ରୁଷିଆ,ଚାଇନାର ନିନ୍ଦା

ମସ୍କୋ/ବେଜିଂ,୨୩ା୬: ଇରାନର ୩ଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣକୁ ରୁଷିଆ ଦାୟିତ୍ୱହୀନତା କହି କଡ଼ା ନିନ୍ଦା କରିଥିବାବେଳେ ଏହା ଅନ୍ତର୍ଜାତୀୟ ଆଇନ, ଜାତିସଂଘ ଚାର୍ଟର ଏବଂ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛି। ସେହିପରି ଚାଇନା ମଧ୍ୟ ଆମେରକାର ଏୟାରଷ୍ଟ୍ରାଇକ୍‌କୁ ଦୃଢ଼ ନିନ୍ଦା କରିବା ସହ ଏହା ଜାତିସଂଘ ଚାର୍ଟରର ଉଲ୍ଲଂଘନ ଓ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଥିବା କହିଛି। ଯୁଦ୍ଧରେ ସାମିଲ ଥିବା ଇସ୍ରାଏଲ୍‌ ଏବଂ ଅନ୍ୟ ପକ୍ଷମାନେ ଆଲୋଚନା ଜରିଆରେ ଯଥାଶୀଘ୍ର ସମ୍ଭବ ଯୁଦ୍ଧବିରତି ରାଜିନାମାରେ ପହଞ୍ଚତ୍ବା ଏବଂ ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବେଜିଂ ଆହ୍ବାନ ଦେଇଛି।
ଇରାନର ଆଣବିକ କାର୍ଯ୍ୟକ୍ରମକୁ ଧ୍ୱଂସ କରିବା ପାଇଁ ଆମେରିକା ରବିବାର ଏହାର ଫର୍‌ଦୋ, ଇସ୍‌ଫାହାନ ଏବଂ ନତାଞ୍ଜ ନ୍ୟୁକ୍ଲିୟର ଫାସିଲିଟି ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନର ନ୍ୟୁକ୍ଲିୟର ଫାସିଲିଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରିଥିଲେ। ଆମେରିକା ସେନା ବହୁତ ସଫଳ ଆକ୍ରମଣ କରିଛନ୍ତି ଏବଂ ଇରାନ ଯଦି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଆହୁରି ଆକ୍ରମଣ ହେବ ବୋଲି ସେ ଚେତାବନୀ ଦେଇଥିଲେ। ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) ସୁରକ୍ଷାରେ ଥିବା ଇରାନର ୩ଟି ଆଣବିକ ସ୍ଥଳ ଉପରେ ଆମେରିକାର ଆକ୍ରମଣକୁ ଚାଇନା ଦୃଢ଼ ନିନ୍ଦ କରିଥିବା ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି। ଏହା ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ଉଦ୍ଦେଶ୍ୟ ଓ ସିଦ୍ଧାନ୍ତର ଗୁରୁତର ଉଲ୍ଲଂଘନ ଏବଂ ପଶ୍ଚିମ ଏସିଆରେ ଉତ୍ତେଜନା ବଢ଼ାଇଛି। ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ବେଜିଂ ଅନ୍ତର୍ଜାତୀୟ ସମୁଦାୟ ସହ କାର୍ଯ୍ୟ କରିବାକୁ ପସ୍ତୁତ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି।
ସେହିପରି ରୁଷିଆ ବହିର୍ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏକ ସାର୍ବଭୌମ ରାଷ୍ଟ୍ରରେ ମିଶାଇଲ୍‌ ଓ ବୋମା ଆକ୍ରମଣ ଦାୟିତ୍ୱହୀନ ନିଷ୍ପତ୍ତି। ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏଭଳି ଆକ୍ରମଣ ବିଶେଷ ଭାବେ ଚିନ୍ତାଜନକ ବୋଲି ଆମେରିକାର ନାଁ ନ ନେଇ ରୁଷିଆ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ରୁଷିଆ ପ୍ରତିପକ୍ଷ ଭ୍ଲାଡିମିର ପୁଟିନ୍‌ଙ୍କର ଆଲୋଚନା କରିବାର କୌଣସି ଯୋଜନା ନାହିଁ ବୋଲି କ୍ରେମ୍‌ଲିନ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ସିଲ, ଫ୍ଲୋର ଖାଲି, ଜରୁରୀକାଳୀନ ସତର୍କତା… ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନରେ ଏହି ବିଶୃଙ୍ଖଳାର କାରଣ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୬: ଆମେରିକାର ପ୍ରତିରକ୍ଷା ବିଭାଗରୁ ପ୍ରମୁଖ ଖବର ଆସିଛି; ଏକ ଜରୁରୀକାଳୀନ ସତର୍କତା ଜାରି କରାଯାଇଛି, ଏବଂ ପେଣ୍ଟାଗନର କିଛି ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବସର ନେବେ ଅକ୍ଷୟ କୁମାର!

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’ର ଟ୍ରେଲର ରିଲିଜ ହୋଇଛି ଏବଂ ଦର୍ଶକଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ପାଉଛନ୍ତି; ଅକ୍ଷୟଙ୍କ ପ୍ରଶଂସକମାନେ ଏହାକୁ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମାଗଣା ବସ୍‌ରେ ଯିବେ ନିଟ୍‌ ପରୀକ୍ଷାର୍ଥୀ

ଭୁବନେଶ୍ୱର, ୧୧।୬: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମାଗଣା ବସ୍‌ରେ ଯିବେ ନିଟ୍‌ (UG) ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ ଜାରି…

ମମତା ବାନାର୍ଜୀଙ୍କ ପାଇଁ ଚତୁର୍ଥ ଝଟକା: ଚାରି ଦିନରେ ୪ଟି ଇସ୍ତଫା

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦମନକାରୀ ପରାଜୟ ପରେ ତୃଣମୂଳ କଂଗ୍ରେସ ସାମ୍ନାରେ ଥିବା ସଙ୍କଟ ଆହୁରି ଘନିଭୂତ ହେଉଛି। ଦଳ ଭିତରେ ଆରମ୍ଭ…

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

ଭାରତୀୟ ଜାହାଜ ଉପରେ ମିଶାଇଲ ଆକ୍ରମଣ, ଶେଷରେ ସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୧।୬: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ବୀକାର କରିଛି। ଓମାନ ଉପକୂଳ ନିକଟରେ ଜଣେ ଭାରତୀୟ କର୍ମଚାରୀଙ୍କ ଦ୍ୱାରା…

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri