‘ଖବରଦାତାଙ୍କ ଦାବି ମାନି ନିଅନ୍ତୁ ସରକାର’

ପୁରୀ ଅଫିସ,୯।୯: ସମ୍ମିଳିତ କର୍ମଜୀବୀ ଖବରଦାତା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଗୁରୁବାର ପୁରୀ ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବା ସହ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲାପାଳ ସମର୍ଥ ବର୍ମାଙ୍କୁ ଦାବିପତ୍ର ଦିଆଯାଇଛି। ଖବରଦାତାଙ୍କ ସ୍ବାସ୍ଥ୍ୟବୀମା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି, ପେନସନ୍‌ ଦେବା, ଖବରଦାତାଙ୍କ ପିଲାଙ୍କୁ ବିଦ୍ୟାଳୟ ଓ କଲେଜ ସ୍ତରରେ ଶିକ୍ଷା ପାଇଁ ସ୍ବତନ୍ତ୍ର ସୁବିଧା, କ୍ଷୁଦ୍ର ଓ ମଧ୍ୟମ ଖବରକାଗଜକୁ ବିଜ୍ଞାପନ ବୃଦ୍ଧି, ବସ୍‌ ଯାତାୟାତରେ ରିହାତି, ଉଦ୍ଦେଶ୍ୟମୂଳକ ଭାବେ ଖବରଦାତାଙ୍କୁ ପୋଲିସ ଆକ୍ରମଣରୁ ସୁରକ୍ଷା ଏବଂ ଖବରଦାତାଙ୍କ ବିରୋଧରେ ଘଟୁଥିବା ହିଂସାତ୍ମକ କାର୍ଯ୍ୟକଳାପ ରୋକିବା ପ୍ରଭୃତି ଦଫା ଦାବି କରାଯାଇଛି। ଶୋଭାଯାତ୍ରା ସିଂହଦ୍ୱାର, ଟାଉନ ଥାନା, ଜିଲା ମୁଖ୍ୟ ଚିକିତ୍ସାଳୟ ଓ ମହାତ୍ମାଗାନ୍ଧୀ ରୋଡ୍‌ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚିଥିଲା। ଏହାପରେ ଖବରଦାତାମାନେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଖବରଦାତାଙ୍କ ନାର୍ଯ୍ୟ ଦାବି ଉପରେ ସରକାର ବିଚାର ନ କଲେ ଆନ୍ଦୋଳନ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି। ଏହି ଶୋଭାଯାତ୍ରାରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା, ଉପସଭାପତି ସୁନୀଲ ମିଶ୍ର, ମାନସ ମହାପାତ୍ର, କୋଷାଧ୍ୟକ୍ଷ ଗଜେନ୍ଦ୍ର ବେହେରା, ଆଇନ ଉପଦେଷ୍ଟା ଦିଲୀପ ଦାସ, ଜୟକୃଷ୍ଣ ଦାସ, ସୁବୋଧ କୁମାର ସୁବୁଦ୍ଧି, ପ୍ରସନ୍ନ କୁମାର ଦାଶ, ପ୍ରସନ୍ନ ଲେଙ୍କା, ସାଗର ମଦନ ମୋହନ ପ୍ରତିହାରୀ, ରବିନ୍ଦ୍ର ମହାନ୍ତି, ବିବେକାନନ୍ଦ ଦାଶ, ବିଶ୍ୱମିତ ମିଶ୍ର, ସ୍ତମ୍ଭକାର ବଦ୍ରି ମିଶ୍ର ଏବଂ ସାମାଜିକ କର୍ମୀ ଷ୍ଟାଲିନ ପରିଜା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?