କ୍ଷୁଦ୍ର ଜଳସେଚନ ବିଭାଗରେ ସରକାରୀ ଅର୍ଥ ବ୍ୟୟ

ପାରଳାଖେମୁଣ୍ଡି,୧୭।୫(ଡି.ଏନ୍‌.ଏ.): ଗଜପତି ଜିଲା କ୍ଷୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଯୋଗୁ ପାରଳା ମହାରାଜାଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ପଡ଼ି ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ବ୍ୟୟ ହେଉଛି, ତଥାପି ଚାଷ ଜମିକୁ ଏହି ପ୍ରକଳ୍ପଗୁଡିକ ଦ୍ୱାରା ଜଳସେଚନ ହୋଇପାରୁନାହିଁ। ଚାଷୀ ଓ କୃଷକମାନେ ବାରମ୍ବାର ଦାବିକରି ଆସୁଥିଲେ ମଧ୍ୟ କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ ଚାଷ ଜମିକୁ ଜଳ ଯୋଗାଣ ହୋଇପାରୁନଥିବାରୁ ଚାଷୀ ଓ କୃଷକଙ୍କଠାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପାରଳାଖେମୁଣ୍ଡି କ୍ଷୁଦ୍ର ଜଳ ସେଚନ ବିଭାଗର ଗତ ବର୍ଷଗୁଡିକରେ କାର୍ଯ୍ୟକାରି ହୋଇଥିବା ସମସ୍ତ ଉନ୍ନୟନମୂଳକ ମରାମତି ଓ ରକ୍ଷାଣାବେକ୍ଷଣ କାର୍ଯ୍ୟକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଚାଷୀମାନେ ଦାବି ଜଣାଇଛନ୍ତି। ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସ୍ବିଚଗେଟ୍‌ ସହ କ୍ଷେତକୁ ଜଳ ଯୋଗାଣ ପାଇଁ ରହିଥିବା କେନାଲ ମରାମତି ହେଉନାହିଁ, ଫଳରେ ଚାଷୀ ଜଳ ପାଇବା କଷ୍ଟକର ହୋଇପଡିଛି। ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷୀଙ୍କୁ ଜଳ ଆବଶ୍ୟକତା ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେନାଲରୁ ଘାସ, ଲଟାବୁଦା ସଫା କରାଯାଉନାହିଁ। ପାଣି ପଞ୍ଚାୟତ ତୃଣମୂଳ ସ୍ତରରେ କାର୍ଯ୍ୟ ହେଉନାହିଁ। କ୍ଷୁଦ୍ର ଜଳ ସେଚନ ବିଭାଗ ସବୁ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଯଦ୍ଦ୍ବାରା ଚାଷୀ ଚାଷ ଜମିକୁ ରାମସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ କୌଣସି ଭାବେ ଫସଲ ଅମଳ ପାଇଁ ଜଳ ପାଇ ପାରୁନାହାନ୍ତି। ପ୍ରତ୍ୟେକ ବର୍ଷ ରାମସାଗର ପ୍ରକଳ୍ପର ରକ୍ଷଣାବେକ୍ଷଣା ମରାମତି ନାମରେ ବହୁ ସରକାରୀ ଅର୍ଥ ବ୍ୟୟ କରାଯାଉଛି। ହେଲେ ସେ ସବୁ କାଗଜ କଲମରେ ସୀମିତ ରହିବା ଯୋଗୁ କେନାଲ ମରାମତି ହେଉନାହିଁ କିମ୍ବା ରାମ ସାଗରର ରକ୍ଷଣାବେକ୍ଷଣା ସହ ଚାଷ ଜମିକୁ ଜଳସେଚନ ହୋଇପାରୁନାହିଁ। ଗତ କିଛି ବର୍ଷର ରାମ ସାଗର ନାମରେ ବ୍ୟୟ କରାଯାଇଥିବା ଅର୍ଥର ଅନୁପାତ ସହ ବିଭିନ୍ନ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଚାଷୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଭଗବନ୍ତ ସାମଲ, କେ. ସୋମେସୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଫେରୁ ଫେରୁ ପୂରଣ ହେଲା ଭାରତର ବଡ଼ ଇଚ୍ଛା, ପ୍ରମାଦ ଗଣିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଛାଡିବା ପରେ ଏକ ବଡ଼ ଖବର ଆସିଛି। ଏହି ନୂତନ ବିକାଶ ସ୍ବଦେଶୀ ଯୁଦ୍ଧ ବିମାନ କାର୍ଯ୍ୟକ୍ରମକୁ...

Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri