ସ୍ବତନ୍ତ୍ର ଓଜେଇଇ ଚିନ୍ତା

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ) : ରାଜ୍ୟରେ ଖାଲିପଡ଼ିଛି ୬୦%ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍‌। ଏହି ଖାଲି ସିଟ୍‌ରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏଯାଏ ସେଭଳି କୌଣସି ସ୍ବତନ୍ତ୍ର ଓଜେଇଇ ପାଇଁ ସରକାର ଚିନ୍ତା କରି ନାହାନ୍ତି। ଫଳରେ ଆଶାୟୀ ଛାତ୍ରୀଛାତ୍ର ଆଶଙ୍କା ଭିତରେ ରହିଥିବାବେଳେ ସିଟ୍‌ ପୂରଣ ପାଇଁ ଅଡି ବସିଛି ଓଡ଼ିଶା ପ୍ରାଇଭେଟ୍‌ ଇଞ୍ଜିନିୟରିଂ କଲେଜ ଆସୋସିଏଶନ (ଓପେକା)।
ରାଜ୍ୟରେ ୮୦ ଘରୋଇ ଇଞ୍ଜିନିୟରିଂ କଲେଜ ଓ ୮ ସରକାରୀ ଇଞ୍ଜିନିୟରିଂ କଲେଜ ରହିଛି। ମିଳିଥିବା ସୂଚନାନୁସାରେ, ଘରୋଇ କଲେଜରେ ୩୦ ହଜାରରୁ ଊର୍ଦ୍ଧ୍ୱ ଓ ସରକାରୀ କଲେଜରେ ୪ହଜାରରୁ ଊର୍ଦ୍ଧ୍ୱ ସିଟ୍‌ ରହିଛି। ଏବେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ୬୦ ପ୍ରତିଶତରୁ ଅଧିକ ସିଟ୍‌ ଖାଲି ପଡ଼ିଛି। ତେବେ ସରକାରୀ କଲେଜରେ ପ୍ରାୟ ୧୦ ପ୍ରତିଶତ ସିଟ୍‌ ଖାଲି ପଡ଼ିଥିବାବେଳେ ଘରୋଇ କଲେଜରେ ଅଧିକ ସିଟ୍‌ ପଡ଼ିଛି। ତେଣୁ ଡିସେମ୍ବର ୩୧ ମଧ୍ୟରେ ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଓପେକା ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସେଠାରୁ ନିରାଶ ହେବା ପରେ ସଂଘ ଏବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି।
ଓପେକା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଖଲ କରାଯାଇଥିଲା। ଗୋଟିଏ ହେଉଛି ନାମଲେଖା ଅବଧି ବୃଦ୍ଧି କରିବା ଓ ଅନ୍ୟଟି ହେଉଛି ସ୍ବତନ୍ତ୍ର  ଓଜେଇଇ କରିବା। ତେବେ ନାମଲେଖା ଅବଧିକୁ ସୁପ୍ରିମକୋର୍ଟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଅନ୍ୟ ପିଟିଶନକୁ ଖାରଜ କରିଦେଇଛନ୍ତି। ଏ ନେଇ ଓପେକାର ଅବୈତନିକ ସଚିବ ବିନୋଦ ଦାସ କହିଛନ୍ତି, ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଆମେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲୁ। ସରକାରୀ ଓକିଲ ଏଥିପାଇଁ ସମୟ ନେଇଥିଲେ। କିନ୍ତୁ ସେହି ସମୟ ମଧ୍ୟରେ ସେ ରାଜ୍ୟ ସରକାରଙ୍କ ପାଖରୁ କୌଣସି ନିର୍ଦ୍ଦେଶ ପାଇଲେ ନାହିଁ। ଏଥିପାଇଁ ମାସେ ସମୟ ଲାଗିବ ବୋଲି ସରକାରୀ ଓକିଲ ସୁପ୍ରିକୋର୍ଟଙ୍କୁ ଜଣାଇଥିଲେ। ତେବେ ଗତ ଶନିବାରଠାରୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବନ୍ଦ ରହିବ। ଯେହେତୁ ସ୍ବତନ୍ତ୍ର ଓଜେଇଇ ପାଇଁ ସମୟ ଗଡ଼ିଯାଉଛି, ତେଣୁ ସୁପ୍ରିମକୋର୍ଟ ଏହି ମାମଲାରେ ଆଉ ହସ୍ତକ୍ଷେପ କରିବେ ନାହିଁ ବୋଲି କହିବା ସହ ପିଟିଶନକୁ ଖାରଜ କରିଦେଇଥିଲେ। ଏଥିସହ କୋର୍ଟ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପାଇଁ କହିଥିଲେ। ଏହାପରେ ଓପେକା ପକ୍ଷରୁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଭେଟି ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ଶନିବାର ଚିଠି ଲେଖିଛି। ଇଞ୍ଜିନିୟରିଂ ସିଟ୍‌ ଖାଲି ପଡ଼ିଲେ ସ୍ବତନ୍ତ୍ର ଓଜେଇଇ କରିବା ପାଇଁ ସରକାରଙ୍କ ନିୟମ ରହିଛି। କିନ୍ତୁ ଏଥର କାହିଁକି କରାଯାଉ ନାହିଁ ବୋଲି ଓପେକା ସରକାରଙ୍କୁ ପ୍ରଶ୍ନ କରିଛି। ଏଥିସହିତ ଏହି ସମୟ ମଧ୍ୟରେ କିପରି ସ୍ବତନ୍ତ୍ର ଓଜେଇଇ କରାଯିବ ସେନେଇ ସଂଘ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ପ୍ରସ୍ତାବ ଅନୁସାରେ ୨୧ରେ ସ୍ବତନ୍ତ୍ର ଓଜେଇଇ ନେଇ ବିଜ୍ଞପ୍ତି ପ୍ରକାଶ, ୨୩ ଓ ୨୪ରେ ଅନ୍‌ଲାଇନ୍‌ ଆବେଦନ, ୨୫ରେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌, ୨୬ କିମ୍ବା ୨୭ରେ ପରୀକ୍ଷା କରାଯାଇପାରିବ। ସେହିଭଳି ୨୯ ତାରିଖରେ ରେଜଲ୍ଟ ପ୍ରକାଶ ଓ ନାମଲେଖା ଶେଷ ପର୍ଯ୍ୟନ୍ତ ର଼୍ୟାଙ୍କ୍‌ କାର୍ଡ ଡାଉନ୍‌ଲୋଡ୍‌ ଏବଂ ନାମଲେଖା ପାଇଁ ୩୦ ଓ ୩୧ ଦୁଇଦିନ ସମୟ ଦେବା ପାଇଁ ଓପେକା ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri