ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍‌ଜାରେ ସରକାରୀ ଜମି

ପଟ୍ଟାମୁଣ୍ଡାଇ,୨୭।୭ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଶତାଧିକ ଏକର ମୂଲ୍ୟବାନ ସରକାରୀ ଜମି କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ହାତେଇ ନେଇଛନ୍ତି। ସରକାରୀ ଜମିକୁ ଦୀର୍ଘମିଆଦୀ ସୂତ୍ରରେ ଲିଜ୍‌ ନେବା ପରେ ବିକ୍ରି କରାଯାଉଛି। ଆଉ କେଉଁଠି କେତେଜଣ ଅସାଧୁ ଅଧିକାରୀଙ୍କ ନିଜସ୍ବ ସ୍ବାର୍ଥ ସାଧନ ପାଇଁ ବହୁ ମୂଲ୍ୟବାନ ସରକାରୀ ଜମିକୁ ସହରର ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମରେ ପଟ୍ଟା କରି ଦେଇଛନ୍ତି। ପଟ୍ଟାମୁଣ୍ଡାଇ ରାଜସ୍ବ ବିଭାଗ ଏବଂ ପୌର ପ୍ରଶାସନର ଚରମ ନିଷ୍କ୍ରିୟତାର ସୁଯୋଗ ନେଇ ଜବରଦଖଲ ସହରକୁ ଗ୍ରାସ କରି ଚାଲିଛି। ରାଜସ୍ବ ବିଭାଗର ଟାଳଟୁଳ ନୀତିର ଫାଇଦା ନେଇ ଅନ୍ୟ ବ୍ୟକ୍ତିମାନେ ଏବେ ସରକାର ଜମି ମାଡ଼ି ବସି କୋଠବାଡି କରିଚାଲିଛନ୍ତି। ଅଥଚ ସାଧାରଣ ସହରବାସୀ ବର୍ଷ ବର୍ଷ ଧରି ସରକାରଙ୍କ ତହବିଲକୁ ରାଜସ୍ବ ଦେଇ ମଧ୍ୟ ଘର ଜମି ପଟ୍ଟା ହାସଲ କରି ନ ପାରି ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସାମାଜିକ କର୍ମୀ କ୍ଷୀରୋଦ ମଲିକ କହିଛନ୍ତି, ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ପଟ୍ଟାମୁଣ୍ଡାଇ ପ୍ରଶାସନର ନୀତି ଅସ୍ପଷ୍ଟ ରହିଛି। କେତେକ ସ୍ଥାନରେ ଜବରଦଖଲ ଯୋଗୁ ସରକାରୀ ଜମି ଅସାମାଜିକ ଲୋକଙ୍କ କବ୍‌ଜାକୁ ଚାଲି ଯିବା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇଯାଉଛି। ଏହି ବେଆଇନ କାର୍ଯ୍ୟ ସ୍ଥାନୀୟ ରାଜସ୍ବ ବିଭାଗ ଜାଣତରେ ଚାଲିଛି। ପୋଖରିଆପଡା ମୌଜାର ଗୋବରୀ ନଦୀ ସାବକ ନଦୀ କିସମ ଓ ଅନାବାଦୀ ସରକାରୀ ଜମି ଲିଜ୍‌ ନେଇ ଜବରଦଖଲକାରୀମାନେ ବିକ୍ରି ପଟ୍ଟା କରୁଛନ୍ତି। ସରକାର ଜମି ଲିଜ୍‌ ନେଇ କେମିତି ବିକ୍ରି କରାଯାଇ ପଟ୍ଟା ହେଉଛି, ତାହାକୁ ନେଇ ପ୍ରଶ୍ନ ଉଠିଛି। ସରକାରୀ ନଦୀ କିସମ ଦର୍ଶାଯାଉଥିବା ଜମିଗୁଡ଼ିକରେ କେତେଜଣ ଲୋକ ଘରବାଡ଼ି କରି ଦୀର୍ଘଦିନରୁ ରହିଗଲେଣି। ଏହାକୁ ନେଇ ସରକାର ଓ ସହରବାସୀଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଟଣାଓଟରା ଚାଲିଛି। ସରକାରୀ ଜମିକୁ କେତେଜଣ ଜମି ମାଫିଆ ଏକାଧିକ ବାର ବିକିବା ଆରମ୍ଭ କରିଥିବା ବେଳେ ପ୍ଲଟିଂ କରି କୋଟି କୋଟି ଟଙ୍କା ହାତେଇବାରେ ଲାଗିଛନ୍ତି। ତହସିଲ ଚାରି ପାଖରେ ସରକାରୀ ଜମି କିଣାବିକା ଚାଲିଛି। ତହସିଲଠାରୁ ଆରମ୍ଭ କରି ଜିଲାର ରାଜସ୍ବ ବିଭଗ ଅଧିକାରୀ ସବୁ ଜାଣି ଚୁପ୍‌ ହୋଇବସିଛନ୍ତି। କେନ୍ଦ୍ରାପଡ଼ା ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ କହିଛନ୍ତି, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେବାକୁ ୨୦୧୭ରେ ଜାଗା ମିଶନ କାର୍ଯ୍ୟକାରୀ ହୋଇଥିଲା। ଏହିକ୍ରମରେ ରାଜ୍ୟରେ ପ୍ରାୟ ୭୦ ହଜାର ପରିବାରଙ୍କୁ ଜମି ଅଧିକାର ପ୍ରମାଣପତ୍ର ଏବଂ ପ୍ରାୟ ୧ ଲକ୍ଷ ୫ ହଜାର ପରିବାରଙ୍କୁ ଜମି ହକଦାର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ହେଲେ ଏହି ଯୋଜନା ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସେତେଟା ସଫଳ ହୋଇପାରିନାହିଁ। ପୌରପରିଷଦ ପକ୍ଷରୁ ହୋଇଥିବା ଡ୍ରୋନ ସର୍ଭେରେ ୨୦୯ଜଣ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ୩୬ ପରିବାର ଏହି ଯୋଜନାରେ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗୃହ ନିର୍ମାଣ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି। ଦୀର୍ଘବର୍ଷ ହେଲା ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ପ୍ଲଟ୍‌ କରି ଦିଆଯାଇଥିବା ଜମିର ମାଲିକାନା ସାଧାରଣ ଲୋକଙ୍କୁ ମିଳିନାହିଁ। ଶତାଧିକ ଲୋକ ତହସିଲଦାରଙ୍କଠାରୁ ସରକାରୀ ଜମି ନେଇ ରାଜସ୍ବ ପୈଠ କରିଥିଲେ। ଏବେ ବି ଘର ମାଲିକଙ୍କ ନାମରେ ଜମି ପଟ୍ଟା ହୋଇପାରିଲା ନାହିଁ। ଅଥଚ ଶହଶହ ଏକର ସରକାରୀ ଜମି ଏବେ ମୁଷ୍ଟିମେୟ ଲୋକ ନିଜ କବ୍‌ଜାରେ ରଖିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ସହରବାସୀଙ୍କ ସମସ୍ୟା ସମାଧାନ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି ହେଉଛି। ଯଦି ପ୍ରଶାସନ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କରେ ଆଗାମୀଦିନରେ ଜିଲା ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ଏ ଘଟଣା ବିଗତ ଦିନମାନଙ୍କରେ ଘଟିଛି। ପବ୍ଲିକ ପିଟିସନ ଦେଲେ ଆମେ ଏହାର ତଦନ୍ତ କରି ସମାଧାନ ବାଟ କାଢିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri