ଗଞ୍ଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ

ଫୁଲବାଣୀ,୨୪ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଗଞ୍ଜେଇ ଚାଷ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଉଥିବା କୁହାଯାଉଛି। ପ୍ରତି ବର୍ଷ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ କଟା ଯାଉଛି। ହେଲେ ଏହି ଜମି କାହାର ମାଲିକାନାରେ ଅଛି ତାହା ଉପରେ କିଛି ତଥ୍ୟ ପ୍ରଦାନ କରାଯାଉନାହିଁ। ପ୍ରକାରାନ୍ତରେ ଏସବୁ ଚାଷ ସରକାରୀ ଜମିରେ କରାଯାଉଛି। ତାହା ରାଜସ୍ବ ବିଭାଗର ହେଉ ଅବା ଜଙ୍ଗଲ ବିଭାଗର। ଏହି ଦୁଇ ବିଭାଗର ଅଧିକାରୀ ସବୁ ଜାଣି ନୀରବ। କହିବାକୁ ଗଲେ ଗଂଜେଇ ଚାଷ ପଛରେ ସରକାରୀ ପ୍ରୋତ୍ସାହନ ରହିଛି। ଜିଲାରେ ଗଞ୍ଜେଇ ମାଫିଆମାନେ ଖୁଲମ୍‌ଖୁଲା ସେମାନଙ୍କ ସାମ୍ରାଜ୍ୟ ଚଳାଉଛନ୍ତି। ଜିଲାରେ ପ୍ରତି ବ୍ଲକସ୍ତରର ଲୋକ ପ୍ରତିନିଧି, ବିଡିଓ, ତହସିଲଦାର, ଅବକାରୀ ବିଭାଗ ଓ ବନ ବିଭାଗକୁ ନେଇ ବିଭିନ୍ନ ସମୟରେ ଗଞ୍ଜେଇ ଚାଷ ରୋକିବାକୁ ପ୍ରୟାସ କରାଯାଉଛି। ଲୋକପ୍ରତିନିଧି ମାନଙ୍କୁ ଗଞ୍ଜେଇ ଚାଷ ରୋକିବା ଉପରେ ଏନ୍‌ଡିପିଏସ୍‌ ଧାରା ୪୬ ଓ ୪୭ର ସର୍ମ୍ପକରେ ଅବଗତ କରାଯାଉଛି। ହେଲେ କିଛି ଲାଭ ହେଉନି।
ଧାରା ୪୬ ଓ ୪୭ ଅନୁଯାୟୀ ଯଦି କୌଣସି ସରକାରୀ ଅଫିସର, ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଗଞ୍ଜେଇ ଚାଷ ହେଉଥିବା ଜାଣିବାକୁ ପାଆନ୍ତି ତା’ହେଲେ ସେମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ଜରୁରୀ। ତା ନ ହେଲେ ସେମାନେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ଯଦି ଏପରି ଏକ ଆଇନ ଅଛି ତା’ହେଲେ ପ୍ରଥମ ଦୋଷୀ ଜଙ୍ଗଲ ବିଭାଗ। କାରଣ ଜଙ୍ଗଲ ଜମିରେ ଅଧିକାଂଶ ଗଂଜେଇ ଚାଷ ହୋଇଥାଏ। ଏଥିପାଇଁ ଫରେଷ୍ଟ ଗାର୍ଡ, ରେଞ୍ଜର ଏବଂ ଡିଏଫଓ ଦାୟୀ ହେବା ଉଚିତ। କିନ୍ତୁ ଆଜି ଯାଏ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ମାମଲା ମଧ୍ୟ ରୁଜୁ ହୋଇନାହିଁ।
ଜିଲାରେ ପୋଲିସ୍‌, ରାଜସ୍ବ, ଓ ଅବକାରୀ ବିଭାଗର ଅଧିକାରୀମାନେ ମିଳିତ ଭାବେ ବେଆଇନ୍‌ ଗଞ୍ଜେଇ ଗଛ ନଷ୍ଟ କରୁଛନ୍ତି। ଜିଲାରେ ଥିବା ବନାଞ୍ଚଳରେ କେତେକ ଅସାଧୁ ଗଞ୍ଜେଇ ବେପାରୀ ଲାଭ ପାଇବା ଆଶାରେ ବେଆଇନ୍‌ ଗଞ୍ଜେଇ ଚାଷରେ ଲିପ୍ତ ରହୁଛନ୍ତି। ଆଜି ଯାଏ କୌଣସି ଜମିରେ ଗଞ୍ଜେଇ ଚାଷ ନ ହୋଇ ସରକାରଙ୍କ ତତ୍ୱାବଧାନରେ ଥିବା ଜଙ୍ଗଲ ଓ ରାଜସ୍ବ ଜମି ଗୁଡ଼ିକର ଦୁର୍ଗମ ଅଞ୍ଚଳରେ ହେଉଥିବା କୁହାଯାଉଛି। ଜଙ୍ଗଲ ବିଭାଗର କର୍ମଚାରୀ ସେମାନଙ୍କ ଅଧିନରେ ଥିବା, ଫରେଷ୍ଟ ବିଟ୍‌ ମଧ୍ୟରେ ମୋଟ ଉପରେ ଗଞ୍ଜେଇ ଚାଷ ଉପରେ କେବେ ସରକାରଙ୍କୁ ଅବଗତ କରୁନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏବଂ ଅବକାରୀ ବିଭାଗ ଏସବୁର ଫାଇଦା ନେଉଛି। ଜିଲାର ଫିରିଙ୍ଗିଆ ଥାନା ଏବଂ ଗୋଚ୍ଛାପଡା ଥାନା ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଛି ।ଉଭୟ ବିଭାଗ ଜାଣତରେ ଏସବୁ ହେଉଛି। ହେଲେ ଅଧିକାଂଶ ସମୟରେ ଏହି ଦୁଇଟି ଥାନାର କର୍ମଚାରୀ ଖାଲି ଗଂଜେଇ ଜବତ କରୁଥିବା ପ୍ରେସ୍‌ ନୋଟ ଦେଉଛନ୍ତି। ଚଢ଼ାଉ ବେଳେ ଚାଲାଣକାରୀ ଫେରାର ହୋଇ ଯାଉଥିବା କହୁଛନ୍ତି। ଆଜି ପର୍ଯ୍ୟନ୍ତ ଯେତେ ଚାଲାଣକାରୀ ଫେରାର ଅଛନ୍ତି ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତକୁ ପୋଲିସ ଧରିବାରେ ବିଫଳ ହୋଇଛି। ପ୍ରକୃତରେ ସେମାନେ ଫେରାର ହେଉଛନ୍ତି ନା ସେମାନଙ୍କୁ ଛାଡି ଦିଆଯାଉଛି ତାହା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ ଖାଲି ଗଞ୍ଜେଇ ଗଛ କାଟିବା ନାଁରେ କୋଟି କୋଟି ଟଙ୍କା ଜିଲାରେ ଚଳୁ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri