Posted inଜାତୀୟ

ଆଧାର କାର୍ଡ ନେଇ ସରକାରଙ୍କ ଆଡଭାଇଜରୀ, ମାସ୍କଡ୍‌ କାର୍ଡ ବ୍ୟବହାର କରିବାକୁ ପରାମର୍ଶ..

ନୂଆଦିଲ୍ଲୀ, ୨୯।୫ : ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କୌଣସି ସରକାରୀ ଯୋଜନାର ଲାଭ ଉଠାଇବା କିମ୍ବା ଆର୍ଥିକ କାରବାର କରିବା କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଆଧାର କାର୍ଡ ହେଉଛି ଜଣେ ବ୍ୟକ୍ତିଙ୍କର ପରିଚୟର ପ୍ରମାଣ। ଏଥିରେ ଥିବା ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଂଖ୍ୟାଗୁଡ଼ିକ କାର୍ଡ ଧାରକଙ୍କର ବାୟୋମେଟ୍ରିକ ପରିଚୟ ନିଶ୍ଚିତ କରିଥାଏ। ଆଧାର କାର୍ଢ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି। ସରକାର କେବଳ ମାସ୍କଡ୍‌ ଆଧାର କାର୍ଡ୍‌ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ସରକାର କହିଛନ୍ତି ଯେ ଯଦି ଆଧାର କାର୍ଡର ଏକ ନକଳ କପି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସହିତ ଶେୟାର କରାଯାଏ, ତେବେ ଏହାର ଅପବ୍ୟବହାର ମଧ୍ୟ ହେବାର ଆଶଙ୍କା ରହିଥାଏ। ଏପରି ପରିସ୍ଥିତିରେ ବେଳେବେଳେ କାର୍ଡ ଧାରକଙ୍କୁ ବଡ କ୍ଷତିର ସାମ୍ନା ମଧ୍ୟ କରିବାକୁ ପଡିପାରେ। ଲୋକଙ୍କୁ ନିର୍ଦ୍ଦେଶାବଳୀ ପ୍ରଦାନ କରି ସରକାର କହିଛନ୍ତି ଯେ ସର୍ବଦା କେବଳ ମାସ୍କଡ ଆଧାର କାର୍ଡ ଅନ୍ୟ ଲୋକ କିମ୍ବା ସଂଗଠନ ସହିତ ଶେୟାର କରନ୍ତୁ। ଆଓାର କାର୍ଡର ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ସମ୍ପୂର୍ଣ୍ଣ ଭାବେ ମାସ୍କଡ ଆଧାର କାର୍ଡରେ ଦୃଶ୍ୟମାନ ହୁଏ ନାହିଁ। ମାସ୍କଡ ଆଧାରରେ କେବଳ ଆଧାର ନମ୍ବରର ଶେଷ ୪ ଅଙ୍କ ଦୃଶ୍ୟମାନ ହୁଏ। ସହଜରେ ମାସ୍କଡ ଆଧାର କାର୍ଡକୁ ଅନଲାଇନରେ ଡାଉନଲୋଡ କରାଯାଇ ପାରିଥାଏ।

ତେବେ ସାଇବର କାଫେରୁ ଆଧାର କାର୍ଡ ଡାଉନଲୋଡ କରିବା ସମୟରେ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଯଦି ନ୍‌ସାଇବର କାଫେରୁ ଆଧାର କାର୍ଡ ଡାଉନଲୋଡ କରୁଛନ୍ତି, ତେବେ ଏହି ପରିସ୍ଥିତିରେ କମ୍ପ୍ୟୁଟରରେ ଆଧାର କାର୍ଡର ଡାଉନଲୋଡ ହୋଇଥିବା ଫାଇଲକୁ ଡିଲିଟ କରିବା ଜରୁରୀ ବୋଲି ସରକାର ସତର୍କ ସୂଚନା ଜାରି କରିଛନ୍ତି।

ମାସ୍କଡ ଆଧାର କାର୍ଡ ଡାଉନଲୋଡ କରିବା ଲାଗି ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ କୁ ଯାଇ ଆଧାର ଡାଉନଲୋଡ ବିକଳ୍ପ ଚୟନ କରିବାକୁ ପଡିବ। ତା’ପରେ ଆଧାର / ଭିଆଇଡି/ ନାମାଙ୍କନ ଆଇଡି ଅପସନ୍‌ ଉପରେ କ୍ଲିକ କରି ‘ମାସ୍କେଡ ଆଧାର କାର୍ଡ’ ଅପସନ୍‌ ଉପରେ କ୍ଲିକ କରିବାକୂ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପରେ ଆଧାର ନମ୍ବର ଇତ୍ୟାଦି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ ଏବଂ ତା’ପରେ ‘ଓଟିପି ରିକ୍ୱେଷ୍ଟ’ ଅପସନ ଉପରେ କ୍ଲିକ କରିବାକୁ ପଡିବ। ବର୍ତ୍ତମାନ ଓ୍ବାନ ଟାଇମ୍‌ ପାସୱାର୍ଡ ଧାରକଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଆସିବ। ଯାହାକୁ ଆପଣଙ୍କୁ ପୂରଣ କରିବାକୁ ପଡିବ। ଏହା ପରେ ‘ଆଧାର ଡାଉନଲୋଡ’ ଉପରେ କ୍ଲିକ କଲେ ମାସ୍କଡ ଆଧାର କାର୍ଡ ସହଜରେ ଡାଉନଲୋଡ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri