ପ୍ରତିଶ୍ରୁତି ରଖିବାକୁ ଚେଷ୍ଟା କରୁଛନ୍ତି ସରକାର

ପାରଳାଖେମୁଣ୍ଡି,୧୨।୧୦(ଡି.ଏନ୍‌.ଏ.): ତିତ୍‌ଲି ମହାବାତ୍ୟାର ସେହି କାଳରାତ୍ରିକୁ ବିତିଛି ଚାରି ବର୍ଷ। ଏବେ ବି ଶିହରଣ ହୋଇଉଠେ ପ୍ରକୋପର କରାଳ ରୂପକୁ ସ୍ମରଣ କଲେ। ଜୀବନ ବଞ୍ଚାଇବାକୁ ଆଶ୍ରୟ ନେଇଥିବା ପଥର ଗୁମ୍ଫା ସହ ପାହାଡ଼ ଧସି ଅକାଳରେ ଯାଇଥିଲା ୧୬ ଜୀବନ। ପରେ ପ୍ରଶାସନ ପହଞ୍ଚି ବାହାର କରିଥିଲା ମୃତଦେହ। ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ଘଟଣାସ୍ଥଳରେ ପହଞ୍ଚତ୍ ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କରିଥିଲେ।
ବାତ୍ୟା ପୂର୍ବାଭାସ ସତର୍କତା ସତ୍ତ୍ବେ ପ୍ରକୃତିର ପ୍ରକୋପ ଆଗରେ ସେଦିନ ହାରମାନିଥିଲା ସରକାରଙ୍କ ଜିରୋ କାଜୁଆଲିଟିର ପ୍ରୟାସ। ଘଟଣା କିଛି ଏମିତି ଥିଲା, ୨୦୧୮ ଅକ୍ଟୋବର ୧୦ରେ ତିତ୍‌ଲି ଗଜପତି ଜିଲାରେ ତାଣ୍ଡବ ରଚିଥିଲା। ଦେଖୁ ଦେଖୁ କେଇ ଘଣ୍ଟାରେ ସବୁ ଛାରଖାର କରିଦେଇଥିଲା, ରାତିତମାମ ପବନ ସାଙ୍ଗକୁ ଲଗାଣ ବର୍ଷା ହେବାରୁ ସମତଳ ଆଉ ସହରିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ଉପୁଜିଥିଲା। ଯୁଆଡେ ଦେଖିଲେ ଉପୁଡି ପଡ଼ିଥିଲା ବଡ ବଡ ଗଛ, ବିଦ୍ୟୁତ୍‌ ଖୁଣ୍ଟ ା ସବୁଆଡେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସକାଳୁ ସକାଳୁ ସହର ଓ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟାରେ ସହର ତଳି ଅଞ୍ଚଳରେ ଘରେ ପାଣି ପଶିଯିବାରୁ ଫସି ରହିଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିସହ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ରାୟଗଡ଼ା ବ୍ଲକ ଗଙ୍ଗାବାଡ ପଞ୍ଚାୟତର ପାହାଡ ଧସି ଏକାଧିକ ଲୋକଙ୍କ ଜୀବନ ଯାଇଥିଲା, ସରକାରଙ୍କ ଜିରୋ କାଜୁଆଲିଟି ମିଶନ ସଫଳ ହୋଇଥିବା ଘୋଷଣା ସରିଥିଲା, ମାତ୍ର ପାହାଡ ଧସି ଏକାଧିକ ଲୋକଙ୍କ ମୃତ୍ୟୁଖବର ରାଜ୍ୟରେ ଚହଳ ପକାଇଥିଲା। ପରବର୍ତ୍ତୀ ସମୟରେ ପାହାଡ ଉପରେ ବସବାସ କରୁଥିବା ଆଦିବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ ସରକାର। ସାତୋଟି ସ୍ଥାନରେ ୬୦୦ ପରିବାରକୁ ଥଇଥାନ ପାଇଁ ଆରମ୍ଭ ହେଲା ଗୃହ ନିର୍ମାଣ କାର୍ଯ୍ୟ। ଅଧିକାଂଶ ପରିବାର ସ୍ଥାନାନ୍ତର ହୋଇଥିବା ବେଳେ କିଛି ଆନୁଷଙ୍ଗିକ ବ୍ୟବସ୍ଥା ଏବେ ବି ବାକି ରହିଛି। ଜୀବନ ଜୀବିକା ସହ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନର ବ୍ୟବସ୍ଥା ସ୍ବାଭାବିକ ହୋଇଛି। ତଥାପି ନୂତନ ଭାବରେ ନିର୍ମିତ ହୋଇଥିବା ଗ୍ରାମକୁ ପକ୍କା ସଡ଼କ ଓ ବିଦ୍ୟାଳୟର ବ୍ୟବସ୍ଥା ହୋଇପାରି ନାହିଁ। କେତେଜ ଗ୍ରାମବାସୀ ଜୀବିକା ସହ ଜଡ଼ିତ ଥିବାରୁ ପୂର୍ଣ୍ଣମାତ୍ରାରେ ସ୍ଥାନାନ୍ତର ହୋଇ ପାରିନାହାନ୍ତି। ଜୀବିକା ନିର୍ବାହ ପାଇଁ ଚାଷ ଜମି ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ସେମାନେ ଅନୁରୋଧ କରିଥିବା ବେଳେ ତାହା ଏ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇ ନାହିଁ। ତେବେ ଜିଲାରେ ଏହିପରି ଅନେକ ଗାଁ ପର୍ବତ ଶିଖରରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ବର୍ଷା, ବାତ୍ୟା ଭଳି ବିପଦ ସୂଚନା ଜାରିହେଲେ ସେମାନଙ୍କୁ ବାରମ୍ବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?