‘ସ୍ବାସ୍ଥ୍ୟ, ଶିକ୍ଷା, କୃଷି ସବୁ କ୍ଷେତ୍ରରେ ସରକାର ବିଫଳ’

ଭୁବନେଶ୍ୱର,୩୧।୭(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ ସବୁକିଛି ବିପର୍ଯ୍ୟସ୍ତ। ରାଜ୍ୟରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡ଼ିଛି। ୧୮୦୦ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଶାସନର ୨୨ ବର୍ଷ ପରେ ମଧ୍ୟ ନଗଡ଼ା ଭଳି ସ୍ଥିତି ଦେଖିବାକୁ ମିଳୁଛି। ରାଜ୍ୟ ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ କରିଛନ୍ତି। ଯେତିକି ବଜେଟ କରାଯାଉଛି, ତାହା ଖର୍ଚ୍ଚ କରାଯାଇ ପାରୁନାହିଁ। ୩୫% ଜଳସେଚନ ଦେବାରେ ସରକାର ବିଫଳ ହୋଇଛନ୍ତି। ଶନିବାର ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଏଭଳି ଅଭିଯୋଗ ଆଣି ସରକାରଙ୍କ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ।
ଆଲୋଚନା ଆରମ୍ଭରେ ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ରାଜ୍ୟରେ ଋଣଭାର ୧ ଲକ୍ଷ କୋଟି ଟଙ୍କା ଟପିଥିବା ବେଳେ ମୁଣ୍ଡପିଛା ଋଣ ୨୨,୦୪୨ ଟଙ୍କାରେ ପହଞ୍ଚିଲାଣି। ସ୍ବାସ୍ଥ୍ୟ, ଜଳସେଚନ, କୃଷି, ଶିକ୍ଷା ଆଦି କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଛି। ପୋଲିସ ବିଭାଗରେ ବହୁ ପଦବୀ ଖାଲି ରହିଛି। ବେକାରିଙ୍କୁ ନିଯୁକ୍ତି ମିଳୁନାହିଁ। ଠିକା କର୍ମଚାରୀରେ ରାଜ୍ୟର ବିଭିନ୍ନ ବିଭାଗ ଚାଲିଛି। ଶିକ୍ଷକ, ଡାକ୍ତର ନିଯୁକ୍ତି ନାହିଁ। ବିଜେଡି ସଭ୍ୟ ଅରୁଣ ସାହୁ କହିଲେ, କେନ୍ଦ୍ର ସରକାର ୨୦୨୨-୨୩ ପାଇଁ ୪୦ ଲକ୍ଷ କୋଟିର ବଜେଟ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆଭ୍ୟନ୍ତରୀଣ ଋଣ ୧୩୧ ଲକ୍ଷ କୋଟି ଥିବାବେଳେ ବିଦେଶୀ ଋଣ ୪.୨୯ ଲକ୍ଷ କୋଟି ରହିଛି। କରୋନା ଭୟାବହତା ଯୋଗୁ ବିକାଶଶୀଳ ଦେଶଗୁଡ଼ିକ ଭୟଙ୍କର ପରିସ୍ଥିତି ଦେଇ ଗତି କରୁଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁରୋପରେ ଖାଦ୍ୟ ସଙ୍କଟ ଦେଖାଦେଇଛି। ଏପରି କି ବିଶ୍ୱର ଅନେକ ଦେଶରେ ରାଜନୈତିକ ଅସ୍ଥିରତା ଦେଖା ଦେଇଛି। ଓଡ଼ିଶା ଭଳି ଛୋଟ ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରାଯାଇଛି। ଓଡ଼ିଶା ଅଧିକ ଋଣ ଶୁଝିପାରିଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮.୫% ହେବ ବୋଲି ଆକଳନ କରାଯାଇଛି। ଦେଶରେ ମୁଦ୍ରାସ୍ପୀତି ହାର ୫.୩% ଥିବାବେଳେ ଓଡ଼ିଶାରେ ୨.୭% ରହିଛି। ଭୋକର ଭୂଗୋଳ ଆଜି ବିକାଶର ଭୂଗୋଳରେ ପରିଣତ ହୋଇଛି ବୋଲି ସେ କହିଥିଲେ। ବିଜେଡି ସଭ୍ୟ ଦିବ୍ୟ ଶଙ୍କର ମିଶ୍ର, ରାକିଶୋର ଦାସ, ପ୍ରଫୁଲ୍ଲ ସାମଲ ପ୍ରମୁଖ ରାଜ୍ୟର ବିକାଶ ଚିତ୍ର ଅବତାରଣା କରିଥିବା ବେଳେ କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ସୁରେଶ କୁମାର ରାଉତରାୟ ବ୍ୟୟମଞ୍ଜୁରୀ ବିଲ୍‌କୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri