Posted inଜାତୀୟ

୫ ଲକ୍ଷ କୋଟିରୁ ଅଧିକ ରିକଭରି କରିଛନ୍ତି ସରକାର, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ହୋଇଛି ସୁଦୃଢ଼…

ନୂଆଦିଲ୍ଲୀ,୧୮।୧୧: ଦେଶରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର ସମ୍ପ୍ରତି ସୁଦୃଢ଼ ହୋଇ ପାରିଛି। ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ୬-୭ ବର୍ଷ ମଧ୍ୟରେ ବହୁ ସଂଶୋଧନ ଆଣିଛନ୍ତି। ଫଳରେ ୫ ଲକ୍ଷ କୋଟିରୁ ଅଧିକ ରିକଭରି ସମ୍ଭବ ହୋଇପାରିଛି। ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ ମଧ୍ୟ କରଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାରରେ କିଛି ଲୋକ ବ୍ୟାଙ୍କଗୁଡ଼ିକୁ ନିଜର ବୋଲି ଭାବିବା ଆରମ୍ଭ କରିଥିଲେ। କିନ୍ତୁ ଭାଜପା ସରକାରରେ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ରିକଭରି କରିବାକୁ ସକ୍ଷମ ହୋଇପାରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏନପିଏ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି ଯେ ଆମେ ଏନପିଏ ସମସ୍ୟାର ସମାଧାନ ପାଇଁ ଅନେକ ଆଇନରେ ସଂସ୍କାର ଆଣାଯାଇଛି। ସେହିପରି ରିକଭରି ଟ୍ରିବ୍ୟୁନାଲକୁ ସଶକ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଏକ ଅନୁସନ୍ଧାନ ସାମ୍ନାକୁ ଆସିଛି। ଯେଉଁଥିରେ ଜନ ଧନ ଆକାଉଣ୍ଟ ଅଧିକ ଖୋଲା ଥିବା ରାଜ୍ୟରେ ଅପରାଧ ହାର ମଧ୍ୟ ସମାନ ଭାବରେ ହ୍ରାସ ପାଇଛି। ସେ କହିଛନ୍ତି ଯେ ଆଜି ଯେତେବେଳେ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ଦେଶରେ ଯୋଜନା ଜାରି ରହିଛି। ଏପରିସ୍ଥଳେ ନାଗରିକଙ୍କ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଗୁରୁତ୍ୱାରୋପ କରାଯାଉଛି। କର୍ପୋରେଟ ଏବଂ ଷ୍ଟାର୍ଟ ଅପ ସମ୍ପ୍ରତି ଅଦ୍ଭୁତ ପୂର୍ବଭାବେ ଆଗକୁ ଆସିବାରେ ଲାଗିଛି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବ୍ୟାଙ୍କରମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଆକାଂକ୍ଷାକୁ ମଜବୁତ କରିବା, ପାଣ୍ଠି ଯୋଗାଇବା, ବିନିଯୋଗ କରିବା ପାଇଁ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ଭାରତରେ ବ୍ୟାଙ୍କଗୁଡ଼ିକର ଶକ୍ତି ଏତେ ବୃଦ୍ଧି ପାଇଛି । ବ୍ୟାଙ୍କଗୁଡ଼ିକ ଦେଶର ଅର୍ଥବ୍ୟବସ୍ଥାକୁ ନୂତନ ଶକ୍ତି ଦେବାରେ, ଏକ ବଡ଼ ଧରଣର ଅଗ୍ରଗତି କରିବାରେ ତଥା ଭାରତକୁ ଆତ୍ମନିର୍ଭରଶୀଳ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri