ଭାଷା ସୁରକ୍ଷାରେ ଶାସକୀୟ ପ୍ରୋତ୍ସାହନ

ଇଂରାଜୀ ଭାଷା ଭାରତରେ ଏତେ ଲୋକପ୍ରିୟ ଓ ବହୁଳ ଆଦୃତ ହେବାର ପ୍ରମୁଖ କାରଣ ମଧ୍ୟରୁ ଶାସକୀୟ ପ୍ରୋତ୍ସାହନ ସର୍ବାଗ୍ରେ ରହିବ। ଇଂରେଜମାନଙ୍କ ପୂର୍ବରୁ ବହିରାଗତ ମୁସଲମାନ ଶାସକଙ୍କ ଶାସନ କାଳରେ ଆରବୀ ଭାଷା କ୍ୱଚିତ୍‌ ଲୋକ ଜାଣିଥିଲେ। କିନ୍ତୁ ଶାସକଗଣ ଆରବୀ ଜାଣିଥିବାରୁ ଆରବୀ ଓ ଊର୍ଦ୍ଧୁ ଭାଷା ଶାସକୀୟ ପ୍ରୋତ୍ସାହନ ଲାଭକଲା। ଫଳରେ ସରକାରୀ/ ରାଜକାର୍ଯ୍ୟରେ ଆରବୀ ଭାଷା ବ୍ୟବହାର ହେଲା। ସେଇଥିପାଇଁ ମୁସଲମାନ ଶାସନରୁ ନେଇ ଇଂରେଜ ଶାସନ ଦେଇ ଆଜି ପର୍ଯ୍ୟନ୍ତ ନିଜର ନିରନ୍ତରତା ବଜାୟ ରଖିଥିବା ରାଜସ୍ବ ବିଭାଗ ଅଧୀନ ଜମିଜମା ସମ୍ବନ୍ଧୀୟ ଭାଷାରେ ତଥା ଆମର ଦୈନନ୍ଦିନ ଭାଷାରେ ଆଜିଯାଏ ଅନେକ ଆରବୀ ଓ ଉର୍ଦ୍ଦୁ ଶବ୍ଦର ପ୍ରଚଳନ ରହିଆସିଛି। ସେହିପରି ଇଂରେଜ ଶାସନ ସମୟରେ ଇଂରେଜମାନେ ନିଜସ୍ବ ସୁବିଧା ପାଇଁ ତଥା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ ଢଙ୍ଗରେ ପର୍ଯ୍ୟାୟକ୍ରମେ ହତ୍ୟା କରିବା ଉଦ୍ଦେଶ୍ୟରେ ଇଂରାଜୀ ଭାଷାର ପ୍ରଚଳନକଲେ। ଆରବୀ, ପାର୍ସି ଓ ଉର୍ଦ୍ଦୁ ଭାଷା ସର୍ବସାଧାରଣଙ୍କୁ ପଢ଼େଇବାର ବ୍ୟବସ୍ଥା ମୁସଲମାନ ଶାସକମାନେ କରିପାରି ନ ଥିଲେ ତଥା ସରକାରୀ ଚାକିରି ପାଇଁ ଏସବୁ ଭାଷାରେ ଦକ୍ଷତା ଅନିର୍ବାଯ୍ୟ କରାଇ ନ ଥିଲେ। ମାତ୍ର ଇଂରେଜମାନେ ଇଂରାଜୀ ପାଇଁ ଏସବୁ ବ୍ୟବସ୍ଥାକରି ନୀତି ନିୟମମାନ ପ୍ରଣୟନ କଲେ। ଅବଶ୍ୟ ଏଥିପାଇଁ ଇଂରେଜମାନଙ୍କର ଭାରତୀୟ ଭାଷାରେ ପଟୁତାର ଅଭାବ ଥିଲା ଏବଂ ଇଂରାଜୀ ଭାଷା ସଂସ୍କୃତିକୁ ଭାରତୀୟ ଭୂଖଣ୍ଡରେ ପ୍ରଚଳନ କରିବାର ଉଦ୍ଦେଶ୍ୟ ଭଳି ବାଧ୍ୟବାଧକତାରେ ରହିଥିଲା। ମାତ୍ର ଇଂରେଜମାନଙ୍କଠାରୁ ଶାସନ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ଶାସକମାନଙ୍କର ତ ଉକ୍ତ ବାଧ୍ୟବାଧକତା ନାହିଁ। ତେବେ ଆଜି ମଧ୍ୟ ଇଂରାଜୀ ଭାଷାକୁ ମାତ୍ରାଧିକ ପ୍ରାଧାନ୍ୟ ଦେବାର କାରଣ ଓ ମାନସିକତା ବୁଝି ହୁଏନାହିଁ। ଏବେ ଚାକିରି ପାଇବା ପାଇଁ ତଥା ଆଇନ, ପ୍ରବନ୍ଧନ ଓ ଅନ୍ୟାନ୍ୟ ପାଠ ପଢ଼ିବା ପାଇଁ କେବଳ ମାତ୍ର ଇଂରାଜୀ ଭାଷା ଜ୍ଞାନ ଆବଶ୍ୟକ ନୁହେଁ ବରଂ ଇଂରାଜୀରେ ପଟୁତା ଦରକାର ହୋଇଥାଏ। କ୍ୟାଟ୍‌, ଜ୍ୟାଟ୍‌, କ୍ଲାଟ୍‌ ଭଳି ପ୍ରବେଶିକା ପରୀକ୍ଷା ତଥା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନ ଯେକୌଣସି ଭଲ ଚାକିରି ପାଇଁ ଆବଶ୍ୟକ ପରୀକ୍ଷାରେ ଇଂରାଜୀ ଭାଷାଜ୍ଞାନ ପରୀକ୍ଷାର ପ୍ରଶ୍ନପତ୍ର ଦେଖିଲା ମାତ୍ରେ ଯେକେହି ଏକଥା ଅନୁଭବ କରିପାରିବେ। ନିଜର ଜୀବନ ଜୀବିକା ପାଇଁ ଇଂରାଜୀ ଭାଷାରେ ପଟୁତାର ନିତାନ୍ତ ଆବଶ୍ୟକତା ଅନୁଭୂତ ହେଉଥିବାରୁ ଭାରତୀୟମାନେ ପିଲାଦିନରୁ ଇଂରାଜୀ ଶିକ୍ଷା ପାଇଁ ଆଗ୍ରହୀ ହେବା ସ୍ବାଭାବିକ। ନିଯୁକ୍ତି କ୍ଷେତ୍ରରେ ଇଂରାଜୀ ଭାଷାକୁ ମିଳୁଥିବା ଶାସକୀୟ ପ୍ରୋତ୍ସାହନ ଓଡ଼ିଆ ସମେତ ଅନ୍ୟ ଭାରତୀୟ ଭାଷା ପାଇଁ ଉପଲବ୍ଧ ନାହିଁ। ଏଠି ଶାସକ ଭାରତୀୟ, ଶାସିତ ମଧ୍ୟ ଭାରତୀୟ; ତଥାପି ଶାସନର ଭାଷା ବିଦେଶୀ ଆକ୍ରମଣକାରୀଙ୍କ ଭାଷାହେବା ଏବଂ ଉକ୍ତ ବିଦେଶୀ ଭାଷାରେ ପଟୁତାକୁ ସରକାରୀ ଚାକିରି ପାଇଁ ମଧ୍ୟ ଯୋଗ୍ୟତାର ମାପକାଠି କରିବା ଅତ୍ୟନ୍ତ ବିସ୍ମୟଜନକ।
ସରକାରଙ୍କ ଅଧୀନରେ ଚାକିରି କରିବା ପାଇଁ ୭ମ ଶ୍ରେଣୀରେ ଓଡ଼ିଆ ଭାଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକତା ରହିଥିବା ସ୍ଥଳେ ସ୍ନାତକ ଓ ସ୍ନାତକୋତ୍ତର ସ୍ତରର ଇଂରାଜୀ ଭାଷା ଜ୍ଞାନର ଆବଶ୍ୟକତା ରହିଥାଏ। ଏଭଳି ମାପକାଠିରେ ମପାହୋଇ ସରକାରୀ ଚାକିରି କରିଥିବା ପିଲାଟି ନିଜ କାର୍ଯ୍ୟକ୍ଷେତ୍ରରେ ଓଡ଼ିଆ ଅପେକ୍ଷା ଇଂରାଜୀରେ କାର୍ଯ୍ୟ କରିବାକୁ ନିଶ୍ଚୟ ପସନ୍ଦ କରିବ। ଏହି ମାପକାଠି ସେତେବେଳେ ନିର୍ଦ୍ଧାରଣ କରାଯାଇଥିଲା ଯେତେବେଳେ ୭ମ ଶ୍ରେଣୀ ବା ମଧ୍ୟଇଂରାଜୀ ବିଦ୍ୟାଳୟ ପରୀକ୍ଷା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେଉଥିଲା ଏବଂ ଏଥିରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ମିଳୁଥିଲା ଏବଂ ଯେତେବେଳେ ବିଭିନ୍ନ ସରକାରୀ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ୮ମ, ୧୦ମ ବା ୧୨ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଥିଲା। ସମୟ ପରିବର୍ତ୍ତନ ହେବା ସହ ଶିକ୍ଷା ବ୍ୟବସ୍ଥାରେ ବର୍ତ୍ତମାନ ଅନେକ ପରିବର୍ତ୍ତନ ହୋଇସାରିଛି। ୭ମ ଶ୍ରେଣୀ ପରୀକ୍ଷା ଆଉ ବୋର୍ଡ ଆୟୋଜନ କରୁନାହିଁ କିମ୍ବା ପରୀକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ଦେଉନାହିଁ। ୮ମ ଶ୍ରେଣୀ ଯାଏଁ ପରୀକ୍ଷାରେ କାହାକୁ ଅକୃତକାର୍ଯ୍ୟ ନ କରିବା ବ୍ୟବସ୍ଥା ପ୍ରଚଳନ ହୋଇସାରିଲାଣି। ଏଣୁ ବୋର୍ଡ ପ୍ରମାଣପତ୍ରର ଅନୁପସ୍ଥିତିରେ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କଠାରୁ ସାଦାକାଗଜରେ ୭ମ ଶ୍ରେଣୀରେ ଓଡ଼ିଆ ଭାଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାର ଲେଖାଇ ଆଣିଲେ କାମ ଚଳିଯାଉଛି। ଜଣେ ୭ମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାର ଅତିକମ୍‌ରେ ୮/୯ ବର୍ଷ ପରେ ଅର୍ଥାତ୍‌ ସ୍ନାତକ ଶିକ୍ଷା ସମାପ୍ତ କରିବା ପରେ ସରକାରୀ ଚାକିରି ପାଇଁ ଆବେଦନ କରିବ। ଏଣେ ୭ମ ଶ୍ରେଣୀ ପରି ଅଣଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ନଥିପତ୍ର ୮/୧୦ ବର୍ଷ ଯାଏ ସାଇତି ରଖିବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ। ଫଳରେ ପ୍ରଧାନ ଶିକ୍ଷକଙ୍କ ହାତଲେଖା ପ୍ରମାଣପତ୍ରର ବୈଧତାକୁ ଆହ୍ବାନ କରିବାର ସୁଯୋଗ ନ ଥାଏ। ଏଣୁ ଓଡ଼ିଆ ପଢ଼ିଥାନ୍ତୁ ବା ନ ଥାନ୍ତୁ, ୭ମ ଶ୍ରେଣୀ ଓଡ଼ିଆ ଭାଷା ପରୀକ୍ଷାରେ ଉର୍ତ୍ତୀଣ୍ଣ ହେବାର ପ୍ରମାଣପତ୍ର ହାସଲ କରିବାରେ ବସ୍ତୁତଃ କୌଣସି ସମସ୍ୟା ନାହିଁ।
ଫଳସ୍ବରୂପ ଓଡ଼ିଆ ପଢ଼ିବାକୁ ଅବା ପଢ଼େଇବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି। ପିଲାଦିନୁ ଅ, ଆ ଶିଖିବା ସ୍ଥାନରେ ଏ, ବି, ସି, ଡି ଶିଖାଯାଉଛି। ଅଭିଭାବକମାନଙ୍କୁ ମଧ୍ୟ ଦୋଷ ଦେବାର କୌଣସି କାରଣ ନାହିଁ। ଓଡ଼ଆ ଭାଷା ମାର୍ଗରେ ଗଲେ ଯଦି ନିଯୁକ୍ତି ସୁଯୋଗ ନିକଟରେ ପହଞ୍ଚିହେବ ନାହିଁ, ତେବେ ଲୋକେ ସେବାଟ ଦେଇ ଯିବେ ନାହିଁ ଏବଂ କାଳକ୍ରମେ ତାହା ଏକ ପରିତ୍ୟକ୍ତ ମାର୍ଗରେ ପରିଣତ ହେବ। ସମୟକ୍ରମେ ଯେଉଁ ଭାଷା ନିଯୁକ୍ତି ତଥା ଅର୍ଥ ଉପାର୍ଜନର ଭାଷା ହେବାର ଶାସକୀୟ ପ୍ରୋତ୍ସାହନ ହରାଇ ବସିଛି, ସେ ଭାଷାର ଅବଲୀଳା କ୍ରମେ ଅବଲୁପ୍ତି ଘଟିଛି।
ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷାକୁ ସୁରକ୍ଷା ଦେବା ସହ ତା’ର ଭବିଷ୍ୟତକୁ ସୁନିଶ୍ଚିତ କରିବା ଲାଗି ଶାସକୀୟ ପ୍ରୋତ୍ସାହନର ନିତାନ୍ତ ତ୍ୱରିତ ଆବଶ୍ୟକତା ରହିଛି ଓ ସରକାରଙ୍କ ଚାକିରି ପାଇଁ ଆବେଦନ କରିବା ଲାଗି ସର୍ବନିମ୍ନ ଭାଷା ଯୋଗ୍ୟତାକୁ ଦ୍ୱାଦଶ/ ଡିପ୍ଲୋମା/ ଆଇଟିଆଇ ପରୀକ୍ଷାରେ ଓଡ଼ିଆ ଭାଷା ସାହିତ୍ୟରେ ଉତ୍ତୀର୍ଣ୍ଣ ଯାଏଁ ବୃଦ୍ଧି କରିବାର ଆବଶ୍ୟକତା ଅନୁଭୂତ ହେଲାଣି। ଡିପ୍ଲୋମା, ଆଇଟିଆଇ, ସିଟି ଭଳି ମାଟ୍ରିକ ପର ବୃତ୍ତିଗତ ପାଠ୍ୟକ୍ରମରେ ମଧ୍ୟ ଓଡ଼ିଆ ଭାଷା ଓ ବ୍ୟାକରଣ ପଢ଼ାଯିବାର ବ୍ୟବସ୍ଥା କରାଯିବା ଆବଶ୍ୟକ। ୧୦ମ ପରବର୍ତ୍ତୀ ଯେତେଗୁଡିଏ ପାଠ୍ୟକ୍ରମର ବିକଳ୍ପ ରହିଛି, ସେଗୁଡିକରେ ପ୍ରାୟ ସମ୍ପୂର୍ଣ୍ଣ ଇଂରାଜୀ ଭାଷାରେ ପଢ଼ାଯାଉଛି। ଏଣୁ ୧୦ମ ପରେ ପିଲାମାନଙ୍କ ଓଡ଼ିଆ ଭାଷାରେ ଲେଖାପଢ଼ା ସହ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଛି। ଏପଟେ କେନ୍ଦ୍ର ସରକାର ଭାରତୀୟ ଭାଷାଗୁଡ଼ିକୁ ଗୁରୁତ୍ୱ ଦେବାକୁ ଯାଇ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି)) ଓ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ଆଦିକୁ ଓଡ଼ିଆ ଭାଷା ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଆୟୋଜନ କରିବା ଆରମ୍ଭ କଲେଣି। ଏଣୁ ଦ୍ୱାଦଶ ସମତୁଲ୍ୟ ୧୦ମ ପରବର୍ତ୍ତୀ ସମସ୍ତ ପାଠ୍ୟକ୍ରମରେ ଓଡ଼ିଆ ସାହିତ୍ୟ ଓ ବ୍ୟାକରଣ ପଢ଼ାଯିବାର ବ୍ୟବସ୍ଥା କରାଯାଇ ପିଲାମାନଙ୍କ ଓଡ଼ିଆ ଭାଷାଜ୍ଞାନର ନିରନ୍ତରତା ବଜାୟ ରଖିବାକୁ ଉଦ୍ୟମ କରିବା ସହ ଓ ସରକାରୀ ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତାକୁ ୭ମ ଶ୍ରେଣୀରୁ ୧୨ଶ ବା ସମତୁଲ୍ୟ ପରୀକ୍ଷାରେ ଓଡ଼ିଆ ଭାଷାରେ ଉତ୍ତୀର୍ଣ୍ଣତା ଯାଏଁ ବୃଦ୍ଧି କରାଯିବା ବର୍ତ୍ତମାନର ଆବଶ୍ୟକତା।

ସତ୍ୟଜିତ ନାୟକ
ରଗଡ଼ିପଡ଼ା, କାମାକ୍ଷାନଗର
ଢେଙ୍କାନାଳ, ମୋ: ୯୪୩୭୬ ୫୩୨୬୦


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?