Posted inଖେଳ

ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବେ ସରକାର: ଏକହଜାର ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ ହେବ

ନୂଆଦିଲ୍ଲୀ,୯।୧୨(ପି.ଟି.): ଅବସର ନେଇଥିବା କ୍ରୀଡ଼ାବିତ୍‌ଙ୍କୁ ଚାକିରି ଦେବା ପାଇଁ କେନ୍ଦ୍ର ସରକାର ବେଶ୍‌ ଉତ୍ସାହିତ ଅଛନ୍ତି। ଏଥିପାଇଁ ସରକାର ଦେଶରେ ୧୦୦୦ ଖେଲୋ ଇଣ୍ଡିଆ ସେଣ୍ଟର ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ଦେଶର କ୍ରୀଡ଼ା ସଂସ୍କୃତିରେ ଯଥେଷ୍ଟ ଉନ୍ନତି ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଯେତେବେଳେ ଜଣେ କ୍ରୀଡ଼ାବିତ୍‌ ସମସ୍ୟାରେ ପଡ଼ନ୍ତି ଏହା ସମ୍ପୂର୍ଣ୍ଣ ପିଢିକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ। ତେଣୁ କୌଣସି କ୍ରୀଡ଼ାବିତ୍‌ ଯେପରି ଅବହେଳିତ ନ ହୁଅନ୍ତି ସେ ନେଇ ପଦକ୍ଷେପ ନିଆଯିବ। ପୁଣି କ୍ରୀଡ଼ାବିତମାନଙ୍କୁ ନିରବଚ୍ଛିନ୍ନ ଭାବେ ଯେପରି ପୁରସ୍କାର ରାଶି, ଆର୍ଥିକ ସହାୟତା ପ୍ରଦାନ କରିଯିବ ସେ ନେଇ ସରକାର ତାଙ୍କ ପ୍ରୟାସ ଜାରି ରଖିଛନ୍ତି ବୋଲି ୧୦ମ ଗ୍ଲୋବାଲ ସ୍ପୋଟର୍‌ସ ସମିଟ୍‌ରେ ଯୋଗ ଦେଇ ସେ ଏହା କହିଛନ୍ତି। ସ୍ବତନ୍ତ୍ରଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟର୍ଫ ୨୦୨୦କୁ ଏଫ୍‌ଆଇସିସିଆଇ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ପି.ଭି. ସିନ୍ଧୁ, ମଧ୍ୟପ୍ରଦେଶ କ୍ରୀଡ଼ାମନ୍ତ୍ରୀ ଯଶୋଧାରା ରାଜେ ସିନ୍ଧିଆ, ଅଷ୍ଟ୍ରେଲୀୟ ଅଲିମ୍ପିକ୍‌ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ମ୍ୟାଟ୍‌ କାରୋଲ ଓ ଏଫ୍‌ଆଇସିସିଆଇ ଅଧ୍ୟକ୍ଷ ସଙ୍ଗୀତା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ଦେଶର ନାଗରିକମାନେ କିପରି କ୍ରୀଡ଼ା ଓ ଫିଟ୍‌ନେସ ନେଇ ଉତ୍ସାହିତ ହେବେ ସେ ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ନାଗରିକ ଫିଟ୍‌ ନ ରହିଲେ କୌଣସି ଦେଶ ସମୃଦ୍ଧ ହେବ ନାହିଁ। ସ୍ପୋଟର୍‌ସରେ ସଫଳତା ହାସଲ ନ କଲେ କ୍ରୀଡ଼ା ସଂସ୍କୃତି ନେଇ କିଛି କହିବା ଠିକ୍‌ ହେବ ନାହିଁ। କ୍ରୀଡ଼ାକୁ ଭଲ ପାଉଥିବା ଏକ ସମାଜ ଗଢିତୋଳିବାକୁ କର୍ପୋରେଟ୍‌ ହାଉସ୍‌ମାନେ ଆଗଇ ଆସିବାକୁ ସେ ଆହ୍ବାନ କରିଛନ୍ତି। ଏଥିପାଇଁ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଭାରତ ଏକ ସ୍ପୋଟର୍‌ସିଂ ଦେଶ ନୁହଁ ବୋଲି ସ୍ବୀକାର କରିବାକୁ ହେବ। ତେବେ ଲୋକମାନଙ୍କ ସହଯୋଗ ଓ ଚେଷ୍ଟାରେ ଭାରତ ଦିନେ କ୍ରୀଡ଼ାରେ ସଫଳ ରାଷ୍ଟ୍ର ଭାବେ ଉଭା ହେବ ବୋଲି ରିଜିଜୁ କହିଛନ୍ତି।
କ୍ରୀଡ଼ା ଭାରତରେ ଏକ ଶିଳ୍ପର ମାନ୍ୟତା ପାଇବା ନେଇ ଆମେ ସୁନିଶ୍ଚିତ ଅଛୁ। ଭବିଷ୍ୟତରେ ଏହା ଦେଶର ଅର୍ଥନୀତିକୁ ମଧ୍ୟ ସକାରାତ୍ମକ ଭାବେ ପ୍ରଭାବିତ କରିବ। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଖେଲୋ ଇଣ୍ଡିଆ ଓ ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ବେଶ୍‌ ସଫଳ ଓ ଦୃଢ ହୋଇପାରିଛି। ଦେଶ ଲୋକସଂଖ୍ୟାର ଦୁଇ ପ୍ରତିଶତ ଲୋକ ଯଦି ଗୋଟିଏ କ୍ରୀଡ଼ା ଷ୍ଟାଡିୟମ କିମ୍ବା ଟେଲିଭିଜନ୍‌ରେ ଦେଖନ୍ତି ତା’ହେଲେ ସେହି କ୍ରୀଡ଼ା ଲୋକପ୍ରିୟ ହୋଇପାରିବ ଓ ଏହା ଦ୍ୱାରା ଅର୍ଥ ଉପାର୍ଜନ ହେବ ଓ ଏହା ସମ୍ପୃକ୍ତ କ୍ରୀଡ଼ାର ଉନ୍ନତିରେ ସହାୟକ ହେବ। ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ଆଥଲେଟ୍‌୍‌ମାନେ କ୍ରୀଡ଼ା ସମ୍ପର୍କରେ ଆବଶ୍ୟକ ଜ୍ଞାନ ହାସଲ କରିବା ସହ ସେମାନଙ୍କ ଟ୍ରେନିଂ ଜାରି ରଖିପାରୁଛନ୍ତି। ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତ ପଦକ ତାଲିକାର ଶ୍ରେଷ୍ଠ ୧୦ରେ କିପରି ସ୍ଥାନ ପାଇବ ସେ ନେଇ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏଥିପାଇଁ ଆମେ ବିଭିନ୍ନ କାର୍ଯ୍ୟକ୍ରମ ତଥା ନୀତି ଆରମ୍ଭ କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri