ଚିନି କଳ ପୁନରୁଦ୍ଧାରରେ ସରକାର ବିଫଳ

ଭୁବନେଶ୍ବର,୨୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୫ଟି ସମବାୟ ଭିତ୍ତିକ ଶିଳ୍ପ ଥିବାବେଳେ ମାତ୍ର ଗୋଟିଏ ଚାଲିଛି। ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ରଖିଥିବା ଉତ୍ତରରୁ ହିଁ ସମବାୟ ଭିତ୍ତିକ ଶିଳ୍ପଗୁଡିକର ଉନ୍ନତୀକରଣ ଲାଗି ସରକାରଙ୍କ ଆନ୍ତରିକତା କେତେ ରହିଛି ସେକଥା ସ୍ପଷ୍ଟ ଜଣାପଡୁଛି। ତେବେ ଗତ ୨୦ ତାରିଖରେ ବିଧାନସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଏହି ଉତ୍ତର ରଖିଛନ୍ତି। ଅନ୍ୟପକ୍ଷରେ ସମବାୟ ଶିଳ୍ପର ଏଭଳି ଅବସ୍ଥା ଯୋଗୁ ବିରୋଧୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଗୋଟିଏ ସମବାୟ ଭିତ୍ତିକ ଶିଳ୍ପ ଯଥା ଆସିକା ସମବାୟ ଚିନିକଳ ଚାଲୁଛି। ବରଗଡ଼ ସ୍ଥିତ ବରଗଡ଼ ସମବାୟ ଚିନିକଳ ଲିଃ, ବଲାଙ୍ଗୀର ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳ ଲିଃ, ବଡମ୍ବା ଚିନିକଳ ଲିଃ, କଟକ ଓ ନୟାଗଡ଼ ସମବାୟ ଚିନିକଳ ଲିଃ ଅଚଳ ଅବସ୍ଥାରେ ରହିଛି। ସେଥିରୁ ବିଜୟାନନ୍ଦ ଚିନିକଳ ଉପରେ ୫୨ କୋଟି ୨୩ ଲକ୍ଷ ଟଙ୍କାର ଋଣ ବକେୟା ଅଛି। ଋଣ ପରିଶୋଧ ଲାଗି ରାଜ୍ୟ ସମବାୟ ବ୍ୟାଙ୍କ ଉକ୍ତ କଳର ନିଲାମ ପ୍ରକ୍ରିୟା ଜାରି ରଖିଛି। ହେଲେ ତାହା କେଉଁ କାରଣରୁ ଏତେଦିନ ହେବ ନିଲାମ ହୋଇପାରୁ ନାହିଁ ବୋଲି ରାଜ୍ୟ ସମବାୟ ବ୍ୟାଙ୍କ ଏମ୍‌ଡି ଗୋପବନ୍ଧୁ ଶତପଥୀଙ୍କୁ ପଚାରିବାରୁ ସେ ଏହାର ତଥ୍ୟ ଅଫିସ୍‌ ଯାଇ ଦେଖିବା ପରେ ରଖିବେ ବୋଲି କହିଛନ୍ତି।
ସେହିପରି ନୟାଗଡ଼ ଏବଂ ବଡମ୍ବା ସମବାୟ ଚିନିକଳ କ୍ରୟ ବିକ୍ରୟ ଚୁକ୍ତିନାମା ଅନୁଯାୟୀ ଯଥାକ୍ରମେ ନୟାଗଡ଼ ସୁଗାର କମ୍ପ୍ଲେକ୍ସ ଏବଂ ଲକ୍ଷ୍ମୀପତି ବାଲାଜୀ ସୁଗାର ଆଣ୍ଡ ଡିଷ୍ଟ୍ରିଲେରିସ୍‌ ପ୍ରାଇଭେଟ ଲିଃକୁ ୨୦୦୪ ଏବଂ ୨୦୦୫ରେ ହସ୍ତାନ୍ତର କରାଯାଇଥିଲା। ହେଲେ ଏବେ ବରଗଡ଼ ଚିନିକଳକୁ ପରିଦର୍ଶନ ଲାଗି ନ୍ୟାଶ୍‌ନାଲ ସୁଗାର ଇନ୍‌ଷ୍ଟିଚ୍ୟୁଟ୍‌, କାନପୁରର ଉଚ୍ଚସ୍ତରୀୟ କ୍ଷମତା ସମ୍ପନ୍ନ ଦଳ ଗତ ୧୬ା୮ା୨୦୨୧ ଏବଂ ୧୮ା୯ା୨୦୨୧ରେ ଆସିଥିଲେ। ବରଗଡ଼ ଚିନିକଳର ପୁନରୁଦ୍ଧାର ଲାଗି ୧୦୩ କୋଟି ଟଙ୍କାର ପ୍ରସ୍ତାବ ଦେଇଥିଲେ। ଏହା ସରକାରଙ୍କ ବିଚାରାଧୀନ ଥିବା ମନ୍ତ୍ରୀ ନାଏକ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ମୋଟ ୫ ରାଜ୍ୟ ସମବାୟ ଭିତ୍ତିକ ଶିଳ୍ପ ମଧ୍ୟରୁ ୪ଟି ଅଚଳ ହେବା ନେଇ ରାଜ୍ୟ ସରକାରଙ୍କ ଉପରେ ବିରୋଧୀ ବର୍ଷିଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଏବଂ ଏଥିପ୍ରତି ଆଗ୍ରହ ନାହିଁ। ଫଳରେ ରାଜ୍ୟରେ ଥିବା ଚିନିକଳଗଡ଼ିକ ଅକାମୀ ହୋଇ ପଡ଼ିରହିଛି ଏବଂ ସରକାର ଏହାର ପୁନରୁଦ୍ଧାର କରିବାରେ ବିଫଳ ହୋଇଛନ୍ତି। ଆଗରୁ ବରଗଡ଼ ଏବଂ ବଲାଙ୍ଗୀରରେ ଚାଷୀମାନେ ବହୁ ପରିମାଣରେ ଆଖୁ ଚାଷ କରୁଥିଲେ। ହେଲେ ସେମାନଙ୍କୁ ଉଚିତ୍‌ ପ୍ରାପ୍ୟ ମିଳିଲା ନାହିଁ। ଧାଡ଼ିରେ ଆଖୁଗାଡ଼ି ଧରି ଚାଷୀମାନେ ଠିଆ ହୁଅନ୍ତି। ହେଲେ ସେମାନଙ୍କଠାରୁ ୨ରୁ ୩ ଦିନ ପରେ ଆଖୁ ନେଲା ବେଳକୁ ସେଗୁଡ଼ିକର ଓଜନ କମିଯାଇଥାଏ। ସେହିପରି ସେମାନଙ୍କ ଜିନିଷ ଖରାପ ହେବା ଯୋଗୁ ତାଙ୍କୁ ଟଙ୍କା ମଧ୍ୟ କମ୍‌ ଦିଆଗଲା। ଅନେକ ସମୟରେ ଆଖୁ ଚାଷୀଙ୍କ ଟଙ୍କା ଦେବାରେ ମଧ୍ୟ ଅବହେଳା କରାଗଲା, ଯାହାଦ୍ୱାରା ବହୁ ଚାଷୀ ସେମାନଙ୍କ କାମ ବଦଳାଇବାକୁ ବାଧ୍ୟ ହେଲେ। ଯଦି ସେଥିପ୍ରତି ସରକାର ଧ୍ୟାନ ଦେବେ ପୁଣି ଚିନି କଳ ଭଲ ଚାଲିବ। ଡବ୍ଲ୍ୟୁଓଡିସି( ପଶ୍ଚିମ ଓଡ଼ିଶା ବିକାଶ ପରିଷଦ)ରୁ ମଧ୍ୟ ବିଜୟାନନ୍ଦ ଚିନିକଳ ଲାଗି ଟଙ୍କା ଦିଆଯାଇଥିଲା। ସେଥିରେ ବହୁ ଦୁର୍ନୀତି ଏବଂ ହେରଫେର ହେବା ଯୋଗୁ ତାହା ବୁଡ଼ିଗଲା ବୋଲି ସାଲୁଜା କହିଛନ୍ତି।
ଭାଜପା ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଏହା ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରିଛି। କେବଳ ଆର୍ଥିକ ଅନିୟମିତତା, ଭୁଲ୍‌ ପରିଚାଳନା ଏସବୁ ଚିନିକଳଗୁଡ଼ିକ ବୁଡ଼ିବାର ମୁଖ୍ୟ କାରଣ। ଏହି ସଂସ୍ଥା ଲାଗି ଯେତିକି ଋଣ ନେବା କଥା ସମବାୟ ବ୍ୟାଙ୍କ ଜରିଆରେ ନେଇଯାଇ ପରବର୍ତ୍ତୀ ସମୟରେ ସେଥିରେ ପରିଚାଳନାରେ ତ୍ରୁଟି ଏବଂ ଦୁର୍ନୀତି କରିବା କାରଣରୁ ବୁଡିଯାଇଛି। ଏହି ସଂସ୍ଥା ଜରିଆରେ ସମସ୍ତେ ଉପଭୋଗ କରିଛନ୍ତି ହେଲେ କେହି ଉତ୍ତରଦାୟୀ ରୁହନ୍ତି ନାହିଁ। ଯେଉଁଥିପାଇଁ ଏଗୁଡ଼ିକର ପୁନରୁଦ୍ଧାର ସରକାର କରିପାରୁନାହାନ୍ତି। ଯେତେଥର ବିଧାନସଭାରେ ଏ ସମ୍ପର୍କିତ ପ୍ରଶ୍ନ ପଚାରିଲେ ମଧ୍ୟ ସମାନ ଉତ୍ତର ମିଳେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଆହୁରି ବଢିିବ ପେଟ୍ରୋଲ-LPG ଦର! ସାରା ବିଶ୍ୱକୁ ବଡ଼ ଝଟ୍‌କା ଦେଲା ଇରାନ

ତେହରାନ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ, ଇରାନ ସମଗ୍ର ବିଶ୍ୱକୁ ଏକ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ…

ଜୀବନ୍ତ ମାଛ ଗିଳି ଦେଲେ ବର୍ଷକର ଶିଶୁ: ତା’ପରେ ଯାହା ଘଟିଲା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୯।୨: ମଧ୍ୟପ୍ରଦେଶର ସର୍ବବୃହତ ସରକାରୀ ହସ୍ପିଟାଲ ମହାରାଜା ଯଶୱନ୍ତରାଓ ହସ୍ପିଟାଲ (MYH)ରେ ଡାକ୍ତରମାନେ ଏକ ଚିକିତ୍ସା ସଫଳତା ହାସଲ କରିଛନ୍ତି। ହସ୍ପିଟାଲର ENT ବିଭାଗର ବିଶେଷଜ୍ଞମାନେ ଜଣେ…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଇରାନ ସହ ଯୁଦ୍ଧବିରତି ଭିତରେ ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ! ୬୭ ବର୍ଷର ଶତ୍ରୁତାର ନେବେ ପ୍ରତିଶୋଧ

ଓ଼୍ବାଶିଂଟନ,୯।୪: ଇରାନ ସହିତ ଯୁଦ୍ଧବିରତି ପରେ ତୁରନ୍ତ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପରବର୍ତ୍ତୀ ମିଶନର ସଙ୍କେତ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

ଇରାନ ସହ ବଡ଼ ଡିଲ୍‌ କଲେ ଟ୍ରମ୍ପ! ସାରା ବିଶ୍ୱ ଦେଖି କାବା

ଓ଼୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri