ସରକାରୀ ଅର୍ଥରେ ଆବାସ କାମ ସାରିବା କଷ୍ଟକର

ତେନ୍ତୁଳିଖୁଣ୍ଟି, ୧୦।୯(ଚିଦାନନ୍ଦ ସାହୁ)ଦୀର୍ଘ ଦିନର ବ୍ୟବଧାନ ପରେ ଚଳିତ ବର୍ଷ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ କାର୍ଯ୍ୟାଦେଶ ମିଳିଛି। ୪ ବର୍ଷର ଅପେକ୍ଷା ପରେ ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ୧୫ ପଞ୍ଚାୟତରେ ୩୯୦୦ରୁ ଊଦ୍ଧର୍‌ବ ହିତାଧିକାରୀ ଏହି କାର୍ଯ୍ୟାଦେଶ ପାଇଛନ୍ତି। ଗୃହ ନିର୍ମାଣ ବାବଦକୁ ପ୍ରଥମ କିସ୍ତି ୩୫୦୦ ହିତାଧିକାରୀଙ୍କୁ ମିଳିଛି। ଅବଶିଷ୍ଟ ୪୦୦ ଜଣଙ୍କ କାଗଜପତ୍ରରେ ତ୍ରୁଟିଥିବାରୁ ପ୍ରଥମ କିସ୍ତି ବାବଦକୁ ୪୦ହଜାର ଟଙ୍କା ମିଳିପାରିନାହିଁ। ପ୍ରଥମ କିସ୍ତି ଟଙ୍କା ପାଇଥିବା ହିତାଧିକାରୀ ଘର ତିଆରି କାମ ଆରମ୍ଭ କଲେଣି। ହେଲେ ଏବେ ଘର ତିଆରି ସମାଗ୍ରୀ ଦର ଅହେତୁକ ବୃଦ୍ଧି ହିତାଧିକାରୀଙ୍କୁ ଚିନ୍ତାରେ ପକାଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରାଶିରେ ଘର କାମ ଶେଷ କରିବା କଷ୍ଟକର ହୋଇପଡ଼ୁଛି। ସରକାର ଗୃହ ନିର୍ମାଣ ଅଟକଳ ମୂଲ୍ୟ ବଢ଼ାଇବାକୁ ହିତାଧିକାରୀ ଦାବି କରିଛନ୍ତି।
ବାସହୀନ, କଚ୍ଚାଘର, ଚାଳିଆ, ଝୁମ୍ପୁଡ଼ି ଘରେ ରହୁଥିବା ପରିବାର ପାଇଁ ଆବାସ ଯୋଜନା କାର୍ଯ୍ୟକାରୀ ହେଉଛି। ଆବାସ ଯୋଜନା ଘର ପାଇଁ ହିତାଧିକାରୀଙ୍କ ପିଛା ୧.୩୦ଲକ୍ଷ ଟଙ୍କା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପକ୍ଷରୁ ମଜୁରୀ ବାବଦକୁ ୨୨,୯୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି। ଏହି ଅର୍ଥରେ ଜଣେ ହିତାଧିକାରୀଙ୍କୁ ୨୬୯ ବର୍ଗଫୁଟର ଘର ନିର୍ମାଣ କରିବାକୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଉଛି। ୪ମାସ ମଧ୍ୟରେ ଘର ନିର୍ମାଣ ଶେଷକଲେ ପ୍ରୋତ୍ସାହନ ରାଶି ବାବଦକୁ ୨୦ ହଜାର, ୬ ମାସ ମଧ୍ୟରେ ଶେଷକଲେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଦରଦାମ୍‌ ଅହେତୁକ ବୃଦ୍ଧି ଯୋଗୁ ଘର ନିର୍ମାଣରେ ମନ୍ଥରତା ଆସିଯାଇଛି। ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳରେ ସିମେଣ୍ଟ ବସ୍ତା ପିଛା ୩୭୦ ଟଙ୍କା, ବାଲି ଟ୍ରାକ୍ଟର ପିଛା ୪୦୦୦, ମେଟାଲ ଟ୍ରାକ୍ଟର ପିଛା ୭୦୦୦, ଚିପିସ ଟ୍ରାକ୍ଟର ୭୦୦୦, ଗୋଟିଏ ଇଟା ୪ଟଙ୍କାରୁ ଊର୍ଦ୍ଧ୍ୱ ଓ ଲୁହାଛଡ଼ର ଦର କୁଇଣ୍ଟାଲ ପିଛା ୬୨୦୦ ରହିଛି। ଦର ଆହୁରି ବଢ଼ିବ ବୋଲି ବ୍ୟବସାୟୀ କହୁଛନ୍ତି। ଏଭଳି ସ୍ଥିତିରେ ଘର କରିବାକୁ ହିତାଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଘର କାମ ଜାରି ରଖିଥିବାବେଳେ ନିର୍ଦ୍ଧାରିତ ଅର୍ଥରେ ନିର୍ମାଣ କାର୍ଯ୍ୟ ନ ସରିବା ଆଶଙ୍କା କରୁଛନ୍ତି ହିତାଧିକାରୀ। ରାଜମିସ୍ତ୍ରୀଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ଦରଦାମ ଆଧାରରେ ଏକ ବାସ ଉପଯୋଗୀ ଘର ନିର୍ମାଣ ପାଇଁ ୧ ବର୍ଗଫୁଟ ପିଛା ଗ୍ରାମାଞ୍ଚଳରେ ୨୦୦ରୁ ୨୫୦ ଟଙ୍କା ଖର୍ଚ୍ଚ ହେବ। ସେହି ହିସାବରେ ୨୬୯ ବର୍ଗ ଫୁଟର ଘର ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକତାଠାରୁ ବହୁତ କମ୍‌ ଟଙ୍କା ମିଳୁଛି। ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନ ନେଲେ ହିତାଧିକାରୀଙ୍କ ଆବାସ ନିର୍ମାଣ ଶେଷ ହେବା ନେଇ ଆଶଙ୍କା ଦେଖାଦେଇଛି।
ସରକାରୀ ସ୍ତରରେ ଉନ୍ନୟନ କାର୍ଯ୍ୟରେ ଦରଦାମ ବୃଦ୍ଧି ହେଲେ ମୁଲ୍ୟ ପୁନଃ ନିର୍ଦ୍ଧାରଣ କରି ଅତିରିକ୍ତ ଅର୍ଥ ଆବଣ୍ଟନ କରାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଗୃହ କ୍ଷେତ୍ରରେ ଏହି ନିୟମ ଲାଗୁ ନ ଥିବାରୁ ଗୃହ ପାଇ ହିତାଧିକାରୀଙ୍କ ମୁଣ୍ଡ ବ୍ୟଥା ବଢ଼ୁଛି।ଏ ନେଇ ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ପଚାରିବାରୁ, ଘର ନିର୍ମାଣ ପାଇଁ ଆବଣ୍ଟିତ ଅର୍ଥ ବଜେଟରେ ଅନୁମୋଦିତ ହୋଇଛି। ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଧାରିତ ହୋଇଛି ହିତାଧିକାରୀ ସେତିକି ଅର୍ଥ ପାଇବେ। ଅତିରିକ୍ତ ଅର୍ଥ ଆବଣ୍ଟନ ହେଲେ ତାହା ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri