Posted inଫୁରସତ

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ  ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ ନୁହେଁ। ଏଥିପାଇଁ ନିଜ ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରିବାକୁ ପଡିବ। ଛାତ ଉପରେ ସୋଲର ପ୍ୟାନେଲ ସ୍ଥାପନ କରି ବିଦ୍ୟୁତ୍‌ ତିଆରି କରି ଗ୍ରୀଡରେ ସପ୍ଲାଇ କରିପାରିବେ। କେନ୍ଦ୍ର ସରକାରଙ୍କ ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ସୋଲାର ପ୍ୟାନେଲ ବ୍ୟବହାରକାରୀଙ୍କୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରୁଛି। ସବସିଡି ବିନା ଛାତର ସୋଲାର ପ୍ୟାନେଲ ସ୍ଥାପନ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ।
ସର୍ବପ୍ରଥମେ, ଆସନ୍ତୁ ଏଥିରେ ଖର୍ଚ୍ଚ ବିଷୟରେ ଆଲୋଚନା କରିବା-
ଏକ ସୋଲାର ପ୍ୟାନେଲର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା। ପ୍ରତ୍ୟେକ ରାଜ୍ୟ ଅନୁଯାୟୀ ଏହି ଖର୍ଚ୍ଚ ଭିନ୍ନ ଅଟେ। କିନ୍ତୁ ସରକାରଙ୍କ ସବସିଡି ପରେ ଗୋଟିଏ କିଲୋୱାଟର ଏକ ସୋଲାର ପ୍ଲାଣ୍ଟ ମାତ୍ର ୬୦ରୁ୭୦ ହଜାର ଟଙ୍କା ପାଇଁ ସ୍ଥାପିତ ହୋଇପାରିବ। କିଛି ରାଜ୍ୟ ଏଥିପାଇଁ ଅତିରିକ୍ତ ସବସିଡି ମଧ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ବ୍ୟାଙ୍କଗୁଡିକ ଋଣ ମଧ୍ୟ ଯୋଗାଇ ଦେଉଛି।
ସୋଲାର ପ୍ୟାନେଲ ପାଇଁ ଖର୍ଚ୍ଚ
ସୋଲାର ପ୍ୟାନେଲଗୁଡିକ ୨୫ ବର୍ଷ କାର୍ଯ୍ୟକ୍ଷମ ହୋଇପାରିବ। ଘର ଛାତରେ ସହଜରେ ଏହି ପ୍ୟାନେଲ ସ୍ଥାପନ କରିପାରିବ। ପ୍ୟାନେଲରୁ ମାଗଣା ବିଦ୍ୟୁତ୍‌ ମିଳିବ। ଏଥିସହ ଅବଶିଷ୍ଟ ବିଦ୍ୟୁତ୍‌ ଗ୍ରୀଡ ଜରିଆରେ ସରକାର କିମ୍ବା କମ୍ପାନୀକୁ ବିକ୍ରି କରାଯାଇପାରିବ। ଅର୍ଥାତ୍‌ ମାଗଣାରେ ରୋଜଗାର କରିପାରିବେ। ଯଦି ଆପଣ ନିଜ ଘରର ଛାତରେ ଦୁଇ କିଲୋୱାଟ ସୋଲାର ପ୍ୟାନେଲ ସ୍ଥାପନ କରନ୍ତି, ତେବେ ଦିନର ୧୦ ଘଣ୍ଟା ପାଇଁ ସୂର୍ଯ୍ୟ କିରଣ ସମୟରେ ଏହା ପ୍ରାୟ ୧୦ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ କରିବ। ତେବେ ଦୁଇ କିଲୋୱାଟ ସୋଲାର ପ୍ୟାନେଲ ପ୍ରାୟ ୩୦୦ ୟୁନିଟ ବିଦ୍ୟୁତ୍‌ ଉତ୍ପାଦନ କରିବ। ସୋଲାର ପ୍ୟାନେଲ କିଣିବା ପାଇଁ ରାଜ୍ୟ ସରକାରଙ୍କ ନବୀକରଣ ଯୋଗ୍ୟ ଶକ୍ତି ବିକାଶ ପ୍ରାଧିକରଣ ସହିତ ଯୋଗାଯୋଗ କରିପାରିବାକୁ ପଡିବ। ପ୍ରତ୍ୟେକ ସହରର ବେସରକାରୀ ଡିଲରମାନଙ୍କ ସହିତ ସୋଲାର ପ୍ୟାନେଲ ମଧ୍ୟ ଉପଲବ୍ଧ। ସବସିଡି ପାଇଁ ଫର୍ମ ମଧ୍ୟ ପ୍ରାଧିକରଣ କାର୍ଯ୍ୟାଳୟରୁ ଉପଲବ୍ଧ ହେବ।

ସୋଲାର ପ୍ୟାନେଲରେ ମଧ୍ୟ କୌଣସି ଅସୁବିଧା ନାହିଁ। କିନ୍ତୁ ଏହାର ବ୍ୟାଟେରୀକୁ ପ୍ରତି ୧୦ ବର୍ଷରେ ଥରେ ପରିବର୍ତ୍ତନ କରିବାକୁ ପଡିବ। ଏହାର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା । ଏହି ସୋଲାର ପ୍ୟାନେଲକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଥିଲେ ବୈଭବ, ହେଲେ…

ନୂଆଦିଲ୍ଲୀ,୩୧।୮: ଦୁଲୀପ ଟ୍ରଫି ସେମିଫାଇନାଲରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ପୁଣିଥରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଇଷ୍ଟ ଜୋନ ପକ୍ଷରୁ ସେଣ୍ଟ୍ରାଲ ଜୋନ ବିପକ୍ଷରେ…

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri