ଜିଲାରେ ପାଳନ ହେଉନି ସରକାରୀ ନିୟମ: ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ଦେବଗଡ଼,୨୩ା୬(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲାରେ ସରକାରୀ ନିୟମ ପାଳନ ହେଉନି। ସରକାର ଭିଏଲ୍‌ଏଲ୍‌ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିବାର ଡିଣ୍ଡିମ ପିଟିଥିଲେ ହେଁ ଅଧିକରୁ ଅଧିକ ଡିପାର୍ଟମେଣ୍ଟାଲ କାମ ହେଉଛି। ତେବେ ଡିପାର୍ଟମେଣ୍ଟାଲ କାମଗୁଡିକ ବିକ୍ରି ହେଉଥିବା ନଜରକୁ ଆସୁଛି। ସରକାରୀ ଦଳର କେତେଜଣ ର୍ନିଦ୍ଦିଷ୍ଟ ନେତା ଏବଂ ପ୍ରଭାବଶାଳୀ ବ୍ୟକ୍ତି ମୋଟା ଅଙ୍କର ଟଙ୍କା ନେଇ ଉକ୍ତ ନିର୍ମାଣ କାର୍ଯ୍ୟ ବାବଦୀୟ ଠିକା ବିକ୍ରି କରୁଛନ୍ତି। ସରକାରଙ୍କ ନୂତନ ମାର୍ଗଦର୍ଶିକା ଅନୁଯାୟୀ ‘ବିକଶିତ ଗଁା, ବିକଶିତ ଓଡିଶା’ ଯୋଜନାରେ ଆସିଥିବା କାମଗୁଡିକ ମଧ୍ୟରୁ ପଞ୍ଚାୟତସ୍ତରରେ ୪୦ ପ୍ରତିଶତ କାମ ବିଧାୟକଙ୍କ ସୁପାରିଶରେ କରାଯାଇପାରିବ। ମାତ୍ର ଶତ ପ୍ରତିଶତ ନିର୍ମାଣ କାର୍ଯ୍ୟର ଠିକାରେ ବିକ୍ରି ପାଇଁ ସରକାରୀ ଦଳ ତତ୍ପର ରହିଛି। ଏହାକୁ ନେଇ ଗଣ୍ଡଗୋଳ ହେଉଛି। ଯଦ୍ୱାରା ଆଗାମୀ ଦିନରେ ଦେବଗଡ଼ ଜିଲାରେ ହେବାକୁ ଥିବା ପ୍ରଗତୀରେ ବାଧା ସୃଷ୍ଟି କରିବ। ତେଣୁ ଠିକା କାମ ବିକ୍ରି ନ ହୋଇ ଠିକ୍‌ ମାର୍ଗଦର୍ଶିକା ଅନୁଯାୟୀ ଉନ୍ନୟନ କାର୍ଯ୍ୟ କରାଯାଉ ବୋଲି ରବିବାର ଜିଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି। ସେ ଆହୁରି କହିଛନ୍ତି, ଜିଲାରେ ବେକାରୀ ସମସ୍ୟା ବୃଦ୍ଧି ପାଇଥିବାବେଳେ ଘରୋଇ ଏଜେନ୍ସି ତଥା ସର୍ଭିସ ପ୍ରୋଭାଇଡର ଜରିଆରେ ଛୋଟମୋଟ ନିଯୁକ୍ତି ପ୍ରଦାନ କରାଯାଉଛି। ତଥାପି ଠିକ୍‌ ପ୍ରକ୍ରିୟାରେ ନିଯୁକ୍ତି ଦିଆଯାଉ ନାହିଁ। ଜିଲାରେ ହଜାର ହଜାର ବେକାର ଯୁବତୀଯୁବକ ରହିଥିବାବେଳେ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କ ହସ୍ତକ୍ଷେପ ଯୋଗୁ ଜିଲା ବାହାରର ଯୁବତୀଯୁବକଙ୍କୁ ନିଯୁକ୍ତି ଦିଆଯାଉଛି। ଏଥିପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଉଛି। ଆଗାମୀ ଦିନରେ ଖବରକାଗଜରେ ବିଜ୍ଞାପନ ପ୍ରକାଶ କରାଯାଇ ଜିଲା ନିୟୋଜନ କେନ୍ଦ୍ରରେ ପଞ୍ଜୀକୃତ ହୋଇଥିବା ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଜିଲାରେ ଥିବା ପଥର ଏବଂ ବାଲି ଲଘୁ ଖଣିଜର ସୈରାତ ଉତ୍ସରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ବେଆଇନ ଭାବେ ଏକାଧିକ ସୈରାତ ଉତ୍ସ ଚାଲିଛି। ଜିଲାରେ ୬ଟି ବାଲିଘାଟ ଏବଂ ୩ଟି ପଥର କ୍ୱାରୀ ରହିଛି। ହେଲେ ଏହାଠାରୁ ଅଧିକ ସୋରାତ ଉତ୍ସରୁ ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ କରାଯାଇ ଚୋରାଚାଲାଣ ହେଉଛି। ରିଆମାଳ ବ୍ଲକ ଅଧୀନ ବୁଢାପାଳ ଅଞ୍ଚଳରେ ଥିବା ଏକ ଘାଟରୁ ଚଢା ଦରରେ ବେଆଇନ ଭାବେ ଅନୁଗୋଳ ଜିଲାର ଏକ କାରଖାନାକୁ ବାଲି ଯୋଗାଣ ହେଉଛି। ଏଭଳି ଅନିୟମିତତା ସମ୍ପର୍କରେ ବିଧାୟକ ବିଶ୍ୱାଳ ଖଣି ବିଭାଗ ନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ବିଧାୟକ ଗତ ୧୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଏହାସତ୍ତ୍ୱେ ଅନିୟମିତତା ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ବିଧାୟକ ଚେତାବନୀ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ଦେବ, ଜିଲା ଛାତ୍ର ବିଜେଡି ସଭାପତି ଭବାନୀ ଶଙ୍କର ସାହୁ ,ବାରକୋଟ ବ୍ଲକ ବିଜେଡି ସଭାପତି ହୀରାଲାଲ ସାହୁ, ବରିଷ୍ଠ ନେତା ମନୋଜ କୁମାର ପ୍ରଧାନ, ଚନ୍ଦ୍ରଶେଖର ଭୁକ୍ତା, ମାନସ କୁମାର ପ୍ରଧାନ ଓ ରୂପକ କୁମାର ମାଝୀଙ୍କ ସମେତ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri