କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ)
ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା ଲାଗି ଗଞ୍ଜାମ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶେରଗଡ଼, ହିଞ୍ଜିଳିକାଟୁ, ସୋରଡା ଓ ଆସିକା ଗସ୍ତ କରି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଯାହା ବାତ୍ୟା ଯୋଗୁ ଲୋକଙ୍କ କ୍ଷତି ହୋଇଛି, ସେହି ଅନୁସାରେ ସରକାରଙ୍କ ସହାୟତା ଘୋଷଣା ନଗଣ୍ୟ ବୋଲି ନବୀନ କହିଛନ୍ତି। ହେଲିକପ୍ଟରରେ ନବୀନ ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଜମିର ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରି ପୂର୍ବାହ୍ନ ୧୧.୧୫ ମିନିଟ୍‌ରେ ଶେରଗଡ଼ ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅବତରଣ କରିଥିଲେ। ସେଠାରେ ଉପସ୍ଥିତ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ଶେରଗଡ଼ ତିନି ଛକସ୍ଥିତ ପଞ୍ଜାବ ବ୍ୟାଙ୍କ ନିକଟରେ ଚାଷୀମାନଙ୍କୁ ଭେଟିବା ପରେ ଫସଲ କ୍ଷତି ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। ବାଲିସାହି ଛକଠାରେ ବଣିକ ସଂଘ ପକ୍ଷରୁ ୨ଶହ ବ୍ୟବସାୟୀ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ନବୀନଙ୍କୁ ଅବଗତ କରାଇଥିଲେ। ଆଖୁଚାଷୀ ସଂଘ ପକ୍ଷରୁ ସମୀର ପ୍ରଧାନ ଆଖୁଚାଷୀଙ୍କୁ ସହାୟତା ପାଇଁ ଏକ ଦାବିପତ୍ର ଦେଇଛନ୍ତି। ସେଠାରୁ ଫେରି ନବୀନ ହେଲିକପ୍ଟର ଯୋଗେ ହିଞ୍ଜିଳିକାଟୁ ଗସ୍ତ କରିଥିଲେ।
ହିଞ୍ଜିଳିକାଟୁରେ ନବୀନ ପହଞ୍ଚତ୍ବା ପରେ ବାତ୍ୟା ଓ ବନ୍ୟା ଗଞ୍ଜାମବାସୀଙ୍କ ଘଟାଇଥିବା କ୍ଷତି ଅକଳ୍ପନୀୟ। ସରକାର କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କୁ ସହାୟତା ତୁରନ୍ତ ଦିଅନ୍ତୁ ବୋଲି କହିଥିଲେ। ହିଞ୍ଜିଳିକାଟୁ ପୌରାଞ୍ଚଳରେ ବଇଞ୍ଚବଣିଆ, ବ୍ଲକର ଖଣ୍ଡରା ଛକ ଓ ନୂଆ ବୁରୁପଡ଼ା ଛକରେ ଅପେକ୍ଷାରତ କ୍ଷତିଗ୍ରସ୍ତ ଚାଷୀ ଓ ଲୋକଙ୍କ ପାଖରେ ପହଞ୍ଚତ୍ ନବୀନ କଥା ହୋଇଥିଲେ। ଚାଷୀ ଉଜୁଡି ଯାଇଥିବା ଫସଲ ଦେଖାଇ ନବୀନଙ୍କୁ ସେମାନଙ୍କ ଦୁର୍ଦ୍ଦଶା ଜଣାଇଥିଲେ। ବୁରୁପୋଡ଼ା ଗ୍ରାମର ଯୁବ ଇଞ୍ଜିନିୟରିଂ ଛାତ୍ର ବିଭୂତି ପଟ୍ଟନାୟକ ବନ୍ୟା ଜଳରେ ଭାସିଯାଇ ପ୍ରାଣ ହରାଇଥିବା ଘଟଣାରେ ତାଙ୍କ ବାପା ଯିଶୁ ପଟ୍ଟନାୟକଙ୍କୁ ନବୀନ ଭେଟିଥିଲେ। ବନ୍ୟାରେ ଚାଷୀଙ୍କ ଫସଲ ନଷ୍ଟ ଓ ଜୀବନହାନି ଘଟଣାରେ ଦୁଃଖ ପ୍ରକାଶ କରି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି ଜଣାଇବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସେ ସୋରଡା ଗସ୍ତରେ ଆସି ଅପରାହ୍ନରେ ପହଞ୍ଚତ୍ଥିଲେ। ସେ ବ୍ଲକର ତତାବାଲି, ଭାଲିଆଗୋଛା, ଶୁରମଣି, ନାରାୟଣପୁର, ବିଷ୍ଣୁପୁର, ଭାଲିଆଗୋଛା ଓ ନୂଆଗଡ ଗ୍ରାମକୁ ଯାଇ ଲୋକଙ୍କ ସହ ସେମାନଙ୍କ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସବୁ ଗ୍ରାମ ଗୁଡିକରେ ଲୋକେ ହାତରେ ଧାନକେଣ୍ଡା ଓ ନଷ୍ଟ ଫସଲ ସବୁ ଧରି ନବୀନଙ୍କୁ ଦେଖାଇ ଆବଶ୍ୟକ ସମୟରେ ସାହଯ୍ୟ ମିଳି ନ ଥିବା ଅଭିଯୋଗ କରିଥିଲେ। ପରେ ସେ ଆସିକା ଗସ୍ତ କରି ମଧ୍ୟାହ୍ନ ୧.୩୦ରେ ପହଞ୍ଚତ୍ଥିଲେ। ସେଠାରେ ସେ ବନ୍ୟାପୀଡିତ ଚାଷୀ ଓ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଚାଷଜମି, ଘରଦ୍ୱାର ଓ ଜୀବିକା ଉପରେ ପଡିଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ ା ଆସିକା ବନ୍ୟା ପରିସ୍ଥିତି ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀଙ୍କ ସହ ନବୀନ ଆଲୋଚନା କରିଥିଲେ। ନବୀନଙ୍କ ଏହି ଗସ୍ତରେ ବିଭିନ୍ନ ସ୍ଥାନରୁ ବହୁ ଜନସାଧାରଣ ଲକ୍ଷ୍ମୀ ବଜାର ସଂଲଗ୍ନ ପୁରୁଣା ବସଷ୍ଟାଣ୍ଡ ଛକରେ ପହଞ୍ଚତ୍ଥିଲେ। ଏହି ଗସ୍ତରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଭୃଗୁବକ୍ସି ପାତ୍ର, ଈପ୍‌ସିତା ସାହୁ, ପ୍ରଣବ ବଳବନ୍ତ ରାୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share