ନାଇଟ୍‌ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ

ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍‌ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍‌ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ ଲୋକେ ପ୍ରଶ୍ନ ଉଠାଇବା ସହ ଘୋର ବିରୋଧ କରିଛନ୍ତି। ଲୋକେ କହିଛନ୍ତି, ସାଧାରଣ ଜନତାଙ୍କ ଟ୍ୟାକ୍ସ ଅର୍ଥରେ ଏମିତି ଅଯଥା ଖର୍ଚ୍ଚ କରା ନ ଯାଉ।

ଏହି ଘଟଣାରେ ଇଂଲଣ୍ଡର ଆଟର୍‌ସ କାଉନ୍‌ସିଲ କହିଛନ୍ତି, ଏହି ଅର୍ଥ ସେ କରୋନା ସଂସ୍କୃତି ରିକଭରି ଫଣ୍ଡ୍‌ରୁ ଦେଇଛନ୍ତି। ପୁନରୁଦ୍ଧାର ପାଣ୍ଠି ଏବଂ କଳା ପରିଷଦ କ୍ଲବକୁ ଏକ ସୃଜନଶୀଳ ଉତ୍ପାଦନ କମ୍ପାନୀ ଭାବରେ କହିଛନ୍ତି। ଯେଉଁଥିପାଇଁ ପୂର୍ବ ଲଣ୍ଡନର ଅର୍ଥନୀତି ବୃଦ୍ଧି ହୋଇପାରିବ। ଅନ୍‌ବେରାଣ୍ଟରେ ଏକ ପ୍ରସିଦ୍ଧ କ୍ଲବ ରହିଛି, ଯାହାର ନାମ ଭର୍ବେଟୋନ। ଏହା ଏକ ଏଲ୍‌ଜିବିଟିଇକ୍ୟୁ ଫ୍ରେଣ୍ଡଲି କ୍ଲବ। ଏହାକୁ ବିଡିଏସ୍‌ଏମ୍‌ କ୍ଲବ ଭାବରେ କୁହାଯାଏ। ଏକ କ୍ଲବକୁ ଆସୁଥିବା ଲୋକଙ୍କ ଯିବା ଆସିବା ସୁରକ୍ଷା ଏବଂ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। କ୍ଲବରେ ନାଚଗୀତ, ପାର୍ଟି, ସେକ୍ସ ସବୁକିଛି ଚାଲିଥାଏ।

ଏହି କ୍ଲବକୁ ଯିବା ପାଇଁ ଏକ ସ୍ବତନ୍ତ୍ର ଡ୍ରେସ୍‌କୋଡ ବ୍ୟବହୃତ ହୁଏ। କ୍ଲବର ଜଣେ ମୁଖପାତ୍ର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏହି ଅର୍ଥ ଆମକୁ ବହୁ ଆର୍ଥିକ ସହାୟତା ପ୍ରଦାନ କରିଛି। ପୂର୍ବ ଲଣ୍ଡନରେ ଥିବା ଏହି କ୍ଲବରେ ଏକ ସୋସିଆଲ ମିଡିଆ ଗ୍ରୁପ୍‌ ରହିଛି। ଯେଉଁଠାରେ ୫୦୦୦ରୁ ଅଧିକ ଲୋକ ଆକ୍ଟିଭ ରହିଛନ୍ତି।

ଏହାବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଏହି କ୍ଲବରେ ୧୫ ହଜାରରରୁ ଅଧିକ ଫଲୋଅର୍ସ ଅଛନ୍ତି। କିନ୍ତୁ କରୋନା ଯୋଗୁ ଟିକେ ଏହି କମ୍ପାନୀ ଭୁଶୁଡ଼ି ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାଉନିଂ ଷ୍ଟ୍ରିଟ୍‌ ଦୌଡ଼: ଟ୍ରସ୍‌ଙ୍କ ପରେ କିଏ

ଲଣ୍ଡନ,୨୧ା୧୦:ବ୍ରିଟେନରେ ଲିଜ୍‌ ଟ୍ରସ୍‌ଙ୍କ ଦେଢ଼ ମାସିଆ ସରକାରର ପତନ ଘଟିବା ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ନାନା ଚର୍ଚ୍ଚା ହେଉଛି। ପୂର୍ବରୁ...

ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ...

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ...

ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ

ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କଲେ ବିକ୍ଷୋଭକାରୀ

କଲମ୍ବୋ,୧୩।୭: ଶ୍ରୀଲଙ୍କାରେ ସଙ୍କଟ ଜାରି ରହିଛି। ସମଗ୍ର ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡି ପଳାଇବା ପରେ ଶ୍ରୀଲଙ୍କା...

ଏଲନ ମସ୍କଙ୍କ ନ୍ୟୁରାଲିଂକ କମ୍ପାନୀର ଯାଞ୍ଚ ଆରମ୍ଭ କଲା ଆମେରିକା ପ୍ରଶାସନ

ୱାଶିଂଟନ,୬ ।୧୨: ଆମେରିକାର ଆଇନ ପ୍ରବର୍ତ୍ତନର ଅଧିକାରୀମାନେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରାଲିଂକର ଯାଞ୍ଚ ଆରମ୍ଭ କରି ଦେଇଛନ୍ତି ।...

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ...

ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କଲେ ଏକଛତ୍ରବାଦୀ ଶାସକ କିମ୍‌…

ପ୍ୟୋଙ୍ଗୟାଙ୍ଗ,୩।୧୨ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ଦେଶରେ ପିଲାମାନଙ୍କର ନାମକରଣ ଉପରେ କଟକଣା ଲଗାଇଛନ୍ତି। କିମ...

Advertisement
Archives

Model This Week