ହାତପାହାନ୍ତାରେ ମିଳିଲା ସରକାରୀ ସୁବିଧା, ୪୦ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କଲା ବିଭାଗ

ବାଲିଗୁଡ଼ା,୨୦ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଗୁରୁବାର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହ ପରିସର ମଧ୍ୟରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଞ୍ଜୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯାଇଛି l ଏଥିରେ ଜିଲା ଖାଦ୍ୟ ନିରାପତ୍ତା ପ୍ରାଧିକାରଣର ଅଧିକାରୀ ସତ୍ୟବ୍ରତ ଷେଣ୍ଢ, ବାଲିଗଡ଼ା ମେଡିକାଲ ଏସ୍‌ଡିଏମ୍‌ଓ ଡକ୍ଟର ଶ୍ରବଣ ସାହୁକର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସାୟୀଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ସହ ଅନଲାଇନ ପଞ୍ଜୀକୃତ କରାଇଥିଲେ। ଯେଉଁମାନେ ଏହି ଶିବିରରେ ପଞ୍ଜୀକୃତ କରିବାରୁ ବଞ୍ଚିତ ହୋଇଛନ୍ତି ସେମାନେ ଅନଲାଇନରେ ପଞ୍ଜୀକୃତ କରାଇପାରିବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଜିଲା ଖାଦ୍ୟ ନିରାପତ୍ତା ଅଧିକାରୀ ଷେଣ୍ଢ କହିଛନ୍ତି, ଜିଲାର ବିଭିନ୍ନ ବ୍ଲକରେ ଏଭଳି ଶିବିର କରାଯାଇ ପଞ୍ଜୀକୃତ କରାଯାଉଛି। ପ୍ରଥମେ ଜି.ଉଦୟଗିରି ବ୍ଲକରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବ୍ଲକ ଭାବେ ଦାରିଙ୍ଗବାଡ଼ି ଏବଂ ତୃତୀୟ ବ୍ଲକ ଭାବେ ବାଲିଗୁଡ଼ାରେ ଏହି ମେଳାର ଆୟୋଜନ କରାଯାଇଥିବା ସେ କହିଛନ୍ତି। ହାତ ପାହାନ୍ତାରେ ବ୍ୟବସାୟୀମାନଙ୍କ ପଞ୍ଜୀକୃତ ହୋଇଥିବାରୁ ବାଲିଗୁଡ଼ା ବ୍ଲକ ଅଞ୍ଚଳର ବ୍ୟବସାୟୀମାନେ ଜିଲା ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ବିଭାଗକୁ ସାଧୁବାଦ ଜଣାଇଛନ୍ତି। ଏହାଦ୍ୱାରା ବ୍ୟବସାୟୀ ଏବଂ ଜିଲା ପ୍ରଶାସନ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇପାରିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri