Posted inଜାତୀୟ

ଟେଲିଭିଜନ ଚ୍ୟାନେଲକୁ ସରକାରଙ୍କ ପରାମର୍ଶ: ରକ୍ତ, ଶାରୀରିକ ଆକ୍ରମଣ ସହ ଜଡିତ ଫୁଟେଜ କିମ୍ବା ଫଟୋ ଦେଖାଇବା ବନ୍ଦ କରାଯାଉ

ନୂଆଦିଲ୍ଲୀ,୯ ।୧: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଅଥାତ୍ ୯ ଜାନୁୟାରୀରେ ସମସ୍ତ ଟେଲିଭିଜନ ଚ୍ୟାନେଲ ପାଇଁ ଏକ ଗାଇଡଲାଇନ ଜାରି କରିଛନ୍ତି । ବିବ୍ରତ କଲାଭଳି ଭିଡିଓ ଓ ଫଟୋଗ୍ରାଫର ପ୍ରସାରଣକୁ ସମସ୍ତ ଟେଲିଭିଜନ ଚ୍ୟାନେଲ ବନ୍ଦ କରିବାକୁ ସରକାର କହିଛନ୍ତି । ଚ୍ୟାନେଲ ଗୁଡିକୁ ସରକାର ଚେତାବନୀ ଦେଇଛନ୍ତି ଯେ ପ୍ରୋଗ୍ରାମ କୋଡ ବିରୋଧରେ ରକ୍ତ, ମୃତଶରୀର ଓ ଶାରିରୀକ ନିର୍ଯ୍ୟାତନାର ଚିତ୍ର କଷ୍ଟକର ବୋଧ ହେଉଛି । ଟେଲିଭିଜନ ଚ୍ୟାନେଲ ଗୁଡିକ ଦ୍ୱାରା ବିବେକ ଅଭାବର ଅନେକ ଘଟଣା ଦେଖାଯିବା ପରେ ମନ୍ତ୍ରଣାଳୟ ଏହି ପରାମର୍ଶ ଦେଇଛି ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କହିଛି ଟେଲିଭିଜନ ଚ୍ୟାନେଲ ଗୁଡିକ ଦ୍ୱାରା ସୋସିଆଲ ମିଡିଆରୁ ହିଂସକ ଭିଡିଓକୁ ନେଇ ବିନା ଏଡିଟିଂରେ ତାକୁ ପ୍ରସାରଣ କରାଯାଉଛି । ଏହାର କୁ ପ୍ରଭାବ ମହିଳା ଓ ଶିଶୁଙ୍କ ଉପରେ ଅଧିକ ପଡୁଛି । ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି ଟେଲିଭିଜନ ଚ୍ୟାନେଲରେ ବ୍ୟକ୍ତିଙ୍କ ମୃତ ଶରୀର ଓ ଚାରିପଟେ ପଡିଥିବା ରକ୍ତର ଛିଟା, ହିଂସା ସହିତ ଦୁର୍ଘଟଣା ଓ ଆହତ ବ୍ୟକ୍ତିଙ୍କ ଫୁଟେଜ ଓ ଫଟୋ ଟେଲିଭିଜନରେ ଦେଖାଯାଉଛି ଯାହା ବିଚଳିତ କରୁଛି ।
ମନ୍ତ୍ରଣାଳୟ କହିଛି ଟେଲିଭିଜନ ଚ୍ୟାନେଲରେ ପ୍ରୋଗ୍ରାମ କୋଡ ବିରୋଧରେ ବ୍ଲଡ, ମୃତଦେହ, ଶାରିରୀକ ଆକ୍ରମଣର ଫଟୋ କଷ୍ଟ ଦାୟକ । ଆଡଭାଇଜରୀରେ କୁହାଯାଇଛି କି ଏମିତି ହିଂସାତ୍ମକ ଓ ବିଚଳିତ କରିବା ଭଳି ଖବର ଶିଶୁ ଓ ମନୋବିଜ୍ଞାନିଙ୍କ ଉପରେ ବିପରିତ ପ୍ରଭାବ ପକାଉଛି । ଏହାର କିଛି ଉଦାହରଣ ବି ସରକାରଙ୍କ ପକ୍ଷରୁ ଦିଆଯାଇଛି ।
ଯେମିତି ୩୦ ।୧୨ ।୨୨ରେ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟରଙ୍କ ଫଟୋକୁ ବିନା ଏଡିଟିଂରେ ପ୍ରସାରଣ କରାଯାଇଥିଲା ।
ବିହାରର ରାଜଧାନୀ ପାଟନାରେ ଜଣେ ୫ ବର୍ଷର ଶିଶୁକୁ କୋଚିଂ କ୍ଲାସରେ ଶିକ୍ଷକ ମାରିବାର ଭିଡିଓକୁ ବିନା ମ୍ୟୁଟରେ ଦେଖାଯାଇଥିଲା । ଏହାର ଅବଧି ଥିଲା ପ୍ରାୟ ୯ ମିନିଟ ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri