ସେଲ୍‌ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ

ନୂଆଦିଲ୍ଲୀ,୩ା୯: ଦେଶର ପ୍ରମୁଖ ଇସ୍ପାତ ଉତ୍ପାଦକ ତଥା ରାଷ୍ଟ୍ରାୟତ୍ତ ମହାରତ୍ନା କମ୍ପାନୀ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେ୍‌ଲ)ର ସ୍ବତନ୍ତ୍ର ଷ୍ଟିଲ୍‌ରେ ଆଇଏନ୍‌ଏସ୍‌ ବିକ୍ରାନ୍ତ ନିର୍ମିତ ହୋଇଛି ବୋଲି ସେଲ୍‌ ପକ୍ଷରୁ କୁହାଯାଇଛି। ଏପରିକି ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିମାନ ପରିବହନକାରୀ ଆଇଏନ୍‌ଏସ୍‌ ବିକ୍ରାନ୍ତ ପାଇଁ ଆବଶ୍ୟକ ସମସ୍ତ ଡିଏମ୍‌ଆର୍‌ ଗ୍ରେଡ୍‌ ସ୍ପେଶିଆଲିଟି ଷ୍ଟିଲ୍‌ ସେ୍‌ଲ ଯୋଗାଇ ଦେଇଛି। ଭାରତୀୟ ନୌସେନାର ଏହି ପ୍ରଥମ ସ୍ବଦେଶୀ ବିମାନ ପରିବହନକାରୀ ଜାହାଜ ନିର୍ମାଣ ପାଇଁ କମ୍ପାନୀ ପ୍ରାୟ ୩୦,୦୦୦ ଟନ୍‌ ଡିଏମ୍‌ଆର୍‌ ଗ୍ରେଡ୍‌ ସ୍ପେଶିଆଲିଟି ଷ୍ଟିଲ୍‌ ଯୋଗାଇବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ କମ୍ପାନୀ ଭାଗୀଦାରି ହୋଇସାରିଛି। ଏହି ସ୍ବଦେଶୀ ବିମାନ ପରିବହନକାରୀ ବୋଟ୍‌ ଆଇଏନ୍‌ଏସ୍‌ ବିକ୍ରାନ୍ତ କୋଚି ଶିପିୟାର୍ଡ ଲିମିଟେଡ୍‌ଠାରୁ ଶୁକ୍ରବାର ସମୁଦ୍ର ଅବତରଣ କରିଛି। ଏହି ସ୍ବଦେଶୀ ପ୍ରକଳ୍ପ ପାଇଁ ସେଲ୍‌ ଦ୍ୱାରା ଯୋଗାଯାଇଥିବା ଇସ୍ପାତରେ ସ୍ବତନ୍ତ୍ର ଡିଏମ୍‌ଆର୍‌ ଗ୍ରେଡ୍‌ ପ୍ଲେଟ୍‌ ଥାଏ। ଭାରତୀୟ ନୌସେନା ଏବଂ ଡିଏମ୍‌ଆର୍‌ଏଲ ସହଯୋଗରେ ସେଲ୍‌ ଦ୍ୱାରା ଏହି ଡିଏମ୍‌ଆର୍‌ ଗ୍ରେଡ୍‌ ପ୍ଲେଟ୍‌ଗୁଡିକ ବିକଶିତ କରାଯାଇଛି। ଉକ୍ତ ଜାହାଜର ହଲ୍‌ ଏବଂ ଭିତର ପାଇଁ ଗ୍ରେଡ୍‌ ୨୪୯-ଏ ଏବଂ ଫ୍ଲାଇଟ୍‌ ଡେକ୍‌ ପାଇଁ ଗ୍ରେଡ୍‌ ୨୪୯ -ବି ଡିଏମ୍‌ଆର୍‌ ପ୍ଲେଟ୍‌ ବ୍ୟବହାର କରାଯାଇଥିଲା। ଏହି ଯୁଦ୍ଧଜାହାଜ ପାଇଁ କମ୍ପାନୀର ସ୍ବତନ୍ତ୍ର ଇସ୍ପାତ କାରଖାନା ଭିଲାଇ, ବୋକାରୋ ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସମ୍ପୂର୍ଣ୍ଣ ସ୍ବତନ୍ତ୍ର ଇସ୍ପାତ ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri