କ୍ଷୁଦ୍ର ଜଳସେଚନ ବିଭାଗରେ ସରକାରୀ ଅର୍ଥ ବ୍ୟୟ

ପାରଳାଖେମୁଣ୍ଡି,୧୭।୫(ଡି.ଏନ୍‌.ଏ.): ଗଜପତି ଜିଲା କ୍ଷୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଯୋଗୁ ପାରଳା ମହାରାଜାଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ପଡ଼ି ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ବ୍ୟୟ ହେଉଛି, ତଥାପି ଚାଷ ଜମିକୁ ଏହି ପ୍ରକଳ୍ପଗୁଡିକ ଦ୍ୱାରା ଜଳସେଚନ ହୋଇପାରୁନାହିଁ। ଚାଷୀ ଓ କୃଷକମାନେ ବାରମ୍ବାର ଦାବିକରି ଆସୁଥିଲେ ମଧ୍ୟ କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ ଚାଷ ଜମିକୁ ଜଳ ଯୋଗାଣ ହୋଇପାରୁନଥିବାରୁ ଚାଷୀ ଓ କୃଷକଙ୍କଠାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପାରଳାଖେମୁଣ୍ଡି କ୍ଷୁଦ୍ର ଜଳ ସେଚନ ବିଭାଗର ଗତ ବର୍ଷଗୁଡିକରେ କାର୍ଯ୍ୟକାରି ହୋଇଥିବା ସମସ୍ତ ଉନ୍ନୟନମୂଳକ ମରାମତି ଓ ରକ୍ଷାଣାବେକ୍ଷଣ କାର୍ଯ୍ୟକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ଚାଷୀମାନେ ଦାବି ଜଣାଇଛନ୍ତି। ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସ୍ବିଚଗେଟ୍‌ ସହ କ୍ଷେତକୁ ଜଳ ଯୋଗାଣ ପାଇଁ ରହିଥିବା କେନାଲ ମରାମତି ହେଉନାହିଁ, ଫଳରେ ଚାଷୀ ଜଳ ପାଇବା କଷ୍ଟକର ହୋଇପଡିଛି। ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷୀଙ୍କୁ ଜଳ ଆବଶ୍ୟକତା ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେନାଲରୁ ଘାସ, ଲଟାବୁଦା ସଫା କରାଯାଉନାହିଁ। ପାଣି ପଞ୍ଚାୟତ ତୃଣମୂଳ ସ୍ତରରେ କାର୍ଯ୍ୟ ହେଉନାହିଁ। କ୍ଷୁଦ୍ର ଜଳ ସେଚନ ବିଭାଗ ସବୁ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି, ଯଦ୍ଦ୍ବାରା ଚାଷୀ ଚାଷ ଜମିକୁ ରାମସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପଠାରୁ କୌଣସି ଭାବେ ଫସଲ ଅମଳ ପାଇଁ ଜଳ ପାଇ ପାରୁନାହାନ୍ତି। ପ୍ରତ୍ୟେକ ବର୍ଷ ରାମସାଗର ପ୍ରକଳ୍ପର ରକ୍ଷଣାବେକ୍ଷଣା ମରାମତି ନାମରେ ବହୁ ସରକାରୀ ଅର୍ଥ ବ୍ୟୟ କରାଯାଉଛି। ହେଲେ ସେ ସବୁ କାଗଜ କଲମରେ ସୀମିତ ରହିବା ଯୋଗୁ କେନାଲ ମରାମତି ହେଉନାହିଁ କିମ୍ବା ରାମ ସାଗରର ରକ୍ଷଣାବେକ୍ଷଣା ସହ ଚାଷ ଜମିକୁ ଜଳସେଚନ ହୋଇପାରୁନାହିଁ। ଗତ କିଛି ବର୍ଷର ରାମ ସାଗର ନାମରେ ବ୍ୟୟ କରାଯାଇଥିବା ଅର୍ଥର ଅନୁପାତ ସହ ବିଭିନ୍ନ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଚାଷୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଭଗବନ୍ତ ସାମଲ, କେ. ସୋମେସୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri