ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫୦ ଟଙ୍କା ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୯ ଟଙ୍କା ପ୍ରତି ଲିଟର ଦେବାକୁ ପଡ଼ିବ। ଏହା ସହ ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଉପରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ୩୦୦ ଟଙ୍କା ବୃଦ୍ଧିକରି ୧୩,୩୦୦ ଟଙ୍କା କରି ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ଅଧିସୂଚନା ଜାରି କରି ଚତୁର୍ଥ ସମୀକ୍ଷା ବୈଠକରେ ୱିଣ୍ଡଫଲ ପ୍ରଫିଟ ଟ୍ୟାକ୍ସ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି। ଡିଜେଲ ରପ୍ତାନି ଉପରେ ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସକୁ ୭ ଟଙ୍କା ବଢ଼ାଇ ୧୩.୫୦ ଟଙ୍କା କରାଯାଇଛି। ସେହିପରି ଏଟିଏଫ୍‌ ଉପରେ ଟ୍ୟାକ୍ସକୁ ୨ ଟଙ୍କାରୁ ବଢ଼ାଇ ୯ ଟଙ୍କା କରାଯାଇଛି। ସେହିପରି ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ପ୍ରତି ଟନ୍‌ ପିଛା ଟ୍ୟାକ୍ସ ୧୩,୦୦୦ରୁ ବଢାଇ ୧୩,୩୦୦ ଟଙ୍କା କରାଯାଇଛି। ଚଳିତ ବର୍ଷ ଜୁଲାଇ ୧ରୁ ସରକାର ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ। ଆରମ୍ଭରେ ସରକାର ପେଟ୍ରୋଲ ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଘରୋଇ ଅଶୋଧିତ ତୈଳର ବିକ୍ରି ଉପରେ ଟନ୍‌ ପିଛା ୨୩,୨୫୦ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିଥିଲେ। କିନ୍ତୁ ଜୁଲାଇ ୨୦ରେ ସରକାର ଦ୍ୱିତୀୟ ଥର ସମୀକ୍ଷା ବୈଠକ ପରେ ପେଟ୍ରୋଲ ରପ୍ତାନି ଉପରେ ଲାଗୁ କରାଯାଇଥିବା ଟ୍ୟାକ୍ସକୁ ହଟାଯାଇଥିଲା। ଏହା ସହ ଡିଜେଲ ଏବଂ ଏଟିଏଫ୍‌ ରପ୍ତାନି ଉପରେ ଟ୍ୟାକ୍ସକୁ ୧୩ରୁ ହ୍ରାସକରି ୬ ଟଙ୍କା କରାଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିର ସିଧା ପ୍ରଭାବ ଦେଶର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଉପରେ ପଡିବ। ତେଲ ଉତ୍ପାଦନ କରୁଥିବା କମ୍ପାନୀ ଓଏନ୍‌ଜିସି, ପେଟ୍ରୋଲ ଡିଜେଲ ରପ୍ତାନି କରୁଥିବା କମ୍ପାନୀ ରିଏଲାନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ନାୟରା ଏନର୍ଜି ପରି କମ୍ପାନୀ ଉପରେ ଏହା ପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri