ଭୁବନେଶ୍ୱର, ୧୧।୬: ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମାଗଣା ବସ୍ରେ ଯିବେ ନିଟ୍ (UG) ପରୀକ୍ଷାର୍ଥୀ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଦେଶ ଜାରି କରିଛି। ଆଡମିଟ୍ କାର୍ଡ ଦେଖାଇ ପରୀକ୍ଷାର୍ଥୀ OSRTC ବସ୍ରେ ମାଗଣାରେ ଯାଇପାରିବେ । ପରୀକ୍ଷା କେନ୍ଦ୍ରରେ ସହଜରେ ପହଞ୍ଚିବା ପାଇଁ ମାଗଣା ବସ୍ ସେବା । ଆସନ୍ତା ୨୧ ତାରିଖରେ ନିଟ (UG) ପୁନଃପରୀକ୍ଷା ହେବ।ରାଜ୍ୟର ୧୩୪ଟି ପରୀକ୍ଷା କେନ୍ଦ୍ରରେ ୫୬,୯୮୩ ଜଣ ପରୀକ୍ଷା ଦେବେ ଛାତ୍ରୀଛାତ୍ର।
ଏହା ପୂର୍ବରୁ ପଞ୍ଜାବ ସରକାର ରାଜ୍ୟୋର ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ମଧ୍ୟରୁ ଜଣଙ୍କୁ ଜୁନ ୨୦ ରୁ ଜୁନ ୨୨ ପର୍ଯ୍ୟନ୍ତ ପଞ୍ଜାବ ରୋଡୱେଜ ସରକାରୀ ବସ୍ରେ ମାଗଣା ଯାତ୍ରା ଯୋଗାଇବାକୁ ନିଷ୍ପତ୍ତି ନେଇଥିଲେ । ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଛାତ୍ରୀଛାତ୍ରମାନଙ୍କ ଅସୁବିଧାକୁ ହ୍ରାସ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

