା ବଣାଇଁ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବ ସରକାର ମା’ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଯେଉଁ ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ ଏଚ୍ଜିଗ୍ରୁପର ପରିକଳ୍ପନା କରିଥିଲେ ସେଥିରେ ନୂଆ ସରକାର ସହମତ ହେବା ବଦଳରେ ଓଲଟା ଦରମା ବନ୍ଦ କରି ଏଣିକି ପ୍ରୋତ୍ସାହନ ରାଶି ପ୍ରଦାନ ନେଇ କରିଥିବା ନିଷ୍ପତ୍ତି ବିରୋଧରେ ଗର୍ଜିଛନ୍ତି ସିଆରପି ମହିଳା। ପୂର୍ବ ସରକାର ସିଆରପି ମାନଙ୍କୁ ମାସିକ ୬ ହଜାର ୧ ଶହ ଟଙ୍କା ଧାର୍ଯ୍ୟ କରିଥିଲେ। ହେଲେ ଭାଜପା ସରକାର ଦରମା ବନ୍ଦ କରି କେବଳ ପ୍ରୋତ୍ସାହନ ରାଶି ପ୍ରଦାନ ନେଇ ନିଷ୍ପତ୍ତିକୁ ବିରୋଧ କରି ସେମାନେ ପ୍ରୋତ୍ସାହନ ରାଶି ଗ୍ରହଣ କରିବେ ନାହିଁ ବୋଲି ମଙ୍ଗଳବାର ବଣାଇ ଉପଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସରକାର ନ ମାନିଲେ ଆଗକୁ ରାଜ୍ୟ ସ୍ତରରେ ଦୁର୍ବାର ଆନ୍ଦୋଳନ ବୋଲି ଚେତାବନୀ ଦେଇଛନ୍ତି।


