Categories: ବାଣିଜ୍ୟ

ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର

ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ ପରିମାଣରେ ପିଆଜ କ୍ରୟ କରୁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ବଫର ଷ୍ଟକ୍ ଟାର୍ଗେଟକୁ ସାତ ଲକ୍ଷ ଟନ୍ କୁ ବୃଦ୍ଧି କରିଥିବାବେଳେ ଗତ ବର୍ଷର ପ୍ରକୃତ ଷ୍ଟକ୍ ତିନି ଲକ୍ଷ ଟନ୍ ଥିଲା।

ସଚିବଙ୍କ ଅନୁଯାୟୀ ସରକାର ଗତ ବର୍ଷର ରବି ଋତୁରେ ପାଞ୍ଚ ଲକ୍ଷ ଟନ୍ ପିଆଜ କିଣିଛନ୍ତି ଏବଂ ବଫର୍ ଷ୍ଟକ୍ ଟାର୍ଗେଟ୍ ବୃଦ୍ଧି ହେତୁ ଦୁଇ ଲକ୍ଷ ଟନ୍ ଖରିଫ ପିଆଜ କିଣୁଛନ୍ତି। ସେ ମିଡ଼ିଆକୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ମଣ୍ଡିରୁ ପ୍ରାୟ ୨୫,୦୦୦ ଟନ୍ ଖରିଫ ପିଆଜ କ୍ରୟ କରାଯାଇଛି ଏବଂ ଅଧିକ କ୍ରୟ ମଧ୍ୟ ଚାଲିଛି। ବଫର ଷ୍ଟକରେ ଥିବା ପାଞ୍ଚ ଲକ୍ଷ ଟନ୍ ରବି ପିଆଜ ମଧ୍ୟରୁ ସରକାର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସମବାୟ ସମିତି ନାଫେଡ ଏବଂ ଏନସିସିଏଫ ମାଧ୍ୟମରେ ବଜାରରେ ୩.୦୪ ଲକ୍ଷ ଟନ୍ ପିଆଜ ରିଲିଜ କରିଛନ୍ତି।

ଏହି ପଦକ୍ଷେପ ଯୋଗୁଁ ପିଆଜର ସମସ୍ତ ଭାରତର ହାରାହାରି ଖୁଚୁରା ମୂଲ୍ୟ ୨୭.୫୮ ପ୍ରତିଶତ ହ୍ରାସ ପାଇ ୪୨ କିଲୋଗ୍ରାମରେ ପହଞ୍ଚିଛି। ଖୁଚୁରା ମୂଲ୍ୟରେ ତୀବ୍ର ବୃଦ୍ଧିକୁ ରୋକିବା ପାଇଁ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Share