Posted inଜାତୀୟ

ସରକାର ରାଜନୈତିକ ବିବାଦରେ ବ୍ୟସ୍ତ, ମହାରାଷ୍ଟ୍ରରେ ୮ ମାସରେ ୧୮୭୫ କୃଷକ କରିଛନ୍ତି ଆତ୍ମହତ୍ୟା…

ମୁମ୍ବାଇ,୧୩।୧୦ : ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ସଂଖ୍ୟା ଚିନ୍ତା ବଢ଼ାଇବାରେ ଲାଗିଛି। ଏକ ରିପୋର୍ଟରୁ ପ୍ରକାଶ ଯେ, ଚଳିତ ୨୦୨୨ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ୧୮୭୫ କୃଷକ ଋଣ ଏବଂ ସରକାରଙ୍କ ଉଦାସୀନତା କାରଣରୁ ଜୀବନ ଶେଷ କରିଛନ୍ତି। ଗୋଟିଏ ପଟେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକରେ ନିଜ ନିଜର ରାଜନୈତିକ ପରିଚିତି ନେଇ ବିବାଦରେ ଲାଗି ରହିଛନ୍ତି।

ଅନ୍ୟପଟେ କୃଷକଙ୍କ ସମସ୍ୟା ବଢ଼ିବା ଯୋଗୁ କୌଣସି ଉପାୟ ନ ପାଇ ସେମାନେ ଆତ୍ମହତ୍ୟା ପଥକୁ ବାଛି ନେଉଛନ୍ତି। ପରିସଂଖ୍ୟାନ ଦର୍ଶାଉଛି ଯେ ଏହି ସମୟ ମଧ୍ୟରେ ଅଧିକାଂଶ କୃଷକ ଅମରାବତୀରେ ଆତ୍ମହତ୍ୟା କରିଛନ୍ତି। ବିଶେଷ କଥା ହେଉଛି ଉଦ୍ଧବ ସରକାରଙ୍କ କ୍ଷମତାଚ୍ୟୁତ ପରେ ଜୁନ ମାସରେ ଭାରତୀୟ ଜନତା ପାର୍ଟି ଏବଂ ଏକନାଥ ଶିନ୍ଦେଙ୍କ ସମର୍ଥକ ସରକାର ଗଠନ କରିଥିଲେ।

ରାଜ୍ୟ ରିଲିଫ ଏବଂ ପୁନର୍ବାସ ବିଭାଗର ତଥ୍ୟରୁ ଜଣାପଡିଛି ଯେ ୮ ମାସ ମଧ୍ୟରେ ୧୮୭୫ କୃଷକ ଆତ୍ମହତ୍ୟା କରିଛନ୍ତି। ୨୦୨୧ ମସିହାରେ ଏହି ସମୟ ମଧ୍ୟରେ ୧୬୦୫ କୃଷକ ଆତ୍ମହତ୍ୟା କରିଥିଲେ। ବିଶେଷ କଥା ହେଉଛି ଉଦ୍ଧବଙ୍କ ଏମଭିଏ ସରକାରଙ୍କ ଦ୍ୱାରା ଋଣ ଛାଡ ଘୋଷଣା ଏବଂ ମୁଖ୍ୟମନ୍ତ୍ରୀ ଶିନ୍ଦେ ଦେଇଥିବା ପ୍ରତିଶ୍ରୁତି ପରେ ମଧ୍ୟ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି।

ମହାରାଷ୍ଟ୍ରରେ କୃଷକ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ଅନେକ ସଂଗଠନ ଏବଂ ସରକାରୀ ଏଜେନ୍ସି ସୂଚନା ସଂଗ୍ରହ କରୁଛନ୍ତି। ଏହା ଜଣାପଡିଛି ଯେ ଉତ୍ପାଦର ସଠିକ ମୂଲ୍ୟ ନ ପାଇବା, ପରିବାରର ଚାପ ଏବଂ ଦାୟିତ୍ୱ, ସରକାରଙ୍କ ଉଦାସୀନତା, ଉପଯୁକ୍ତ ଜଳସେଚନ ବ୍ୟବସ୍ଥାର ଅଭାବ, ଋଣ ପ୍ରଦାନରେ ଦୁର୍ନୀତି, ସବସିଡି ଏବଂ ପାଣିପାଗ ପରିସ୍ଥିତି ଆଦି ଏହାର ଅନେକ ମୁଖ୍ୟ କାରଣ ରହିଛି।

ରାଜ୍ୟର ଅମରାବତୀରେ ୨୦୨୨ ମସିହାରେ ସର୍ବାଧିକ ୭୨୫ କୃଷକଙ୍କ ମୃତ୍ୟୁ ଘଟିଛି। ଯେତେବେଳେ କି, ୨୦୨୧ ରେ ଏହି ସଂଖ୍ୟା ୬୬୨ ଥିଲା । ଏହା ପରେ ଔରଙ୍ଗାବାଦରେ ଏହି ସଂଖ୍ୟା ୫୩୨ ରୁ ୬୬୧ କୁ ବୃଦ୍ଧି ପାଇଛି। ଗତ ବର୍ଷ ନାସିକରେ ୨୦୧ ମୃତ୍ୟୁ ତୁଳନାରେ ୨୫୨ କୃଷକ ଏଥର ଆତ୍ମହତ୍ୟା କରିଛନ୍ତି। ନାଗପୁରରେ ଏହି ସଂଖ୍ୟା ୨୦୨୧ ରେ ୧୯୯ରୁ ୨୦୨୨ରେ ୨୨୫ କୁ ବୃଦ୍ଧି ପାଇଛି। ଭଲ ଖବର ହେଉଛି ଗତ ଦୁଇ ବର୍ଷ ମଧ୍ୟରେ କୋଙ୍କଣ ଅଞ୍ଚଳରେ କୌଣସି କୃଷକ ଆତ୍ମହତ୍ୟା କରିବାର ପଦକ୍ଷେପ ନେଇ ନାହାଁନ୍ତି।

ଚଳିତବର୍ଷଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଆତ୍ମହତ୍ୟା କରିଥିବା ୧୮୭୫ କୃଷକଙ୍କ ମଧ୍ୟରୁ ୯୮୧ କୃଷକ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ହୋଇଥିଲେ। ଯେତେବେଳେ କି, ୪୩୯ଙ୍କୁ ଅଯୋଗ୍ୟ ବୋଲି ବିବେଚନା କରାଯାଇଥିଲା। ଏଥି ସହିତ,୪୫୫ କୃଷକଙ୍କ ବିରୋଧରେ ଯାଞ୍ଚ ମାମଲାର ତଦନ୍ତ ଚାଲିଥିଲା। ବର୍ତ୍ତମାନ ବିଭାଗ ପକ୍ଷରୁ ମୃତକଙ୍କ ସମ୍ପର୍କୀୟଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri