କାମରେ ଲାଗୁନି ସରକାରୀ ଅର୍ଥ

ଯାଜପୁର ଅଫିସ,୨୯ା୧୦:ରାଜ୍ୟ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କ ପାଖରେ ଗତ ୧୯ ତାରିଖ ସୁଦ୍ଧା ୧୨ କୋଟି ୨ ଲକ୍ଷ ୪ ହଜାର ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ସ୍ବାସ୍ଥ୍ୟ ଓ ରାଜସ୍ବ ବିଭାଗର ବିଭିନ୍ନ ନିବାସ ଏବଂ କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ଉକ୍ତ ଅର୍ଥ ଆବଣ୍ଟିତ ହୋଇଥିବା ସୂଚନା ମିଳିଛି। ଅର୍ଥ ବିନିଯୋଗ ନ ହେବା ନେଇ ବିଭାଗକୁ ଉପଯୁକ୍ତ କାରଣ ଦର୍ଶାଯାଇନାହିଁ। ବରଂ ଭୁଲ୍‌ ରିପୋର୍ଟ ଦିଆଯାଇଥିବା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ(କୋଠା)ଙ୍କ ଚିଠିରୁ ଜଣାପଡ଼ିଛି। ଏଥିରୁ ନିର୍ବାହୀ ଯନ୍ତ୍ରୀମାନଙ୍କ ଅର୍ଥ ବିନିଯୋଗରେ ସ୍ବଚ୍ଛତା ଓ କାର୍ଯ୍ୟ କରିବାରେ ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗ୍ରାମାଞ୍ଚଳର ବିକାଶରେ ଗ୍ରାମ୍ୟ ନିର୍ମାଣ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଭାଗ ଅଧୀନରେ ଅପହଞ୍ଚ ଅଞ୍ଚଳକୁ ଗମନାଗମନ ସୁବିଧା ସହ ସରକାରୀ ଗୃହ ନିର୍ମାଣ ହେଉଛି। ଗମନାଗମନ କେବଳ ସଭ୍ୟତାର ଆଧାର ନୁହେଁ, ଏକ ଅଞ୍ଚଳ ଓ ଜାତିର ପ୍ରଗତିର ପରିଚାୟକ ା ଯେଉଁ ଅଞ୍ଚଳକୁ ଯେତେ ଗମନାଗମନ ସୁବିଧା ରହିଛି ସେହି ଅଞ୍ଚଳ ସେତେ ବିକଶିତ ବୋଲି ଧରାଯାଏ ା ଏହି କ୍ରମରେ ଗ୍ରାମ୍ୟ ନିର୍ମାଣ ବିଭାଗକୁ ବାର୍ଷିକ ବିପୁଳ ପରିମାଣର ଅନୁଦାନ ଆବଣ୍ଟିତ ହେଉଛି। କିନ୍ତୁ ସ୍ବଭାବ ସୁଲଭ ଢଙ୍ଗରେ ସେହିସବୁ ଯୋଜନା ଓ କାର୍ଯ୍ୟକ୍ରମ ଦିଗହରା ହୋଇଛି। ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବ୍ୟାପକ ଅନିୟମିତତା ହୋଇଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି)ଙ୍କ ପକ୍ଷରୁ ନିକଟରେ ପର୍ଦ୍ଦାଫାଶ ହୋଇଛି। ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ, ନିର୍ବାହୀ ଯନ୍ତ୍ରୀମାନେ ଠିକାଦାରଙ୍କଠାରୁ କାର୍ଯ୍ୟ ବିଳମ୍ବ ପାଇଁ ଜରିମାନା ଆଦାୟ ନ କରିବାରୁ ୯ କୋଟି ଟଙ୍କା ପଡ଼ିରହିଛି। ଏହି କ୍ରମରେ ବିଭିନ୍ନ କୋଠା ନିର୍ମାଣ ବାବଦକୁ ମଧ୍ୟ ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇ ନ ପାରି ପଡ଼ି ରହିଥିବା ଭଳି ଗୁରୁତର ତଥ୍ୟ ସାମ୍ନାକୁ ଆସିଛିି।
ଗତ ୧୯ ତାରିଖ ସୁଦ୍ଧା ହୋଇଥିବା ସରକାରୀ ହିସାବ ଅନୁଯାୟୀ, ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟାଳୟ କୋଠା ନିର୍ମାଣ କରିବାକୁ ରାଜ୍ୟର ୪୩ ଡିିଭିଜନକୁ ୩୦ କୋଟି ୪୧ ଲକ୍ଷ ୯୮ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ୨୩ କୋଟି ୭୦ ଲକ୍ଷ ୬୨ ହଜାର ଟଙ୍କା ଖର୍ଚ୍ଚ (୭୭.୯୩%) ହୋଇଥିବାବେଳେ ୬ କୋଟି ୭୧ ଲକ୍ଷ ୩୬ ହଜାର ଟଙ୍କା ପଡ଼ିରହିଛି। ସେହିପରି ସ୍ବାସ୍ଥ୍ୟ ବିଭାଗର କେତେକ ନିବାସ ନିର୍ମାଣ ପାଇଁ ୨୯ ଡିଭିଜନକୁ ୫ କୋଟି ୯୭ ଲକ୍ଷ ୭୫ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ୩ କୋଟି ୯୬ ଲକ୍ଷ ୭ ହଜାର ଟଙ୍କା ଖର୍ଚ୍ଚ (୬୬.୨୬%) ହୋଇଥିବାବେଳେ ୨ କୋଟି ୧ ଲକ୍ଷ ୬୮ ହଜାର ଟଙ୍କା ପଡିରହିଛି। ରାଜସ୍ବ ବିଭାଗର କାର୍ଯ୍ୟାଳୟ କୋଠା ନିର୍ମାଣ ପାଇଁ ୩ଟି ପର୍ଯ୍ୟାୟରେ ଯଥାକ୍ରମେ ୪ କୋଟି ୮୬ ଲକ୍ଷ ୭୩ ହଜାର, ୧ କୋଟି ୨୮ ଲକ୍ଷ ଏବଂ ୭ କୋଟି ୯୪ ଲକ୍ଷ ୬୯ ହଜାର ଟଙ୍କା ଆବଣ୍ଟିତ ହୋଇଛି। ସେଥିରୁ ଖର୍ଚ୍ଚ ନ ହୋଇ ପଡ଼ିରହିଛି ଯଥାକ୍ରମେ ୧ କୋଟି ୨୨ ଲକ୍ଷ ୨୧ ହଜାର, ୬ ଲକ୍ଷ ୯୧ ହଜାର ଏବଂ ୧ କୋଟି ୭୭ ଲକ୍ଷ ୪୨ ହଜାର ଟଙ୍କା। ଏହାସହ ୭ ଡିଭିଜନ ଜରିଆରେ ରାଜସ୍ବ ବିଭାଗର କେତେକ ନିବାସ ନିର୍ମାଣ ବାବଦକୁ ୨ କୋଟି ୭୩ ଲକ୍ଷ ୬୩ ହଜାର ଟଙ୍କା ଆବଣ୍ଟିତ ହୋଇଥିବାବେଳେ ସେଥିରୁ ୨୨ ଲକ୍ଷ ୪୬ ହଜାର ଟଙ୍କା ପଡ଼ିରହିଛି। ତେବେ ଅର୍ଥ ବିନିଯୋଗରେ ଯାଜପୁର ଜିଲାର ୨ ଡିଭିଜନ ବହୁ ଆଗରେ ରହିଥିବା ରିପୋର୍ଟରୁ ଜଣାପଡିଛି। ଯାଜପୁର-୧ ଡିିିଭିଜନକୁ ସ୍ବାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ କୋଠା ନିର୍ମାଣ ବାବଦକୁ ଆବଣ୍ଟିତ ହୋଇଥିବା ୮ ଲକ୍ଷ ୯ ହଜାର ମଧ୍ୟରୁ ୮ ଲକ୍ଷ ୮ ହଜାର ଟଙ୍କା ବିନିଯୋଗ(୯୯.୮୮%) ହୋଇଛି। ସେହିପରି ଯାଜପୁର-୨ ଡିଭିଜନକୁ ଆବଣ୍ଟିତ ୨୦ ଲକ୍ଷ ୪୭ ହଜାର ଟଙ୍କା ମଧ୍ୟରୁ ୨୦ ଲକ୍ଷ ୨୪ ହଜାର ଟଙ୍କା ବିନିଯୋଗ ହୋଇପାରିଛି। ଅର୍ଥ ବିନିଯୋଗ କ୍ଷେତ୍ରରେ ଅନ୍ୟ କେତେକ ଡିଭିଜନର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଭୁବନେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ ୨୨.୧୧% ଏବଂ ବାରିପଦା, ସୋନପୁର, ସମ୍ବଲପୁର, ରାୟଗଡ଼ା ଓ କୋରାପୁଟ ଡିଭିଜନ ଶୂନ ପ୍ରତିଶତ ଅର୍ଥ ବିନିଯୋଗ କରିପାରିଛନ୍ତି। ସେହିପରି ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ ୫୨.୭୨%, ଭୁବନେଶ୍ୱର ପିଏଚ୍‌ ଡିଭିଜନ ୨୪.୫୮%, ଝାରସୁଗୁଡ଼ା ୬୦%, ଖରିଆର ୨୮.୬୮ %, ଗୁଣପୁର ୨୬.୨୯%, ବଲାଙ୍ଗୀର ୨୦%, ମୋହନା ୩୪.୮୬%, ନୟାଗଡ଼ ୪୨.୩୦%, ବାଲେଶ୍ୱର ୨୮.୭୮% ଏବଂ ବାଲିଗୁଡା ଡିଭିଜନ ୧୯% ଅର୍ଥ ବିନିଯୋଗ କରିପାରିଛନ୍ତି।
ସରକାରୀ ଅର୍ଥ ବିନିଯୋଗ ନ ହୋଇ ପଡ଼ିରହିବା ନେଇ ସିଏଜି ରିପୋର୍ଟରେ ଦର୍ଶାଯିବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗ୍ରାମ୍ୟ ନିର୍ମାଣ ବିଭାଗ ମୁଖ୍ୟ ଯନ୍ତ୍ରୀ (କୋଠା) ଗତ ୨୦ ତାରିଖରେ ଉପରୋକ୍ତ ଖିଲାପି ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜବାବ ତଲବ କରିଛନ୍ତି। ଆବଣ୍ଟିତ ଅର୍ଥ ଆସନ୍ତା ୩୧ ତାରିଖ ସୁଦ୍ଧା ବିନିଯୋଗ କରି ରିପୋର୍ଟ ପ୍ରଦାନ କରିବାକୁ ଖିଲାପି ନିର୍ବାହୀ ଯନ୍ତ୍ରୀମାନଙ୍କୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା କାର୍ଯ୍ୟକାରୀ କରା ନ ଗଲେ ଆସନ୍ତା ୧ ତାରିଖରେ ସମସ୍ତ ଅର୍ଥ ଫେରସ୍ତ କରି ନିଆଯିବ। ଏହାସହ ଭୁଲ୍‌ ସୂଚନା ଦିଆଯାଇଥିବା ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟ ଯନ୍ତ୍ରୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri