ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫୦ ଟଙ୍କା ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୯ ଟଙ୍କା ପ୍ରତି ଲିଟର ଦେବାକୁ ପଡ଼ିବ। ଏହା ସହ ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଉପରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ୩୦୦ ଟଙ୍କା ବୃଦ୍ଧିକରି ୧୩,୩୦୦ ଟଙ୍କା କରି ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ଅଧିସୂଚନା ଜାରି କରି ଚତୁର୍ଥ ସମୀକ୍ଷା ବୈଠକରେ ୱିଣ୍ଡଫଲ ପ୍ରଫିଟ ଟ୍ୟାକ୍ସ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି। ଡିଜେଲ ରପ୍ତାନି ଉପରେ ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସକୁ ୭ ଟଙ୍କା ବଢ଼ାଇ ୧୩.୫୦ ଟଙ୍କା କରାଯାଇଛି। ସେହିପରି ଏଟିଏଫ୍‌ ଉପରେ ଟ୍ୟାକ୍ସକୁ ୨ ଟଙ୍କାରୁ ବଢ଼ାଇ ୯ ଟଙ୍କା କରାଯାଇଛି। ସେହିପରି ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ପ୍ରତି ଟନ୍‌ ପିଛା ଟ୍ୟାକ୍ସ ୧୩,୦୦୦ରୁ ବଢାଇ ୧୩,୩୦୦ ଟଙ୍କା କରାଯାଇଛି। ଚଳିତ ବର୍ଷ ଜୁଲାଇ ୧ରୁ ସରକାର ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ। ଆରମ୍ଭରେ ସରକାର ପେଟ୍ରୋଲ ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଘରୋଇ ଅଶୋଧିତ ତୈଳର ବିକ୍ରି ଉପରେ ଟନ୍‌ ପିଛା ୨୩,୨୫୦ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିଥିଲେ। କିନ୍ତୁ ଜୁଲାଇ ୨୦ରେ ସରକାର ଦ୍ୱିତୀୟ ଥର ସମୀକ୍ଷା ବୈଠକ ପରେ ପେଟ୍ରୋଲ ରପ୍ତାନି ଉପରେ ଲାଗୁ କରାଯାଇଥିବା ଟ୍ୟାକ୍ସକୁ ହଟାଯାଇଥିଲା। ଏହା ସହ ଡିଜେଲ ଏବଂ ଏଟିଏଫ୍‌ ରପ୍ତାନି ଉପରେ ଟ୍ୟାକ୍ସକୁ ୧୩ରୁ ହ୍ରାସକରି ୬ ଟଙ୍କା କରାଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିର ସିଧା ପ୍ରଭାବ ଦେଶର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଉପରେ ପଡିବ। ତେଲ ଉତ୍ପାଦନ କରୁଥିବା କମ୍ପାନୀ ଓଏନ୍‌ଜିସି, ପେଟ୍ରୋଲ ଡିଜେଲ ରପ୍ତାନି କରୁଥିବା କମ୍ପାନୀ ରିଏଲାନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ନାୟରା ଏନର୍ଜି ପରି କମ୍ପାନୀ ଉପରେ ଏହା ପ୍ରଭାବ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଋଣ ଉଠାଇବେ ୫ ରାଜ୍ୟ

ନୂଆଦିଲ୍ଲୀ: ଖୋଲା ବଜାରରୁ ୫ ରାଜ୍ୟ ଅତିରିକ୍ତ ଋଣ ଉଠାଇବେ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, କର୍ନାଟକ, ମଧ୍ୟପ୍ରଦେଶ, ତାମିଲନାଡୁ ଏବଂ ତେଲଙ୍ଗାନା ରହିଛନ୍ତି। ୧୬,୭୨୮...

ଡିସିବିଏଲ୍‌-ଏଲ୍‌ଭିପିଇଆଇର ରାଜିନାମା

ଭୁବନେଶ୍ୱର,୩୦।୧୧: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍‌ (ଡିସିବିଏଲ୍‌) ଓ ଏଲ୍‌. ଭି. ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷର ହୋଇଯାଇଛି।...

ଆଭାଡା ସହ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ବୁଝାମଣା

ଭୁବନେଶ୍ୱର, ୮।୯:ଆଭାଡା ଗ୍ରୁପ୍‌ର ଗ୍ରୀନ୍‌ ହାଇଡ୍ରୋଜେନ୍‌ ଶାଖା ଆଭାଡା ଗ୍ରୀନ୍‌ଏଚ୍‌୨ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଟାଟା ଷ୍ଟିଲ୍‌ ସ୍ପେସିଆଲ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ମଧ୍ୟରେ...

ହାଉସିଂ ଫାଇନାନ୍ସ କମ୍ପାନୀ ସହ ଏସ୍‌ବିଆଇର ସହଭାଗିତା

ମୁମ୍ବାଇ,୨୭।୩: ଗୃହଋଣ ପହଞ୍ଚୁ ନ ଥିବା କିମ୍ବା ଅଭାବ ରହୁଥିବା କ୍ଷେତ୍ର ପାଇଁ ଆବଶ୍ୟକ ଗୃହଋଣ ମଞ୍ଜୁର କରିବା ନିମନ୍ତେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ...

ଜାନୁୟାରୀ ୮ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ୱର,୭ା୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ନୂଆ ସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରର...

ଟିଏସ୍‌ଏମ୍‌ଏଲ୍‌ର ସ୍ବତନ୍ତ୍ର ସମ୍ମାନ ସମାରୋହ

ଭୁବନେଶ୍ୱର,୧୭।୬: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଗୁରୁବାର ‘ଖଣି କ୍ଷେତ୍ର ମହିଳାଙ୍କ ପାଇଁ ଆନ୍ତର୍ଜାତିକ ଦିବସ’ ପାଳିତ ହୋଇଯାଇଛି। ବିଶେଷକରି ଖଣି ଶିଳ୍ପରେ...

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା...

ବଜେଟ ପରେ ବଦଳୁନାହିଁ ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ...

Advertisement
Archives

Model This Week