ପଞ୍ଜୁରି ଭିତରେ ମାଛଚାଷ ଲାଗି ସରକାରଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର,୪। ୮(ବ୍ୟୁରୋ): ଓଡ଼ିଶାରେ ୬.୮୪ ଲକ୍ଷ ହେକ୍ଟର ପରିମିତ ବିସ୍ତୃତ ମଧୁରଜଳ ଉତ୍ସ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ ୮.୧୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦିତ ହୋଇଛି। ଓଡ଼ିଶାରେ ଭାରତୀୟ କାର୍ପ ମାଛ ଓ ଅନ୍ୟ ପ୍ରଜାତି ମାଛର ଚାହିଦା ଏବଂ ଉପଯୋଗ ନିରନ୍ତର ବୃଦ୍ଧି ପାଉଛି। ରାଜ୍ୟ ସରକାର ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାର ଗୁଡ଼ିକରେ ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ଲାଗି ଏକ ନୀତି ପ୍ରଚଳନ ପୂର୍ବକ ପଞ୍ଜୁରି ଭିତରେ ମାଛଚାଷ ପାଇଁ ପ୍ରୋତ୍ସାହନ ଦେଉଛନ୍ତି।
ବୃହତ୍‌ ଓ ମଧ୍ୟମ ଜଳଭଣ୍ଡାରର ଜଳଉତ୍ସର ଏକ କ୍ଷୁଦ୍ର ଅଞ୍ଚଳକୁ (୧%) ଏଥି ଲାଗି ବିନିଯୋଗ କରାଗଲେ ଏହା ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ରାଜ୍ୟର ମଧୁରଜଳ ମାଛ ଉତ୍ପାଦନ ବୃଦ୍ଧି ଲାଗି ପଞ୍ଜୁରି ଭିତରେ ମାଛଚାଷ ଏକ ଉନ୍ନତ ଏବଂ ଅଭିନବ ଜ୍ଞାନକୌଶଳ। ଏହା ପ୍ରଚୁର ମାଛ ଉତ୍ପାଦନ ପାଇଁ ଏକ ଉଜ୍ଜ୍ୱଳ ସମ୍ଭାବନା ସୃଷ୍ଟି କରିବ। ଏହାଦ୍ୱାରା ରାଜ୍ୟ ମାଛର ଆବଶ୍ୟକତା ପୂରଣ କରିବା ସହିତ ସ୍ବାବଲମ୍ବୀ ହୋଇପାରିବ। ଜଳକୃଷି କ୍ଷେତ୍ରରେ ମତ୍ସ୍ୟ ଉଦ୍ୟୋଗୀଙ୍କୁ ଏହା ପ୍ରୋତ୍ସାହିତ ସହିତ ନୂତନ ନିଯୁକ୍ତି ସୃଷ୍ଟି କରିପାରିବ। ଏହି ପଞ୍ଜୁରିଗୁଡ଼ିକ ଜଳଭଣ୍ଡାରରେ ମାଛଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର । ସାଧାରଣତଃ ଏହା ଚାରିଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ କେବଳ ଉପରିଭାଗ ଖାଦ୍ୟ ପରିବେଷଣ ଓ ପଞ୍ଜୁରିସ୍ଥିତ ମାଛ ପରିଚାଳନା ନିମନ୍ତେ ଖୋଲା ରହିଥାଏ।
ପ୍ରଥମ ଦଫାରେ ଏହି ପଞ୍ଜୁରି ଭିତରେ ମାଛଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍‌ ଏବଂ ୧୦୦ ଗୋଟି ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଛି। ଯେଉଁଥିରେ ପ୍ରାୟ ୨୪ଶହ ଗୋଟି ପଞ୍ଜୁରି ସ୍ଥାପନ କରିହେବ। ଏହି ସ୍ଥିରୀକୃତ ସବ୍‌ଜୋନ୍‌ ଗୁଡ଼ିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମତ୍ସ୍ୟଚାଷୀ, ଘରୋଇ ଉଦ୍ୟୋଗୀ ଏବଂ କମ୍ପାନୀଗୁଡିକୁ ଲିଜ୍‌ ସୂତ୍ରରେ ପ୍ରଦାନ କରାଯିବ। ପ୍ରତ୍ୟେକ ସବ୍‌ଜୋନ୍‌ରେ ପଞ୍ଜୁରି ନିମନ୍ତେ ୬ଶହ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ ୪ ମିଟର ପ୍ରସ୍ଥ ୪ ମିଟର ଗଭୀରତା ବିଶିଷ୍ଟ ୨୪ ଗୋଟି ଆୟତାକାର ପଞ୍ଜୁରି କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ ଗୋଟି ଗୋଲାକାର ପଞ୍ଜୁରି ସ୍ଥାପନ କରାଯିବ। ପ୍ରତି ଆୟତାକାର ପଞ୍ଜୁରିରୁ ୩ ହଜାର କି.ଗ୍ରା. ପର୍ଯ୍ୟନ୍ତ ମାଛ ଉତ୍ପାଦନ ହୋଇପାରିବ। ଏହି ପଞ୍ଜୁରିଗୁଡ଼ିକରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫ୍‌ଟ୍‌ ଟିଲାପିଆ, ଭେକ୍‌ଟି, ଖୁରାଣ୍ଡି ଓ ବଟର୍‌ କ୍ୟାଟ୍‌ ଫିସ୍‌ ଇତ୍ୟାଦି ପ୍ରଜାତିର ମାଛ ଚାଷ ଲାଗି ଅନୁମତି ଦିଆଯିବ। ପଞ୍ଜୁରି ଭିତରେ ମାଛଚାଷ ପାଇଁ ପ୍ରସ୍ତୁତ ନୀତି ଓ ନିୟମ ସମୂହରେ ଜଳର ଗୁଣବତ୍ତା ରକ୍ଷା, ପଞ୍ଜୁରି ପରିଚାଳନା ଓ ମାଛଗୁଡିକର ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ସ୍ବତନ୍ତ୍ର ସର୍ତ୍ତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri